ETV Bharat / state

ମଝି ରାସ୍ତାରେ ବସି ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବିକ୍ଷୋଭ ପ୍ରଦର୍ଶନ - SHG group protest

କୋରୋନା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି କେନ୍ଦୁଝର ଜିଲ୍ଲାର ଘସିପୁରା ବ୍ଲକ ତରୁଆଁ ଗ୍ରାମର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ । ବେସରକାରୀ ସଂସ୍ଥାରୁ ଆଣିଥିବା ଋଣକୁ ବର୍ତ୍ତମାନ ସଂସ୍ଥାର କର୍ମଚାରୀମାନେ ଆଦାୟ କରିବାକୁ ଆସି ଋଣ ପରିଶୋଧ କରିବା ପାଇଁ ତାଗିଦ କରୁଛନ୍ତି ବୋଲି ଅଭିଯୋଗ ହେଉଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବିକ୍ଷୋଭ ପ୍ରଦର୍ଶନ
ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବିକ୍ଷୋଭ ପ୍ରଦର୍ଶନ
author img

By

Published : Oct 6, 2020, 6:44 PM IST

ଆନନ୍ଦପୁର: କୋରୋନାକୁ ମୁକାବିଲା ପାଇଁ ସରକାର କରିଛନ୍ତି ଲକ୍ ଡାଉନ, ସଟଡାଉନ ଏବଂ ଘରେ ରହିବାକୁ ପରାମର୍ଶ । ଫଳରେ ବହୁ ଲୋକଙ୍କର ଜୀବନ ଜୀବିକା ପ୍ରଭାବିତ ହେଉଥିବାବେଳେ ଜୀବନ ବଞ୍ଚାଇବା ପାଇଁ ସମସ୍ତେ ନିୟମ ମାନୁଛନ୍ତି । ଏଥିପାଇଁ ବର୍ତ୍ତମାନ ଅସୁବିଧାର ସମ୍ମୁଖିନ ହେଉଛନ୍ତି କେନ୍ଦୁଝର ଜିଲ୍ଲାର ଘସିପୁରା ବ୍ଲକ ତରୁଆଁ ଗ୍ରାମର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ।

ସେମାନେ ସ୍ୱାବଲମ୍ବୀ ହେବା ପାଇଁ ବେସରକାରୀ ସଂସ୍ଥାରୁ ଆଣିଥିବା ଋଣକୁ ବର୍ତ୍ତମାନ ସଂସ୍ଥାର କର୍ମଚାରୀମାନେ ଆଦାୟ କରିବାକୁ ଆସି ଋଣ ପରିଶୋଧ କରିବା ପାଇଁ ତାଗିଦ କରୁଛନ୍ତି ବୋଲି ଅଭିଯୋଗ ହେଉଛି । ଫଳରେ ଲକ୍ ଡାଉନ ପାଇଁ ସେମାନେ ନିଜେ କୌଣସି କାମ ନକରି ଘରେ ଅସୁବିଧାରେ ଥିବାବେଳେ ଏପର୍ଯ୍ୟନ୍ତ ମଧ୍ୟ ତାଙ୍କର ଲୋକମାନେ ଘରକୁ ଫେରିନାହାଁନ୍ତି ।

ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବିକ୍ଷୋଭ ପ୍ରଦର୍ଶନ

ତେଣୁ ସେମାନେ ବର୍ତ୍ତମାନ କେଉଁଠୁ ଟଙ୍କା ଆଣି ଋଣ ପରିଶୋଧ କରିବେ, ସେଥିପାଇଁ ଆଉ କିଛି ଦିନ ସମୟ ଦେବା ପାଇଁ ଅନୁରୋଧ କରିଛନ୍ତି ଉକ୍ତ ମହିଳା । ଏହାର ପ୍ରତିବାଦରେ ମହିଳାମାନେ ମଙ୍ଗଳବାର ଗ୍ରାମର ରାସ୍ତାକୁ ଅବରୋଧ କରିଥିଲେ । ଆଗାମୀ ଦିନରେ ଯଦି ସମସ୍ୟାର ସମାଧାନ ନହୁଏ ସେମାନେ ରାଜରାସ୍ତାକୁ ଓହ୍ଲାଇବେ ବେଲି ଚେତାବନୀ ଦେଇଛନ୍ତି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.