ETV Bharat / state

ଅସହାୟ ବୁଲା କୁକୁରଙ୍କ ସାଥୀ ମହେଶ୍ବର ଓ ଦିଲ୍ଲୀପ

author img

By

Published : Apr 17, 2020, 6:42 PM IST

ଲକଡାଉନ ସମୟରେ ଅଣଦେଖା ହୋଇ ରହିଯାଇଛନ୍ତି ଅନେକ ବୁଲା କୁକୁର ଓ ରାସ୍ତାକଡର ନିରାଶ୍ରୟ ଲୋକେ । ହେଲେ ଏହି ଅସହାୟ ଲୋକଙ୍କ ଦୁଃଖ ବୁଝି ନିଜ ରୋଜଗାର ମୁତାବକ ସେବା ଯୋଗାଇବାକୁ ଆଗେଇ ଆସିଛନ୍ତି ଦୁଇ ସାଥୀ ମହେଶ୍ବର ଓ ଦିଲ୍ଲୀପ ।

keonjhar latest news, food distribution to stray dogs, food distribution to needy in keonjhar, keonjhar's two helping friends, ଅସହାୟ ବୁଲା କୁକୁରଙ୍କୁ ଖାଦ୍ୟ ବଣ୍ଟନ, କେନ୍ଦୁଝର ଲାଟେଷ୍ଟ ନ୍ୟୁଜ୍‌, କେନ୍ଦୁଝରରେ ବୁଲା କୁକୁରଙ୍କୁ ଖାଦ୍ୟ ବଣ୍ଟନ, କେନ୍ଦୁଝରରେ ସାହାୟ୍ୟକାରୀ ଦୁଇ ସାଥୀ
ଅସହାୟ ବୁଲା କୁକୁରଙ୍କ ସାଥୀ, ମହେଶ୍ବର ଓ ଦିଲ୍ଲୀପ

କେନ୍ଦୁଝର: ଲକଡାଉନ ସମୟରେ ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ପାଇଁ ସରକାର 3 ମାସ ପର୍ଯ୍ୟନ୍ତ ଖାଦ୍ୟର ଯୋଗାଡ କରିଛନ୍ତି ସରକାର । ହେଲେ ଏହି ବ୍ୟବସ୍ଥା ମଧ୍ୟରେ ଅଣଦେଖା ହୋଇ ରହିଯାଇଛନ୍ତି ଅନେକ ବୁଲା କୁକୁର ଓ ରାସ୍ତାକଡର ନିରାଶ୍ରୟ ଲୋକେ । ହେଲେ ଏହି ଅସହାୟ ଲୋକଙ୍କ ଦୁଃଖ ବୁଝି ନିଜ ରୋଜଗାର ମୁତାବକ ସେବା ଯୋଗାଇବାକୁ ଆଗେଇ ଆସିଛନ୍ତି ଦୁଇ ସାଥୀ ମହେଶ୍ବର ଓ ଦିଲ୍ଲୀପ ।

ମହେଶ୍ବର ପେସାରେ ଜଣେ ଚାଷୀ ଓ ଦିଲ୍ଲୀପ ଜଣେ ଅଟୋ ଚାଳକ । ସମ୍ବଳ ବେଶୀ ନଥିଲେ ବି ହୃଦୟ ବଡ । ଲକଡାଉନ ପରେ ରାସ୍ତା କଡର ଅସହାୟ ଲୋକ ଓ ବୁଲା କୁକୁରଙ୍କ ଭୋକ ଓ ଶୁଖିଲା ମୁହଁ ଦେଖି ସହି ପାରିନଥିଲେ ଉଭୟ । ଫଳରେ ନିଜସ୍ବ ଉଦ୍ୟମରେ ଉଭୟେ ବୁଲି ବୁଲି ଆରମ୍ଭ କଲେ ରନ୍ଧା ଖାଦ୍ୟ ବଣ୍ଟନ । ଏହା ଦିନେ କି ଦି ଦିନର କଥା ନୁହେଁ, ପ୍ରତିଦିନ ଏହିପରି ରନ୍ଧା ଖାଦ୍ୟ ବାଣ୍ଟନ୍ତି ଉଭୟେ ।

ଲକଡାଉନ ପାଇଁ ରାସ୍ତାରେ ଥିବା ଦୋକାନ ବଜାର ଓ ଢାବା ବନ୍ଦ ଥିବାରୁ ଏମାନଙ୍କୁ ମୁଠେ ଦାନା ମିଳୁନି । ଫଳରେ ଭୋକ ଉପାସରେ ଅତି କଷ୍ଟରେ କଟୁଛି ଦିନ । ଏମିତିରେ ମାନବିକତା ଦେଖାଇ ମହେଶ୍ବର ଓ ଦିଲ୍ଲୀପଙ୍କର ଏହି ଚେଷ୍ଟା ସତରେ ପ୍ରଶଂସନୀୟ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.