ETV Bharat / state

ପୋଖରୀରେ ବୁଡି ଦିବ୍ୟାଙ୍ଗ ଯୁବତୀ ମୃତ

author img

By

Published : May 25, 2020, 4:38 PM IST

ଗାଧୋଇବାକୁ ଯାଇଥିବା ବେଳେ ପୋଖରୀକୁ ବୁଡି ଜଣେ ଦିବ୍ୟାଙ୍ଗ ଯୁବତୀ ମୃତ ।

disable woman drowned in Anadapur
ଆନନ୍ଦପୁରରେ ଯୁବତୀ ମୃତ୍ୟୁ

ଆନନ୍ଦପୁର: ବାଉଁଶପାଣି ଗାଁରେ ଘଟିଛି ଅଘଟଣ । ପୋଖରୀରେ ବୁଡି ଜଣେ ଦିବ୍ୟାଙ୍ଗ ଯୁବତୀଙ୍କ ମୃତ୍ୟୁ ହୋଇଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ସୀମାନ୍ତ ବାଉଁଶପାଣି ଗାଁରେ କାଞ୍ଚନ ଦେହୁରୀ ପଖୋରୀରେ ବୁଡି ମୃତ୍ୟୁ ହୋଇଥିବା ଜଣାପଡିଛି ।

ଆନନ୍ଦପୁରରେ ଯୁବତୀ ମୃତ୍ୟୁ

ପରିବାର ଲୋକଙ୍କ କହିବା ଅନୁଯାୟୀ, ସବୁଦିନ ଭଳି କାଞ୍ଚନ ଆଜି ମଧ୍ୟ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ କୌଣସି କାରଣରୁ ସେଠାରେ ବୁଡି ଯାଇଥିଲେ । ତେବେ ନିକଟରେ ଥିବା କିଛି ଲୋକ ତାଙ୍କ ଘରକୁ ଖବର ଦେବା ସହ ପୋଖରୀ ଭିତରକୁ ଯାଇ କାଞ୍ଚନକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। କିଛି ସମୟ ପରେ କାଞ୍ଚନକୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାକୁ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.