ଆନନ୍ଦପୁର: କୋରୋନା ମୁକାବିଲା ପାଇଁ ସହାୟତାର ହାତ ବଢାଇଲେ ଆନନ୍ଦପୁର ମ୍ୟୁନିସିପାଲଟିର ସମସ୍ତ ସୟଂ ସହାୟିକା ଗୋଷ୍ଠୀ । ମୁକାବିଲାକୁ ଅଧିକ ସୁଦୃଢ କରିବା ପାଇଁ ସମସ୍ତ ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ଲକ୍ଷ ୮୩ ହଜାର ୫ଶହ ଟଙ୍କା ଦାନ କରିଛନ୍ତି ।
ଏନେଇ ଗୋଷ୍ଠୀର ସହାୟତା ରାଶି ମ୍ୟୁନିସିପାଲଟି ଅଧୀକାରୀ ହିମାଂଶୁ ଶେଖର ସାମଲଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି । ସ୍ବୟଂ ସହାୟିକା ଗୋଷ୍ଠୀର ସମସ୍ତ ସଦସ୍ୟ ମାନେ ନିଜେ ଏହି ଅର୍ଥ ଦାନ କରି ମହାମାରୀ କରୋନାକୁ ହରାଇବା ପାଇଁ ଯୁଦ୍ଧରେ ସାମିଲ ହୋଇଥିବାରୁ ବହୁତ ଖୁସି ଥିବା ପ୍ରକାଶ କରିଛନ୍ତି ।
ଆନନ୍ଦପୁରରୁ ସୃତି ରଞ୍ଜନ ବିହାରୀ,ଇଟିଭି ଭାରତ