କେନ୍ଦୁଝର: ସାମାଜିକ ଗଣମାଧ୍ୟମରେ ଧର୍ମସମ୍ବନ୍ଧୀୟ ଭିଡିଓ ଭାଇରଲ କରିବା ମହଙ୍ଗା ପଡିଲା । ଏ ନେଇ କେନ୍ଦୁଝର ଜିଲ୍ଲାର ବଡ଼ବିଲ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବଡ଼ବିଲ ଅଞ୍ଚଳରେ ଉଦ୍ଦେଶ୍ୟମୂଳକ ଭାବରେ ଧର୍ମସମ୍ବନ୍ଧୀୟ ବିବାଦୀୟ ଭିଡିଓ ଭାଇରାଲ କରି ବାତାବରଣକୁ ନଷ୍ଟ କରିବା ଅଭିଯୋଗରେ ବଡ଼ବିଲ ପୁଲିସ ବାକଲହଟିଂ ଅଞ୍ଚଳର ଏମ.ଡି ଅଖତର ନାମକ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଠାରୁ ଏକ ମୋବାଇଲ ମଧ୍ୟ ଜବତ କରାଯାଇଥିବା ସୂଚନା ରହିଛି ।
ଏହା ପୂର୍ବରୁ ମଧ୍ୟ ବଡ଼ବିଲ ପୋଲିସ ସାମାଜିକ ଗଣମାଧ୍ୟମରେ ଧର୍ମ ସମ୍ପର୍କିତ ପୋଷ୍ଟ ଉପରେ ନଜର ରଖି ଏକାଧିକ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଅନ୍ୟପଟେ ବଡ଼ବିଲ ଅଞ୍ଚଳରେ ଧର୍ମସମ୍ବନ୍ଧୀୟ ଅଶାନ୍ତିକୁ କୌଣସି ମତେ ବରଦାସ୍ତ କରାଯିବ ନାହିଁ । ସାମାଜିକ ଗଣମାଧ୍ୟମରେ ଏପରି କୌଣସି ପୋଷ୍ଟ ଉପରେ ଅଭିଯୋଗ ଆସିଲେ ଆଇନ ମୁତାବକ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବଡ଼ବିଲ ଆଇଆଇସି ସୁଶାନ୍ତ କୁମାର ଦାଶ କହିଛନ୍ତି ।
କେନ୍ଦୁଝରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ