ଆନନ୍ଦପୁର: ଦୁଇମାସ ହେବ ନିଖୋଜ ହୋଇଯାଇଛି ଘରର ଗେହ୍ଳା ଝିଅ ରୂପା । ବାପା ମାଙ୍କ ଆଖିରୁ ଶୁଖୁନି ଲୁହ । ଝିଅ ଯାଇଛି ଯେ, ଏଯାଏ ତାର କିଛି ଖୋଜ ଖବର ନାହିଁ । ଝିଅ କେଉଁଠି ଅଛି,ଜୀବିତ କି ମୃତ ତାହା ମଧ୍ୟ କେହି ଜାଣି ପାରୁ ନାହାଁନ୍ତି । କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଦେଓଗାଁର ମୁନିଆ ଦେହୁରୀ ଓ ନମିତା ଦେହୁରୀଙ୍କ ଝିଅ ରୁପା । ଝିଅ ଭଲ ପାଠ ପଢୁଥିଲା । ଆଶା ଥିଲା, ଝିଅ ପାଠ ପଢି ଚାକିରି କଲେ ପରିବାରର ଦୁଃଖ ଯିବ ।
ହେଲେ ,ଗତ ଅକ୍ଟୋବର ମାସ ୯ ତାରିଖ ସନ୍ଧ୍ୟା ସମୟରେ ରୁପାକୁ ଘରୁ ୩ ଜଣ ଯୁବକ ଉଠାଇ ନେଇଥିବା ଅଭିଯୋଗ ହୋଇଥିଲା । ଏନେଇ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ଥାନାକୁ ଦୌଡ଼ି ନୟାନ୍ତ ହେଲେଣି ପରିବାର ଲୋକେ । ହେଲେ କୈଣସି ସୁଫଳ ମିଳି ନ ଥିବା ଅଭିଯୋଗ ଅଭିଯୋଗ ହୋଇଛି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ