ETV Bharat / state

ଶିକ୍ଷା, ସୁରକ୍ଷା ଏବଂ ରୋଜଗାର ଦାବିରେ ଏବିଭିପିର ବିକ୍ଷୋଭ, ଜିଲ୍ଲାପାଳଙ୍କୁ ବିଦ୍ୟାର୍ଥୀଙ୍କ ଦାବିପତ୍ର

author img

By

Published : Mar 28, 2023, 8:51 PM IST

କେନ୍ଦୁଝର ଜିଲ୍ଲାର ଉଚ୍ଚଶିକ୍ଷା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ । ଜିଲ୍ଲାରେ ଉଚ୍ଚଶିକ୍ଷାକୁ ସମ୍ପୂର୍ଣ୍ଣ ରୂପେ ଅବହେଳିତ କରି ରାଜ୍ୟ ସରକାର ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଥିବା ଅଭିଯୋଗ କରି ବିକ୍ଷୋଭ ପ୍ରଦର୍ଶନ କରିଛି ଏବିଭିପି । ଅଧିକ ପଢ଼ନ୍ତୁ

କେନ୍ଦୁଝରରେ ଏବିଭିପିର ବିକ୍ଷୋଭ
କେନ୍ଦୁଝରରେ ଏବିଭିପିର ବିକ୍ଷୋଭ

କେନ୍ଦୁଝରରେ ଏବିଭିପିର ବିକ୍ଷୋଭ

କେନ୍ଦୁଝର: ଓଡ଼ିଶାର ଉଚ୍ଚଶିକ୍ଷା କ୍ଷେତ୍ରରେ କେନ୍ଦୁଝର ଜିଲ୍ଲା ସତନ୍ତ୍ର ସ୍ଥାନ ଅଧିକାର କରିଥିଲା । ଏହି ଜିଲ୍ଲା ଓଡ଼ିଶାର ପ୍ରଶାସନିକ, ରାଜନୈତିକ, ସାମାଜିକ, କଳା ଓ ସଂସ୍କୃତି କ୍ଷେତ୍ରରେ ନେତୃତ୍ବ ପ୍ରଦାନ କରିଥିବା ବହୁ ପ୍ରତିଭାଙ୍କୁ ସୃଷ୍ଟି କରିଛି । ତେବେ କେନ୍ଦୁଝର ଜିଲ୍ଲାର ଉଚ୍ଚଶିକ୍ଷା ଆଜି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗ କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ । ଉଜ୍ଜଳ ଭବିଷ୍ୟତର ସ୍ଵପ୍ନ ଦେଖୁଥିବା ନିରୀହ ଛାତ୍ରଛାତ୍ରୀଙ୍କ ସରଳତାର ସୁଯୋଗ ନେଇ ରାଜ୍ୟ ସରକାର ଉଚ୍ଚଶିକ୍ଷାକୁ ସମ୍ପୂର୍ଣ୍ଣ ରୂପେ ଅବହେଳିତ କରି ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଛନ୍ତି ବୋଲି ଅଭିଯୋଗ କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ।

ବିଦ୍ୟାର୍ଥୀ ପରିଷଦ ନେତା ଅଭିଯୋଗ କରିଛନ୍ତି, "କଲେଜରେ ପାଠପଢ଼ି ସୁନ୍ଦର ଭବିଷ୍ୟତ ଗଢ଼ିବା ପାଇଁ ସ୍ବପ୍ନ ଦେଖୁଥିବା ପିଲାଟି ଆଜି ବାଧ୍ୟ ହେଇ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଛି । ଏହା ସହିତ କେନ୍ଦୁଝରର ସମସ୍ତ ମହାବିଦ୍ୟାଳୟରେ ଅଧ୍ୟାପକ ପଦବୀ ଖାଲି ପଡିବା ସହିତ ଅଧିକାଂଶ ମହାବିଦ୍ୟାଳୟରେ ସ୍ଥାୟୀ ଅଧ୍ୟକ୍ଷ ନାହାନ୍ତି । ଦୀର୍ଘଦିନ ହେବ ବିଶ୍ବବିଦ୍ୟାଳୟରେ ପରୀକ୍ଷା ପରିଚାଳନା, ଖାତାଦେଖା ଏବଂ ଫଳ ପ୍ରକାଶନରେ ଅହେତୁକ ଅବହେଳା ବିଶ୍ବବିଦ୍ୟାଳୟର ପରିଚାଳନାର ଅସଲ ଚିତ୍ରକୁ ସାମ୍ନାକୁ ଅଣା ଯାଉଛି । ଜିଲ୍ଲାରେ ମହିଳା ହିଂସା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସରକାର କିନ୍ତୁ ଏଥିପ୍ରତି କୌଣସି ପଦକ୍ଷେପ ନେଉନଥିବାରୁ ଆଶା ଦିନକୁ ଦିନ ମଉଳି ଯାଇଛି ।" ଜିଲ୍ଲାରେ ପର୍ଯ୍ୟଟନ ବିକାଶର ଡିଣ୍ଡିମ ପିଟୁଥିବା ସରକାର ଆଜି ପର୍ଯ୍ୟନ୍ତ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ କୌଣସି ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରିନାହାନ୍ତି ବୋଲି ସଂଗଠନର ଛାତ୍ରନେତାମାନେ ପ୍ରକାଶ କରିଛନ୍ତି ।

ସେହିଭଳି ଓଡ଼ିଶା ବିକାଶର କଥା କହୁଥିବା ଏହି ରାଜ୍ୟ ସରକାର ଓଡ଼ିଶାର ବିକାଶରେ ନିଜେ ବାଧକ ସାଜିଛନ୍ତି ବୋଲି ବିଦ୍ୟାର୍ଥୀ ପରିଷଦ ଅଭିଯୋଗ କରିଛି । ଏନେଇ ଆଜି ୧୪ ଦଫା ଦାବି ନେଇ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ଏବିଭିପି । ସ୍ଥାନୀୟ କାଳି ପଡ଼ିଆରୁ ପ୍ରାୟ ଏକ ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଏକ ବିରାଟ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିକ୍ଷୋଭ ପ୍ରଦର୍ଶନ ପରେ ୧୪ ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଆଗାମୀ ଦିନରେ କେନ୍ଦୁଝର ଜିଲ୍ଲାର ଛାତ୍ରଛାତ୍ରୀଙ୍କ ଦାବି ପୂରଣ ନହେଲେ, ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଏବିଭିପି ପକ୍ଷରୁ ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.