ETV Bharat / state

ବୋଲେରୋ ଲୁଟିବା ବେଳେ ଧକ୍କା; ଗୋଟିଏ ପରିବାରର ତିନି ମୃତ

author img

By

Published : Oct 28, 2019, 9:10 PM IST

କେନ୍ଦୁଝର ଜିଲ୍ଲାର ଯୋଡ଼ାରେ ଘଟିଛି ଏକ ଅଭାବନୀୟ ଘଟଣା । ବୋଲେରୋ ଗାଡି ଲୁଟିବା ବେଳେ ଲୁଟେରାର ଧକ୍କାରେ ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ ହୋଇଛି। ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ଜିଲ୍ଲାର ଯୋଡ଼ାରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ବୋଲେରୋ ଲୁଟେରାର ଗାଡ଼ି ଧକ୍କାରେ ଗୋଟିଏ ପରିବାରର ୩ ଜଣଙ୍କର ଶୋଚନୀୟ ଭାବେ ମୃତ୍ୟୁ ଘଟିଛି । ମୃତକ ତିନି ଜଣ ହେଉଛନ୍ତି ଯୋଡ଼ା ମାଡ୍ରାସି ହଟିଂର ବାପା ଦୁଲୁନ ଲୋହାର, ୫ ବର୍ଷର ଝିଅ ପ୍ରିୟା ଓ ୪ବର୍ଷର ପୁଅ ମୁନା।

ଆଜି ସଂଧ୍ୟାରେ ଏହି ଦୁଃଖଦ ଘଟଣା ଘଟିଛି। ଗାଡି ନମ୍ବର (ଓଆର ୦୨ ଏଏନ୍ ୫୦୮୬) ଏକ କଳା ବୋଲେରୋ ଗାଡ଼ିର ଡ୍ରାଇଭର ପ୍ରଦୀପ କୁମାର ଧଳ ଗାଡ଼ି ନେଇ ଉଲି ହଟିଂ ସ୍ଥିତ ଇନ୍ଦ୍ର ଗ୍ୟାରେଜକୁ ଯାଉଥିଲେ । ତେବେ ଏତିକି ବେଳେ ଇର୍ଫାନ୍ ଖାନ ଓରଫ୍ ଗୁଲୁଆ ନାମକ ଜଣେ ଦୁର୍ବୃତ୍ତ ଗାଡ଼ିକୁ ଅଟକାଇ ଜୋର ଜବରଦସ୍ତ ଗାଡ଼ିରେ ବସିଯାଇଥିଲା। ଏହାପରେ ଏକ ଧାରୁଆ ଛୁରୀ ଦେଖାଇ ସେଠାରେ ଥିବା ମଦ କାଉଣ୍ଟର ନିକଟରେ ଛାଡ଼ିବାକୁ କହିଥିଲା ।

ମାତ୍ର କିଛି ବାଟ ଯିବାପରେ ଡ୍ରାଇଭରର ବେକରେ ଛୁରୀ ଲଗାଇ ତାକୁ ଗାଡ଼ିରୁ ଠେଲିଦେଇ ନିଜେ ଗାଡ଼ି ନେଇ ପଳାଇବାକୁ ଉଦ୍ୟମ କରୁଥିଲା । ମାତ୍ର କିଛି ବାଟ ଯିବାପରେ ଗଣେଶ ଭବନ ପାଖ ମାଡ୍ରାସି ହଟିଂ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟାଇଥିଲା ଏହି ଲୁଟେରା । ସେଠାରେ ବାଇକରେ ଦୁଲୁନ ଲୋହାର ନାମକ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଦୁଲୁନ, ତାଙ୍କ ଝିଅ ଓ ପୁଅ ଗୁରୁତର ଆହତ ହୋଇଥିଲେ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କେନ୍ଦୁଝର

ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ଟାଟା ଷ୍ଟିଲ ମେଡିକାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ତେବେ କିଛି ସମୟ ପରେ ସମସ୍ତ ୩ ଜଣଙ୍କର ମୃତ୍ୟୁ ଘଟିଥିଲା । ସେପଟେ ଅଭିଯୁକ୍ତ ଲୁଟେରାକୁ ମଧ୍ୟ ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି କରାଯାଇଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

ଉତ୍ତ୍ୟକ୍ତ ଲୋକେ ଟାଟା କମ୍ପାନୀର ଅନଲୋଡିଂ ପ୍ଲାଣ୍ଟକୁ ଯାଇଥିବା ରାସ୍ତାକୁ ଗଣେଶ ଭବନ ନିକଟରେ ଅବରୋଧ କରି ଉଚିତ୍ କ୍ଷତିପୂରଣ ଦାବି କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:Body:ବଲେରୋ ଲୁଟି ନେଇ ପଳାଇବା ବେଳେ, ୩ ଜଣଙ୍କୁ ଧକ୍କା ଦେଲା ଦୃବୃର୍ତ, ବାପ, ଝିଅ ଓ ପୁଅ ମୃତ, ଲୁଟେରା ଗୁରୁତର । ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ଆଙ୍କର-କେନ୍ଦୁଝର ଯୋଡ଼ାରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ବଲେରୋ ଲୁଟେରାର ଗାଡ଼ି ଧକ୍କାରେ ଗୋଟିଏ ପରିବାରର ୩ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ମୃତକ ୩ ଜଣ ହେଲେ ଯୋଡ଼ା ମାଡ୍ରାସି ହଟିଂର ବାପା ଦୁଲୁନ ଲୋହାର, ୫ ବର୍ଷର ଝିଅ ପ୍ରିୟା ଓ ୪ବର୍ଷର ପୁଅ ମୁନା । ଆଜି ସଂଧ୍ୟାରେ ଏହି ଦୁଃଖଦ ଘଟଣା ଘଟିଛି । ଓ ଆର ୦୨ ଏ ଏନ୍ ୫୦୮୬ ନଂର ଏକ କଳା ବଲେରୋ ଗାଡ଼ିର ଡ୍ରାଇଭର ପ୍ରଦୀପ କୁମାର ଧଳ ଗାଡ଼ି ନେଇ ଉଲି ହଟିଂ ସ୍ଥିତ ଇନ୍ଦ୍ର ଗ୍ୟାରେଜକୁ ଯାଉଥିବା ବେଳେ, ଇରଫାନ୍ ଖାନ୍ ଓରଫ୍ ଗୁଲୁଆ ନାମକ ଜଣେ ଦୃବୃର୍ତ ଗାଡ଼ିକୁ ଅଟକାଇ ଯୋର ଜବରଦସ୍ତ ଗାଡ଼ିରେ ବସିଯାଇଥିଲା ଏହାପରେ ଏକ ଧାରୁଆ ଛୁରୀ ଦେଖାଇ ମଦ କାଉଂଟର ନିକଟରେ ଛାଡ଼ିବାକୁ କହିଥିଲା । ମାତ୍ର କିଛି ବାଟ ଯିବାପରେ ଡ୍ରାଇଭରର ବେକରେ ଛୁରୀ ଲଗାଇ ତାକୁ ଗାଡ଼ିରୁ ପେଲିଦେଇ ନିଜେ ଗାଡ଼ି ନେଇ ପଳାଇବାକୁ ଉଦ୍ୟମ କରୁଥିଲା ଦୃବୃର୍ତ ଗୁଲୁଆ । ତେବେ କିଛି ବାଟ ଯିବାପରେ ଗଣେଶ ଭବନ ପାଖ ମାଡ୍ରାସି ହଟିଂ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟାଇଥିଲା ଏହି ଲୁଟେରା । ସେଠାରେ ବାଇକରେ ଦୁଲୁନ ଲୋହାର ନାମକ ବ୍ୟକ୍ତି ବସିଥିବା ବେଳେ, ତାଙ୍କର ୫ବର୍ଷର ଝିଅ ପ୍ରିୟା ଏବଂ ୪ବର୍ଷର ପୁଅ ମୁନୁ ପାଖରେ ଛିଡ଼ା ହୋଇଥିଲେ । ବଲେରୋଟି ସେମାନଙ୍କୁ ଧକ୍କା ଦେଇ ଏକ ଇଲେକ୍ଟ୍ରି ପୋଲକୁ ଧକ୍କା ଦେବା ପରେ ଶିବ ନାରାୟଣ ମୂର୍ତୀଙ୍କ କାନ୍ଥରେ ବାଡେଇ ହୋଇ ରହିଯାଇଥିଲା । ଦୁର୍ଘଟଣାରେ ବାପା ଦୁଲୁନ, ଝିଅ ପ୍ରିୟା ଓ ପୁଅ ମୁନୁକୁ ସଂକଟାପନ୍ନ ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ଟାଟା ଷ୍ଟିଲ ମେଡିକାଲର ଆଇସିୟୁରେ ଭର୍ତି କରାଯାଇଥିଲା । ତେବେ କିଛି ସମୟ ପରେ ସମସ୍ତ ୩ ଜଣଙ୍କର ମୃତ୍ୟୁ ଘଟିଥିଲା । ସେପଟେ ଲୁଟେରା ଗୁଲୁଆକୁ ମଧ୍ୟ ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତି କରାଯାଇଛି । ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତେଜିତ ଲୋକେ ଟାଟା କମ୍ପାନୀର ଅନଲୋଡିଂ ପ୍ଲାଂଟକୁ ଯାଇଥିବା ରାସ୍ତାକୁ ଗଣେଶ ଭବନ ନିକଟରେ ଅବରୋଧ କରି ଉଚିତ୍ କ୍ଷତିପୂରଣ ଦାବି କରିଛନ୍ତି । ପୋଲିସ ସମସ୍ତ ଘଟଣାର ଛାନଭିନ୍ ଚଳାଇଛି ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.