ETV Bharat / state

ବାଇକକୁ ଧକ୍କା ଦେଲା ବୋଲେରୋ, ଜଣେ ମୃତ

କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଧୁରପଦା ନିକଟରେ ବାଇକକୁ ଧକ୍କା ଦେଲା ବୋଲେରୋ । ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି ।

author img

By

Published : Feb 29, 2020, 2:31 AM IST

accident in keunjhar
ବାଇକକୁ ଧକ୍କା ଦେଲା ବୋଲେରୋ

କେନ୍ଦୁଝର: ବାଇକକୁ ଧକ୍କା ଦେଲା ବୋଲେରୋ । ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଧୁରପଦା ନିକଟରେ ।

ବାଇକକୁ ଧକ୍କା ଦେଲା ବୋଲେରୋ

ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ବଡ଼ବିଲରୁ ଏକ ବାଇକ ଯୋଗେ ଦୁଇ ଜଣ ବ୍ୟକ୍ତି ଫେରୁଥିବା ବେଳେ ଧୁରପଦା ନିକଟରେ ଏକ ବଲେରୋ ଗାଡି ତାଙ୍କୁ ଧକ୍କା ଦେଇଥିଲା । ଏହି ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତରଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ତେବେ ମୃତ ବ୍ୟକ୍ତି ଜଣଙ୍କ ହରିଚନ୍ଦନପୁର ଅଞ୍ଚଳର ସୁରେଶ ପଲେଇ ହୋଇଥିବା ବେଳେ ଗୁରୁତର ବ୍ୟକ୍ତି ଜଣଙ୍କ ଉକ୍ତ ଅଞ୍ଚଳର ବାବୁରାମ ନାୟକ ବୋଲି ଜଣାପଡିଛି । ଏପଟେ ଦୁର୍ଘଟଣା ଘଟାଇ ବୋଲେରୋ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଟାଉନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.