ଆନନ୍ଦପୁର: ଆନନ୍ଦପୁର ଉପଖଣ୍ଡରେ ଦିନକୁ ଦିନ କୋଭିଡ୍ ସଂକ୍ରମଣ ସଂଖ୍ୟା ବଢିବାକୁ ଲାଗିଥିବାବେଳେ ପ୍ରଶାସନିକ ସ୍ତରରେ ନିୟମ କଡାକଡି କରିବା ସହିତ ବଜାରରେ ଥିବା ଦୋକାନ ଗୁଡିକୁ ଜୋରଦାର ଚେକିଂ କରାଯାଉଛି ।
ନିୟମ ଖିଲାପ କରୁଥିବା ୬ ଗୋଟି ଦୋକାନକୁ ପ୍ରଶାସନ ସିଲ୍ କରିବା ସହିତ ୬୦୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ବର୍ତ୍ତମାନ ପରିସ୍ଥିତିରେ ଦ୍ରୁତଗତିରେ ସଂକ୍ରମଣ ବଢୁଥିବାବେଳେ ସମସ୍ତ ଦୋକାନୀମାନେ କୋଭିଡ୍ ନିୟମ ମାନି ବେପାର କରିବାକୁ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ