ETV Bharat / state

Ratha Yatra 2023: କେନ୍ଦୁଝରରେ ସରିଲା ପ୍ରସ୍ତୁତି, ଏଥର ମହିଳାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

author img

By

Published : Jun 19, 2023, 2:02 PM IST

ରଥଯାତ୍ରା ଠାରୁ ଆରମ୍ଭ କରି ସୁନାବେଶ ଶେଷ ପର୍ଯ୍ୟନ୍ତ ଭକ୍ତ କିଭଳି ସୁରୁଖୁରୁରେ ଶ୍ରୀଜିଉଙ୍କ ଦର୍ଶନ କରି ପାରିବେ ସେନେଇ ଜିଲ୍ଲା ଦେବୋତ୍ତର ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି । ଅଧିକ ପଢନ୍ତୁ

Ratha Yatra 2023
Ratha Yatra 2023
Ratha Yatra 2023

କେନ୍ଦୁଝର: ଆସନ୍ତାକାଲି(ମଙ୍ଗଳବାର) କାଳିଆ ସାଆନ୍ତେଙ୍କ ଘୋଷଯାତ୍ରା । ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ସଜେଇ ହେଲାଣି ଶ୍ରୀକ୍ଷେତ୍ର ଠାରୁ ତୁଳସୀ କ୍ଷେତ୍ର । କେନ୍ଦୁଝରରେ ରଥ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଆସନ୍ତାକାଲି ହେବାକୁ ଥିବା ରଥଯାତ୍ରା ଠାରୁ ଆରମ୍ଭ କରି ସୁନାବେଶ ଶେଷ ପର୍ଯ୍ୟନ୍ତ ଭକ୍ତ କିଭଳି ସୁରୁଖୁରୁରେ ଶ୍ରୀଜିଉଙ୍କ ଦର୍ଶନ କରି ପାରିବେ ସେନେଇ ଜିଲ୍ଲା ଦେବୋତ୍ତର ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏନେଇ ଦେବୋତ୍ତର ଅଧିକାରୀ ତଥା କେନ୍ଦୁଝର ଉପଜିଲ୍ଲାପାଳ ରାମଚନ୍ଦ୍ର ଏକ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ଭାବେ ସୂଚନା ଦେଇଛନ୍ତି ।

ତେବେ ଗତକାଲି ସନ୍ଧ୍ୟାରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ ପରେ ସୋମବାର ବିଧି ମୁତାବକ ଉଭା ଯାତ୍ରା ସମ୍ପନ୍ନ ହେବ । ସେହିପରି ଆସନ୍ତାକାଲି(ମଙ୍ଗଳବାର) ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ଯଥାବିଧି ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟାରୁ ଧାଡିପହଣ୍ଡି ହୋଇ ଅପରାହ୍ନ ୪ଟା ସୁଦ୍ଧା ଶ୍ରୀଜିଉ ରଥାରୁଢ଼ ହେବା ପରେ ରଥଟଣା ଆରମ୍ଭ ହେବ ବୋଲି କିସ୍କୁ କହିଛନ୍ତି । ପ୍ରଥମଥର ପାଇଁ ଚଳିତଥର ମହିଳା ଭକ୍ତଙ୍କୁ ରଥଟଣା ନିମନ୍ତେ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିବାରୁ ପ୍ରଥମ ଓ ଦ୍ୱିତୀୟ କର୍ଡନକୁ ସମ୍ପୂର୍ଣ୍ଣ କଟକଣାରେ ରଖାଯିବା ନେଇ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ସେହିଭଳି ରଥଯାତ୍ରା କିଭଳି ସୁରୁଖୁରୁରେ ହେବ ଏବଂ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଯେଭଳି ନ ଉପୁଜେ ସେଥି ପାଇଁ ଚଳିତଥର ରଥଯାତ୍ରାରୁ ସୁନାବେଶ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବଡଦାଣ୍ଡକୁ ସିସିଟିଭି ସଂଯୋଗ କରାଯାଇ ତୀକ୍ଷ୍ନ ନଜର ରଖାଯାଇଛି ବୋଲି କହିଥିଲେ ।

ଏଥିସହ ପ୍ରତିବର୍ଷ ଭଳି ଚଳିତ ଥର ମଧ୍ୟ ଶ୍ରୀଗୁଣ୍ଡିଚା ଯାତ୍ରା ଠାରୁ ସୁନାବେଶ ପର୍ଯ୍ୟନ୍ତ ୧୦ ଦିନ ବ୍ୟାପୀ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହାତକୁ ନିଆଯାଇଥିବା ବେଳେ ଶୃଙ୍ଖଳିତ ଦର୍ଶନକୁ ପ୍ରାଧାନ୍ୟ, ମହିଳା ଭକ୍ତଙ୍କ ନିମନ୍ତେ ସ୍ବତନ୍ତ୍ର ରଥଟଣା ଚୂଡାନ୍ତ ବୋଲି କହିଛନ୍ତି । ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯିବା ନିମନ୍ତେ ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ୫୫ଜଣ ଅଧିକାରୀ ଓ ୧୬ ପ୍ଲାଟୁନ ଫୋର୍ସ ମୁତୟନ ବ୍ୟବସ୍ଥା ହାତକୁ ନିଆଯାଇଥିବା ସଦର ଏସ୍‌ଡିପିଓ ମହେନ୍ଦ୍ରନାଥ ମୁର୍ମୁ କହିଛନ୍ତି । ଏତଦ୍‌ ବ୍ୟତୀତ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଚର୍ଚ୍ଚ ଛକ ଠାରୁ ଯାନବାହନ ଚଳାଚଳକୁ ବାରଣ କରାଯାଇ ଜେଲଗୋଡି ଛକ ଦେଇ ନୂଆ ବସ୍‌ଷ୍ଟାଣ୍ଡ, ବେଦ ବିଦ୍ୟାଳୟ ବିଶ୍ବବିଦ୍ୟାଳୟ ହୁଡକୋ କଲୋନୀ, ଶିକ୍ଷାକେନ୍ଦ୍ର ଗଣେଶ ଢେଙ୍କାପୁରରେ ପାକିଂ ବ୍ୟବସ୍ଥା କରାଯାଇଥିବା ମୁର୍ମୁ ସୂଚନା ଦେଇଥିଲେ । ରଥଯାତ୍ରାକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ସୋମବାର ସକାଳେ ରିଜର୍ଭ ପଡ଼ିଆରେ ପୋଲିସ ଓ ସ୍ୱେଚ୍ଛାସେବୀଙ୍କୁ ନେଇ ଏକ ସମୀକ୍ଷା ବୈଠକ ପରେ ଅପରାହ୍ନରେ ବଡଦାଣ୍ଡରେ ରଥଟଣା ସମ୍ପର୍କିତ ଏକ ପୂର୍ବାଭ୍ୟାସ କରାଯିବ ବୋଲି ମଧ୍ୟ ସେ କହିଛନ୍ତି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.