ETV Bharat / state

ମଦ୍ୟପ ଡ୍ରାଇଭର ଯୋଗୁଁ ଓଲଟିଲା ପିକଅପ୍ ଭ୍ୟାନ, 8 ଗୁରୁତର

author img

By

Published : Feb 23, 2020, 8:31 AM IST

ବାଂଶପାଳ ନିକଟ ବିରିଗୋଳା ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦଣ୍ଡ ନୃତ୍ୟ ପରିବେଷଣ କରିବାକୁ ଯାଉଥିବାବେଳେ, ଓଲଟିଲା ଭ୍ୟାନ । 8 ଗୁରୁତରଙ୍କୁ କେନ୍ଦୁଝର ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ...

road accident
ମଦ୍ୟପ ଡ୍ରାଇଭର ଯୋଗୁଁ ଓଲଟିଲା ପିକପ ଭ୍ୟାନ, 8 ଗୁରୁତର

କେନ୍ଦୁଝର: ବିଳମ୍ବିତ ରାତିରେ ବାଂଶପାଳ ନିକଟ ବିରିଗୋଳା ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ପିକଅପ୍ ଭ୍ୟାନ ଓଲଟି 8ରୁ ଉର୍ଦ୍ଧ୍ବ ଗୁରୁତର ହୋଇଛନ୍ତି । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଏହି ପିକଅପ୍ ଭ୍ୟାନରେ 15 ଜଣ ଦଣ୍ଡନୃତ୍ୟ ପରିବେଷଣ କରିବାକୁ ଦେବଗଡ ନିକଟସ୍ଥ ମାଦାଲିଆ ଗାଁରୁ ବାଂଶପାଳର ବିବିଗୋଳ ଗାଁକୁ ଯାଉଥିଲେ । ହେଲେ ଡ୍ରାଇଭର ଅତ୍ୟଧିକ ମଦ୍ୟପାନ କରିଥିବାରୁ ଏପରି ଦୁର୍ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ଜଣାପଡିଛି । ଦୁର୍ଘଟଣା ଖବର ପାଇ ଦମକଳ ବାହିନୀ ଉଦ୍ଧାର କରିଥିବାବେଳେ, ପୋଲିସ ଘଟଣାର ତଦନ୍ତ କରୁଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.