ETV Bharat / state

ସିଡିପିଓଙ୍କ ଦୁର୍ବ୍ୟବହାର ଅଭିଯୋଗ, ବଦଳି ଦାବିକଲା ଅଙ୍ଗନବାଡି ସଂଘ

author img

By

Published : Oct 14, 2022, 10:19 PM IST

କେନ୍ଦୁଝର ଜିଲ୍ଲାରେ ସିଡିପିଓଙ୍କ ଦୁର୍ବ୍ୟବହାର ଅଭିଯୋଗ । ଏନେଇ ଅଙ୍ଗନବାଡି ସଂଘ ପକ୍ଷରୁ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରାଯାଇଛି । ଅଧିକ ପଢନ୍ତୁ

ସିଡିପିଓଙ୍କ ଦୁର୍ବ୍ୟବହାର ଅଭିଯୋଗ
ସିଡିପିଓଙ୍କ ଦୁର୍ବ୍ୟବହାର ଅଭିଯୋଗ

କେନ୍ଦୁଝର: ଜିଲ୍ଲାରେ ସିଡିପିଓଙ୍କ ଦୁର୍ବ୍ୟବହାର ଅଭିଯୋଗ । ପ୍ରତି ଅଙ୍ଗନବାଡ଼ି ସେଣ୍ଟରକୁ ପ୍ରଦାନ କରାଯାଉଥିବା ଅର୍ଥରାଶିକୁ ସରକାରୀ ନିୟମ ମୁତାବକ ଅଙ୍ଗନବାଡି ୱାର୍କର ଖର୍ଚ୍ଚ କରିପାରିବେ । କିନ୍ତୁ ଏହି ପ୍ରଦତ୍ତ ରାଶିକୁ ପାଟଣା ବ୍ଲକ ସିଡିପିଓ ମାଗୁଥିବା ଅଭିଯୋଗ ହୋଇଛି । ଏନେଇ ଅଙ୍ଗନବାଡି ସଂଘ ପକ୍ଷରୁ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରାଯାଇଛି ।

ସିଡିପିଓଙ୍କ ଦୁର୍ବ୍ୟବହାର ଅଭିଯୋଗ
ସରକାର ସବୁ ଅଙ୍ଗନବାଡ଼ି ସେଣ୍ଟରକୁ ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରିଛନ୍ତି । ପ୍ରତି ଅଙ୍ଗନବାଡ଼ି ସେଣ୍ଟରକୁ ପ୍ରଦାନ କରାଯାଉଥିବା ଅର୍ଥରାଶିକୁ ସରକାରୀ ନିୟମ ମୁତାବକ ଅଙ୍ଗନବାଡି ୱାର୍କର ଖର୍ଚ୍ଚ କରିପାରିବେ । କିନ୍ତୁ ଏହି ପ୍ରଦତ୍ତ ରାଶିକୁ ପାଟଣା ବ୍ଲକ ସିଡିପିଓ ମାଗୁ ଥିବା ଅଭିଯୋଗ ହୋଇଛି । ଏହା ସହ ଉକ୍ତ ରାଶିରେ ସେ ନିଜେ କିଟ ଓ ଡ୍ରେସ କିଣିବା ନେଇ ଜୋର ଜବରଦସ୍ତ କରୁଥିବା ଅଭିଯୋଗ କରିଛନ୍ତି ଅଙ୍ଗନବାଡି କର୍ମୀ । ଏନେଇ ଅଭିଯୋଗ କରିବାରୁ ସମସ୍ତ ଅଙ୍ଗନବାଡି ୱାର୍କରଙ୍କୁ ଦୁର୍ବ୍ୟବହାର କରିବା ସହ ଘର ଲୋକଙ୍କ ନାମରେ ଅପଶବ୍ଦ ମେସେଜ ମୋବାଇଲକୁ ଦେଉଥିବା ଅଭିଯୋଗ ହୋଇଛି । ଏନେଇ ଅଙ୍ଗନବାଡି ସଂଘ ପକ୍ଷରୁ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଶ୍ରୀମନ୍ଦିରରେ ପୁଣି ହବିଷ୍ୟାଳିଙ୍କୁ ଦୁର୍ବ୍ୟବହାର ! ଆସନ୍ତୋଷ ହବିଷ୍ୟାଳି

ସାତଦିନ ମଧ୍ୟରେ ପାଟଣା ବ୍ଲକ ସିଡିପିଓଙ୍କୁ ଅନ୍ୟତ୍ର ବଦଳି ନକଲେ ଅଫିସକୁ ତାଲା ମାରି ବନ୍ଦ କରିବାକୁ ଚେତାବନୀ ଦେଇଛି ଅଙ୍ଗନବାଡି ସଂଘ । ଏନେଇ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କୁ ପଚାରିବାରୁ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଥିଲେ ହେଁ ଯଥାଶୀଘ୍ର ପଦକ୍ଷେପ ନେବେ ବୋଲି କହିଛନ୍ତି ।

ଏନେଇ ଅଙ୍ଗନବାଡି କର୍ମୀ କହିଛନ୍ତି ଯେ, "ଆମର ଏବେ ଯିଏ ସିଡିପିଓ ସେ ଆମକୁ ପଇସା ମାଗୁଛନ୍ତି । ପ୍ରତି ଅଙ୍ଗନବାଡ଼ି ସେଣ୍ଟରକୁ ପ୍ରଦାନ କରାଯାଉଥିବା ଅର୍ଥରାଶିକୁ ସରକାରୀ ନିୟମ ମୁତାବକ ଅଙ୍ଗନବାଡି ୱାର୍କର ଖର୍ଚ୍ଚ କରିପାରିବେ । କିନ୍ତୁ ଏହି ପ୍ରଦତ୍ତ ରାଶିକୁ ପାଟଣା ବ୍ଲକ ସିଡିପିଓ ମାଗୁଛନ୍ତି । ଅଙ୍ଗନବାଡି କର୍ମୀଙ୍କୁ ଦୁର୍ବ୍ୟବହାର କରିବା ସହ ଘର ଲୋକଙ୍କ ନାମରେ ଅପଶବ୍ଦ ମେସେଜ ଏନେଇ ଅଙ୍ଗନବାଡି ସଂଘ ପକ୍ଷରୁ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କୁ ଆମେ ଲିଖିତଭାବେ ଜଣାଇଛୁ । ଆମେ ଚାହୁଁଛୁ ଆମର ସମାଧାନ କରାଯାଉ ନତେଚ ତାଙ୍କୁ ଅନ୍ୟ କୌଣସି ସ୍ଥାନକୁ ଅନ୍ୟତ୍ର ବଦଳି କରାଯାଉ ।"

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.