କେନ୍ଦୁଝର: ଟାଉନ ଥାନା ଅନ୍ତର୍ଗତ ଜମୁନାଳିଆ ନିକଟସ୍ଥ ଏକ ପୋଖରୀରେ ଘଟିଛି ଅଘଟଣ । ଉକ୍ତ ପୋଖରୀରେ ବୁଡି ସ୍ଥାନୀୟ ସରକାରୀ ଇଞ୍ଜିନିୟରିଂ ମହାବିଦ୍ୟାଳୟର ଛାତ୍ରର ମୃତ୍ୟୁ ହୋଇଛି । ଛାତ୍ରର ନାଁ ହେଉଛି ଶ୍ବାସତ ମହାପାତ୍ର, ସେ ଦ୍ବିତୀୟ ବର୍ଷ ମେକାନିକାଲର ଛାତ୍ର ।
ଖବରାନୁଯାୟୀ, ଆଜି(ସୋମବାର) ଖାଇ ସାରିବା ପରେ ଅନ୍ୟ ଦୁଇଜଣ ସାଙ୍ଗଙ୍କ ସହ ନିକଟସ୍ଥ ପୋଖରୀ ନିକଟକୁ ବୁଲିବାକୁ ଯାଇଥିଲେ । ଅନ୍ୟ ଦୁଇ ଜଣ ସାଙ୍ଗ ପୋଖରୀ କୂଳରେ ବସିଥିବା ବେଳେ ଶ୍ବାସତ ଗାଧୋଇବାକୁ ଯାଇ ବୁଡି ଯାଇଥିବା ଜଣାପଡିଛି । ଖବରପାଇ ଦମକଳ ବାହିନୀ ମୃତକକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଉକ୍ତ ମହାବିଦ୍ୟାଳୟରେ କିଛି ଦିନ ହେବ ପାଣି ସମସ୍ୟା ରହିଥିବା କିଛି ଛାତ୍ର ଅଭିଯୋଗ କରିଥିବା ବେଳେ କତ୍ତୃପକ୍ଷ ଏହାକୁ ଅସ୍ବୀକାର କରିଥିବା ଜଣାପଡ଼ିଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ