ETV Bharat / state

ପାରିବାରିକ କଳହରୁ ସମ୍ପର୍କୀୟ ଭାଉଜ ପାଇଁ ଦିଅରକୁ ହତ୍ୟା

ପାରିବାରିକ କଳହକୁ ନେଇ କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ କୁମଡ ଗାଁରେ ହତ୍ୟାକାଣ୍ଡ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

author img

By

Published : Jun 11, 2020, 12:22 PM IST

Updated : Jun 11, 2020, 3:20 PM IST

a young murder
ସମ୍ପର୍କୀୟ ଭାଉଜ ପାଇଁ ଦିଅରକୁ ହତ୍ୟା

ଆନନ୍ଦପୁର: ଘରୋଇ କଳହକୁ ନେଇ ହତ୍ୟାକାଣ୍ଡ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା କୁମଡ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକ ଜଣକ ସେହି ଗାଁର ଦିବାକର ନାଇକ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାରୀ ସିପୁ ନାଇକକୁ ଗିରଫ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି।

ସମ୍ପର୍କୀୟ ଭାଉଜ ପାଇଁ ଦିଅରକୁ ହତ୍ୟା

ଗତକାଲି(ବୁଧବାର) ରାତିରେ ଘରୋଇ କଳହକୁ ନେଇ ସିପୁ ନାଇକ ବାପା ଦିବାକର ନାଇକର ସମ୍ପର୍କୀୟ ଭାଉଜକୁ କୌଣସି କାରଣକୁ ନେଇ ଗାଳିଗୁଲଜ କରିଥିଲେ । ଯାହାକୁ ବିରୋଧ କରିଥିଲେ ଦିବାକର ।

ଏହି କାରଣକୁ ନେଇ ଦିବାକରଙ୍କ ଉପରେ ରାଗ ରଖି ସିପୁ ନାଇକ ତାକୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତ ଦିବାକରଙ୍କ ମା'। ମୃତଦେହ ବିଲ ଭିତରେ ପଡି ରହିଥିବା ବେଳେ ଫରେନସିକ ଟିମକୁ ଅପେକ୍ଷା କରିଛନ୍ତି ପୋଲିସ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

Last Updated : Jun 11, 2020, 3:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.