ETV Bharat / state

ଚାଷୀ ଆନ୍ଦୋଳନ ସମର୍ଥନରେ ଗର୍ଜିଲା AlKKMS - AIKKMS organisation protest

ଗୁରୁବାର AlKKMS ସଂଗଠନ ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ କରି ବିକ୍ଷୋଭ ପ୍ରଦର୍ଶନ କରିଛି । ଅଧିକ ପଢନ୍ତୁ...

AIKKMS organisation protest for the support of farmer's protest in Delhi
ଦିଲ୍ଲୀ ଚାଷୀ ଆନ୍ଦୋଳନ ସମର୍ଥନରେ କେନ୍ଦୁଝରରେ AlKKMSର ଆନ୍ଦୋଳନ
author img

By

Published : Dec 3, 2020, 3:23 PM IST

କେନ୍ଦୁଝର: ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । AlKKMS ସଂଗଠନର ସଦସ୍ୟମାନେ ଗୁରୁବାର ଏକ ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ସୂଚନା ମିଳିଛି ।

ଦିଲ୍ଲୀ ଚାଷୀ ଆନ୍ଦୋଳନ ସମର୍ଥନରେ କେନ୍ଦୁଝରରେ AlKKMSର ଆନ୍ଦୋଳନ

ଜିଲ୍ଲାରେ AlKKMS ସଂଗଠନର ପ୍ରାୟ ୫୦ ରୁ ଉର୍ଦ୍ଧ୍ବ ସଦସ୍ୟ କରଞ୍ଜିଆ ବସଷ୍ଟାଣ୍ଡରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କେନ୍ଦ୍ର ସରକାର ଆଣିଥିବା କୃଷକ ନିତୀକୁ ପ୍ରତ୍ୟାହାର କରିବା , ୧୯-୨୦ ଖରିଫ ଧାନ ଟଙ୍କା ପାଇ ନ ଥିବା ଚାଷୀଙ୍କୁ ତୁରନ୍ତ ଟଙ୍କା ପ୍ରଦାନ ଓ ମଣ୍ଡି ଗୁଡିକରେ ଚାଲିଥିବା ଦୁର୍ନୀତିକୁ ରୋକିବା ଆଦି ଦାବି କରିଥିଲେ ।

ସରକାର ଚାଷୀମାନଙ୍କ ଦାବିଗୁଡ଼ିକ ନ ମାନିଲେ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି । ଗୁରୁବାର କରାଯାଇଥିବା ବିକ୍ଷୋଭକୁ ଦେଖି ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ବିକ୍ଷୋଭ ଶେଷରେ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ଜିଲ୍ଲାପାଳଙ୍କୁ ସଂଗଠନର ସଦସ୍ୟମାନେ ପ୍ରଦାନ କରିଥିଲେ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.