କେନ୍ଦୁଝର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରକୁ ଆକ୍ରମଣ ଉଦ୍ୟମ । ରବିବାର ନିରଞ୍ଜନ ପଟ୍ଟନାୟକ କେନ୍ଦୁଝର ଗସ୍ତ ସମୟରେ କାଶିପୁର ନିକଟରେ ତାଙ୍କ ଉପରକୁ ଆକ୍ରମଣ ହୋଇଛି । ଅନ୍ୟପଟେ ରାଜନୈତିକ ଆକ୍ରୋଶ ରଖି ଏହି ଆକ୍ରମଣ ହୋଇଥିବା କଂଗ୍ରେସ ଅଭିଯୋଗ କରିଛି ।
ସୂଚନାଯୋଗ୍ୟ, ପିସିସି ସଭାପତି କେନ୍ଦୁଝର ସହର ନିଜ ଘରକୁ ଫେରୁଥିବା ବେଳେ କିଛି ଯୁବକ ତାଙ୍କ ଗାଡିକୁ ଅଟକାଇ ଥିଲେ । ସେହି ସମୟରେ ତାଙ୍କ ପିଏସଓ ଗାଡ଼ିରୁ ଓହ୍ଲାଇବା ବେଳେ ଉକ୍ତ ଯୁବକ ମାନେ ତାଙ୍କୁ ଆକ୍ରମଣ କରିଥିଲେ । ନିରଞ୍ଜନ ପଟ୍ଟନାୟକଙ୍କ କିଛି ହୋଇନଥିବା ସୂଚନା ମିଳିଛି । ଏହି ଆକ୍ରମଣ ପ୍ରତିବାଦରେ ଯୁବ କଂଗ୍ରେସ ପକ୍ଷରୁ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଥିଲା । ଏହା ସହ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଥିଲା।
ଆକ୍ରମଣକୁ ନେଇ କୌଣସି ରାଜନୈତିକ ଉଦ୍ଦେଶ୍ୟ ନଥିବା ନିଜେ ନିରଞ୍ଜନ ପ୍ରକାଶ କରିଛନ୍ତି । ଏନେଇ କେନ୍ଦୁଝର ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ