ETV Bharat / state

ଚମ୍ପୁଆ ନାବାଳିକା ଦୁଷ୍କର୍ମ ହତ୍ୟା ମାମଲା; ଫାଶୀଖୁଣ୍ଟରେ ଝୁଲିବ ଦୋଷୀ

ନାବାଳିକା ଦୁଷ୍କର୍ମ ହତ୍ୟା ଘଟଣାରେ ଦୋଷୀକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ସ୍ବତନ୍ତ୍ର ଅଦାଲତ । ଅଧିକ ପଢନ୍ତୁ:

PHOTO
ଅଭିଯୁକ୍ତକୁ ଫାଶି ଦଣ୍ଡାଦେଶ
author img

By

Published : Dec 19, 2019, 8:54 PM IST

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଅତିରିକ୍ତ ନ୍ୟାୟଧିଶ(ଏଡିଜେ) ଅଦାଲତ ଗୁରୁବାର 2017 ରେ ଘଟିଥିବା ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୋଷୀକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି । 2017 ରେ ତିନି ବର୍ଷୀୟ ଶିଶୁକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ଜିଲ୍ଲା ଅତିରିକ୍ତ ନ୍ୟାୟଧିଶ(ଏଡିଜେ) କୋର୍ଟ ନିଜ ରାୟ ଶୁଣାଇଛନ୍ତି ।

ଅଭିଯୁକ୍ତକୁ ଫାଶି ଦଣ୍ଡାଦେଶ

ମାନ୍ୟବର କୋର୍ଟ ଆଜି ଏଡିଜେ ସ୍ବତନ୍ତ୍ର ପୋକ୍ସୋ ଅଦାଲତରେ ବିଚାର କରି ଅଭିଯୁକ୍ତ ସୁନିଲକୁ ଧାରା 363, 201ରେ 7ବର୍ଷ ଜେଲଦଣ୍ଡ ଓ 5 ହଜାର ଟଙ୍କା ଜୋରିମାନା, 376 ଧାରାରେ ଆଜୀବନ କାରାଦଣ୍ଡ ସହ 10 ହଜାର ଟଙ୍କା ଜୋରିମାନା ଏବଂ ଅନାଦେୟ ଏକବର୍ଷ ପାଇଁ କାରାଦଣ୍ଡ ସହ 302ରେ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଛି ।

ସୂଚନାଯୋଗ୍ୟ ଯେ ଚମ୍ପୁଆ ଥାନା ଅନ୍ତର୍ଗତ ଶଶାଙ୍କ ଗ୍ରାମରେ 13 ଜାନୁୟାରୀ 2017ରେ ଅଭିଯୁକ୍ତ ସୁନିଲ ଶିଶୁକୁ ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରିବା ସହ ନିଜ ଅପରାଧକୁ ଲୁଚାଇବାକୁ ଯାଇ ହତ୍ୟା କରିଥିଲା । ପରେ ଶିଶୁର ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିବା ସହ ତଦନ୍ତ କରି ଚାର୍ଜସିଟ ଦାଖଲ କରିଥିଲା । ଯାହାର ଆଜି ରାୟ ଆସିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:Body:ତିନିବର୍ଷର ନାବାଳିକା ଦୁଷ୍କର୍ମ କାରୀ କୁଫାସୀଦଣ୍ଡା ଦେଶ ଶୁଣାଇଲେ କେନ୍ଦୁଝର ଏ ଡି ଜେ କୋର୍ଟ ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.