ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରପରିଷଦ ପକ୍ଷରୁ ପାଳିତ ହୋଇଯାଇଛି ସ୍ବାୟତ୍ତ ଶାସନ ଦିବସ । ଏହି ଉପଲକ୍ଷେ କାର୍ଯ୍ୟାଳୟ ପରିସରରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ଉପଜିଲ୍ଲାପାଳ ସରୋଜ କୁମାର ଦତ୍ତ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।
ଏପଟେ ପୌରଧିକାରୀ ବିପିନୀ ବିହାରୀ ପ୍ରଧାନ, ସହର ବିକାଶ ପାଇଁ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ। ଏହି ଅବସରରେ ସଫେଇ କର୍ମଚାରୀମାନଙ୍କୁ ନୂତନ ବସ୍ତ୍ର ବଣ୍ଟନ କରାଯାଇଥିଲା। ପରେ ବଡଦାଣ୍ଡ ସ୍ଥିତ ଗାନ୍ଧିଙ୍କ ପ୍ରତିମୂର୍ତ୍ତି ଓ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ