ETV Bharat / state

ମୋବାଇଲ ବ୍ୟାଟେରୀ ଫାଟି ମହିଳା ଗୁରୁତର - ମୋବାଇଲ ଫୋନ ଫାଟି ମହିଳା ଗୁରୁତର

କେନ୍ଦୁଝରରେ ମୋବାଇଲ ଫାଟି ମହିଳା ଗୁରୁତର । କଟକ ବଡ ମେଡିକାଲକୁ ସ୍ଥାନାନ୍ତର । ଅଧିକ ପଢନ୍ତୁ

ମୋବାଇଲ ଫାଟି ମହିଳା ଗୁରୁତର
ମୋବାଇଲ ଫାଟି ମହିଳା ଗୁରୁତର
author img

By

Published : May 1, 2022, 6:16 PM IST

ଆନନ୍ଦପୁର: ଜିଲ୍ଲା ଘଷିପୁରା ଥାନା ଓସ୍ତପୁରା ଗାଁରେ ମୋବାଇଲ୍ ବ୍ୟାଟେରୀ ଫାଟି ମହିଳା ଗୁରୁତର । ଗୁରୁତର ମହିଳାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି । ଘଟଣାରେ ମହିଳାଙ୍କ ବାମହାତ ପାପୁଲି ସମେତ ୩ଟି ଆଙ୍ଗୁଠି ସମ୍ପୂର୍ଣ୍ଣ ଛିଣ୍ଡି ଯାଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, କାରମି ମାରାଣ୍ଡି ଜଣେ ସମ୍ପର୍କୀୟଙ୍କୁ ଫୋନ କରିବା ପାଇଁ ଘର ଭିତରକୁ ମୋବାଇଲ ଆଣିବାକୁ ଯାଇଥିଲେ । ମୋବାଇଲକୁ ଛୁଇଁବା ସମୟରେ ହଠାତ୍ ଫାଟିଥିଲା । ଫଳରେ କାରମିଙ୍କ ବାମ ହାତ ପାପୁଲି ସମେତ ୩ଟି ଆଙ୍ଗୁଳି ସମ୍ପୂର୍ଣ୍ଣ ଛିଣ୍ଡି ଯାଇଛି । ଗୁରୁତର କାରମିଙ୍କୁ ପରିବାର ଲୋକେ ତୁରନ୍ତ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅସ୍ତ୍ରୋପଚାର ପାଇଁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି ଡାକ୍ତର ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.