ETV Bharat / state

ପରିବାର ପରେ ପର କଲେ ସରକାର: ପାଇଖାନା ଘରେ ଚଳୁଛନ୍ତି ରଇବାରୀଙ୍କ ପରିବାର

author img

By

Published : Oct 3, 2020, 2:09 PM IST

ସ୍ବାମୀଙ୍କ ମୃତ୍ୟୁ ପରେ ଶାଶୂ ଘର ଲୋକଙ୍କୁ ସାହାରା ମାନିଥିଲେ ରଇବାରୀ । ହେଲେ ବିପଦ ସମୟରେ ସେମାନେ ବି ହାତ ଟେକି ପର କରିଥିଲେ ରଇବାରୀ ଓ ତାଙ୍କ 4 ଛୁଆଙ୍କୁ । ଶେଷରେ ଉପାୟଶୂନ୍ୟ ହୋଇ ସରକାରୀ ସ୍ବଚ୍ଛ ଭାରତ ଯୋଜନାରେ ମିଳିଥିବା ଶୌଚାଳୟକୁ ଆଦରି ନେଇଥିଲେ ଏହି 5 ପ୍ରାଣୀ କୁଟୁମ୍ବ । ଅଧିକ ପଢନ୍ତୁ...

keonjhar latest news, life in toilet, raibari munda of keonjhar, grief of raibari munda, raibari's family in toilet, କେନ୍ଦୁଝର ଲାଟେଷ୍ଟ ନ୍ୟୁଜ୍‌, ଶୌଚାଳୟରେ ଜୀବନ, କେନ୍ଦୁଝରର ରଇବାରୀ ମୁଣ୍ଡା, ରଇବାରୀ ମୁଣ୍ଡାଙ୍କ ଦୁଃଖ, ପାଇଖାନାରେ ରଇବାରୀଙ୍କ ପରିବାର
ପରିବାର ପରେ ପର କଲେ ସରକାର, ପାଇଖାନା ଘରେ ଚଳୁଛି ରଇବାରୀ ଓ ପରିବାର

କେନ୍ଦୁଝର: ଏଠି ମାଳ ମାଳ ସରକାରୀ ଯୋଜନାର ଲାଭ ଉଠାଉଛନ୍ତି ବଡ ବଡ ଅଯୋଗ୍ୟ ହିତାଧିକାରୀ ବାବୁ । ହେଲେ ସରକାରୀ ସାହାଯ୍ୟ ଟିକକ ପାଇଁ ଆଶା ବାନ୍ଧି ବସିଥିବା ବେସାହାରା ଯୋଗ୍ୟ ହିତାଧିକାରୀ ଏବେ ବି ନିରାଶ । ଏମିତିରେ ପୁଣି ଦେଖିବାକୁ ମିଳିଛି ପାଇଖାନା ଘରେ ଗରିବୀର ଦୟନୀୟ ଚିତ୍ର । ଦୃଶ୍ୟଟି ହେଉଛି କେନ୍ଦୁଝର ସହର ନିକଟସ୍ଥ ଶିରିଶପାଳ ପଞ୍ଚାୟତର ରାଙ୍କି ଗ୍ରାମର । ଯେଉଁଠି ସରକାରୀ ସ୍ବଚ୍ଛ ଭାରତ ମିଶନରୁ ମିଳିଥିବା ଶୌଚାଳୟରେ ବିତୁଛି 4 କୁନି କୁନି ଛୁଆଙ୍କ ସହ ରଇବାରୀ ମୁଣ୍ଡାଙ୍କ ଦିନ । ସ୍ବାମୀଙ୍କ ମୃତ୍ୟୁ ପରେ ଶାଶୂ ଘର ପର କରିଥିଲେ ତାଙ୍କୁ । ଏମିତିରେ ସରକାରୀ ଯୋଜନାରେ ମିଳିଥିବା ଶୌଚାଳୟକୁ ଆଦରି ଜୀବନ କାଟୁଛନ୍ତି ରଇବାରୀ ।

ସ୍ବାମୀଙ୍କ ମୃତ୍ୟୁ ପରେ ଶାଶୂ ଘର ଲୋକଙ୍କୁ ସାହାରା ମାନିଥିଲେ ରଇବାରୀ । ହେଲେ ବିପଦ ସମୟରେ ସେମାନେ ବି ହାତ ଟେକି ପର କରିଥିଲେ ରଇବାରୀ ଓ ତାଙ୍କ 4 ଛୁଆଙ୍କୁ । ଶେଷରେ ଉପାୟଶୂନ୍ୟ ହୋଇ ସରକାରୀ ସ୍ବଚ୍ଛ ଭାରତ ଯୋଜନାରେ ମିଳିଥିବା ଶୌଚାଳୟକୁ ଆଦରି ନେଇଥିଲେ ଏହି 5 ପ୍ରାଣୀ କୁଟୁମ୍ବ । ଏହି ଶୌଚାଳୟରେ ଶୋଇବା, ଏଇଠି ରାନ୍ଧିବା ଓ ଏଇଠି ହିଁ ଖାଇବା । ବର୍ଷା ଦିନେ କିନ୍ତୁ ଅବସ୍ଥା ଦୁର୍ବିସହ ହେବାରୁ ପର ଦୁଆରେ ମୁଣ୍ଡ ଗୁଞ୍ଜନ୍ତି ରଇବାରୀ ଓ ପରିବାର ।

ଆଶ୍ଚର୍ଯ୍ୟର କଥା କି ଗରିବ ପରିବାରକୁ ଏଯାଏଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାଟିଏ ମିଳିନଥିବା ବେଳେ ପହଞ୍ଚିଛି କେବଳ ସ୍ବଚ୍ଛ ଭାରତ ମିଶନ ଅଧିନରେ ଏକ ଶୌଚାଳୟ । ଯାହା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ବଣ୍ଟନର ତତ୍ପରତାକୁ ସ୍ପଷ୍ଟ କରେ । ଏମିତିରେ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ସହଯୋଗରେ ଅନେକ ଅଯୋଗ ହିତାଧିକାରୀ ସରକାରୀ ଆବାସ ଯୋଜନା ଘର ହାତେଇଥିବାର ସଙ୍ଗୀନ ଅଭିଯୋଗ ଆଣିଛନ୍ତି ନାଏବ ସରପଞ୍ଚ । ଏନେଇ ଜିଲ୍ଲା ପ୍ରକଳ୍ପ ଅଧିକାରୀଙ୍କୁ ଅବଗତ କରାଇବାରୁ ସେ ଏ ଦିଗରେ ଯଥାଶୀଘ୍ର ତଦନ୍ତ କରି ରଇବାରୀଙ୍କୁ ଘର ଯୋଗାଇବେ ବୋଲି ପ୍ରତିଶୃତି ଦେଇଛନ୍ତି ।

ରଇବାରୀଙ୍କ ପରି ଦୁଃଖୀ ରଙ୍କି ସରକାରୀ ସାହାଯ୍ୟକୁ ଚାତକ ପରି ଚାହିଁ ବସିଥିବା ବେଳେ ବଡ ବଡ ବାବୁ ଓ ସରକାରୀ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ସୁଯୋଗରୁ ହାତ ଧୋଇ ବସୁଛନ୍ତି ଯୋଗ୍ୟ ହିତାଧିକାରୀ । ଏମିତିରେ ରଇବାରୀଙ୍କୁ ଏପରି ଦୁଃଖରୁ ସରକାର ଶୀଘ୍ର ଉଦ୍ଧାର କରନ୍ତୁ, ତାହା ହିଁ ଅପେକ୍ଷା ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.