ଆନନ୍ଦପୁର: ସପ୍ତାହେ ହେବ ଝିଅକୁ ଝୁରି ଝୁରି କାନ୍ଦୁଛନ୍ତି ବାପାମାଆ । ମାର୍ଚ୍ଚ 1 ତାରିଖରୁ ନିଖୋଜ ଝିଅକୁ ଖୋଜୁଛନ୍ତି ବାପାମାଆ ।
କେନ୍ଦୁଝର ଜିଲ୍ଲା ଘସିପୁରା ଥାନା କରଞ୍ଜିଆପାଳର ରାମଚନ୍ଦ୍ର ଦେହୁରୀ ଓ ମିନତୀ ଦେହୁରୀଙ୍କ ଝିଅ ମାମା । ମାମା ଦଶମ ଶ୍ରେଣୀରେ ପାଠ ପଢେ । ମାର୍ଚ୍ଚ ୧ ତାରିଖ ସନ୍ଧ୍ୟାରୁ ମାମା କୁଆଡେ ଚାଲିଯାଇଥିବାବେଳେ ଚାରିଆଡ଼େ ଖୋଜାଖୋଜି ପରେ ମଧ୍ୟ ଏଯାଏଁ ଝିଅର କୌଣସି ପତ୍ତା ପାଉନାହାଁନ୍ତି ପରିବାର ଲୋକେ ।
ଝିଅ ନିଖୋଜ ହୋଇଥିବା ନେଇ ଥାନାରେ ଏତଲା ଦେଇ ବାରମ୍ବାର ଥାନାକୁ ଦୌଡ଼ି ନୟାନ୍ତ ହେଲେଣି ପରିବାର ଲୋକେ । ଏହି ଘଟଣାକୁ ସପ୍ତାହେ ବିତିଲାଣି । ମାତ୍ର ପୋଲିସ ଏପର୍ଯ୍ୟନ୍ତ ତଦନ୍ତ ଆରମ୍ଭ କରିନଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଝିଅକୁ କିପରି ଫେରିପାଇବେ । ଏହାକୁ ନେଇ ଚିନ୍ତାରେ ପୁରା ପରିବାର।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ