ETV Bharat / state

କୋରୋନା ଯୋଦ୍ଧାଙ୍କ ପରିବାରକୁ ଆକ୍ରମଣ, ୩ ଆହତ

author img

By

Published : Jun 12, 2020, 4:38 PM IST

କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ଫୁଲକଅଁଲେଇ ଗାଁରେ ଜଣେ ସ୍ବାସ୍ଥ୍ୟକର୍ମୀଙ୍କ ପରିବାରକୁ ଆକ୍ରମଣ ହୋଇଛି । ଯେଉଁଥିରେ 3 ଜଣ ଆହତ ହୋଇଥିବା ସୂଚନା ମିଳିଛି ।

attack on corona warrior family
କୋରୋନା ଯୋଦ୍ଧାଙ୍କ ପରିବାର ଉପରେ ଆକ୍ରମଣ

କେନ୍ଦୁଝର: କୋରୋନା ଯୋଦ୍ଧାଙ୍କ ପରିବାରକୁ ଆକ୍ରମଣ । କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ଫୁଲକଅଁଲେଇ ଗାଁରେ ଜଣେ ସ୍ବାସ୍ଥ୍ୟକର୍ମୀଙ୍କ ପରିବାରକୁ ଆକ୍ରମଣ ହୋଇଛି । ଯେଉଁଥିରେ 3 ଜଣ ଆହତ ହୋଇଥିବା ସୂଚନା ମିଳିଛି ।

କୋରୋନା ଯୋଦ୍ଧାଙ୍କ ପରିବାର ଉପରେ ଆକ୍ରମଣ

ସୂଚନା ଅନୁଯାୟୀ, ଗଣେଶ ଚନ୍ଦ୍ର କାରୁଆ ତୁରୁମୁଙ୍ଗା ଡାକ୍ତରଖାନାରେ କାମ କରିଥାନ୍ତି। ସେ ପ୍ରତ୍ୟେକ ଦିନ ଗାଁରୁ ଯିବା ଆସିବା କରିଥାନ୍ତି। କିନ୍ତୁ କୋରୋନାକୁ ନେଇ ସରକାର ଲକଡାଉନ ଘୋଷଣା ପରେ ଗଣେଶଙ୍କ ଗାଁକୁ ଆସିବାକୁ ବିରୋଧ କରୁଥିଲେ ଗ୍ରାମବାସୀ । ଏପରିକି ନଳକୂପରୁ ପାଣି ଆଣିବାକୁ ଦେଉ ନଥିଲେ।

ଗତ ଗୁରୁବାର ହଠାତ୍ ଗାଁର କିଛି ଲୋକ ତାଙ୍କ ପରିବାର ଉପରେ ଆକ୍ରମଣ କରିଥିଲେ । ଯେଉଁଥିରେ ଗଣେଶଙ୍କ ୨ ଝିଅଙ୍କ ମୁଣ୍ଡ ଫାଟିଯାଇଥିବା ବେଳେ ବାହାରକୁ ଶୌଚ ପାଇଁ ଯାଇଥିବା ଗଣେଶଙ୍କ ପୁଅ ଉପରକୁ ପଥର ଫିଙ୍ଗିବା ଦ୍ବାରା ସେ ଗୁରୁତର ଆହତ ହୋଇଥିଲେ । ଏନେଇ ବାରିଆ ଥାନାରେ ଏକ ଅଭିଯୋଗ ହେବାପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.