ETV Bharat / state

ବିଦ୍ୟୁତ ବିଭାଗର ଉଦାସୀନତା ଅଭିଯୋଗ, ଆମରଣ ଅନଶନରେ ବର୍ଷିଲେ 66 ବର୍ଷୀୟ ବୃଦ୍ଧ

author img

By

Published : Jul 28, 2021, 9:24 PM IST

କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ବିଦ୍ୟୁତ ବିଭାଗର ଚରମ ଅବହେଳା ବିରୁଦ୍ଧରେ ଆମରଣ ଅନଶନ ଆରମ୍ଭ କରିଛନ୍ତି ଜଣେ ୬୬ ବର୍ଷୀୟ ବୃଦ୍ଧ । ଦାବି ପୂରଣ ନହେବା ଯାଏଁ ଅନଶନ ନ ଭାଙ୍ଗିବାକୁ ଚେତାବନୀ । ଅଧିକ ପଢନ୍ତୁ...

ବିଦ୍ୟୁତ ବିଭାଗର ଉଦାସୀନତା ଅଭିଯୋଗ, ଅନଶନରେ ବର୍ଷିଲେ 66 ବର୍ଷୀୟ ବୃଦ୍ଧ

କେନ୍ଦୁଝର: ତେଲକୋଇ ବ୍ଲକ ବିଦ୍ୟୁତ ବିଭାଗର ଚରମ ଅବହେଳା ବିରେଧରେ ଆମରଣ ଅନଶନ ଆରମ୍ଭ କରିଛନ୍ତି ଜଣେ ୬୬ ବର୍ଷୀୟ ବୃଦ୍ଧ । କେନ୍ଦୁଝର ଜିଲ୍ଲାରେ କାର୍ଯ୍ୟରତ ଟାଟା ପାୱାର ନର୍ଦନ ଡିଭିଜନର ମାନମୁଖୀ କାର୍ଯ୍ୟରେ ଅତିଷ୍ଠ ହୋଇ ଅନଶନକୁ ଓହ୍ଲାଇଛନ୍ତି ସ୍ଥାନୀୟ ଅଞ୍ଚଳର 66 ବର୍ଷୀୟ ବୃଦ୍ଧ କୈଳାସ ପ୍ରଧାନ ।

କୈଳାସଙ୍କ ଅଭିଯୋଗ ଅନୁସାରେ, ଗତ 2009 ମସିହାରୁ ଏହି ବିଦ୍ୟୁତ ଉପଖଣ୍ଡରେ କ୍ରମାଗତ ବିଦ୍ୟୁତ ସମସ୍ୟା ଲାଗି ରହିଛି । ଏହି ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ପ୍ରଶାସନ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଥିବାବେଳେ ସମାଧାନ ଦିଗରେ କୌଣସି ପଦକ୍ଷେପ ନେଉନାହିଁ । ଏହି ବ୍ଲକର 22 ଟି ପଞ୍ଚାୟତର ଲୋକମାନେ ପ୍ରତିଦିନ ବିଦ୍ୟୁତ ଅଭାବରେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ଛାତ୍ରଛାତ୍ରୀ ଅନଲାଇନ ପାଠ ମଧ୍ୟ ପଢାରୁ ମଧ୍ୟ ବଞ୍ଚିତ ହେଉଛନ୍ତି । ତେଣୁ ବିଦ୍ୟୁତ ବିଭାଗର ଅବହେଳା ବିରୋଧରେ ଏହା ତାଙ୍କର ଏହା ଚରମ ନିଷ୍ପତ୍ତି ବୋଲି ମଧ୍ୟ କହିଛନ୍ତି କୈଳାଶ ।

କୈଳାଶ କରିଥିବା ମୁଖ୍ୟ ଦାବି ଗୁଡିକ ମଧ୍ୟରେ, ଗୋଲାବନ୍ଧ ଗ୍ରୀଡ଼କୁ କାର୍ଯ୍ୟକ୍ଷମ କରିବା,ବ୍ଲକରେ ନିରଵିଛିନ୍ନ ବିଦ୍ୟୁତ ଯୋଗାଣ ଓ ସିରିଗିଡା ଠାରେ ଏକ 33 କେଭି ବିଦ୍ୟୁତ ସଵଷ୍ଟେସନ ପ୍ରତିଷ୍ଠା ଆଦି ରହିଛି । ଏହାର ସମାଧାନ ନହେବା ପର୍ଯ୍ୟନ୍ତ ଅନଶନ ଜାରି ରହିବା ନେଇ ମଧ୍ୟ ଚେତାବନୀ ଦେଇଛନ୍ତି କୈଳାଶ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.