କେନ୍ଦୁଝର: କେନ୍ଦୁଝର ଗ୍ରସ୍ତରେ ଅଛନ୍ତି 5T ସଚିବ ଭି.କେ ପାଣ୍ଡିଆନ । ତାଙ୍କ ସହିତ ଅଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଜଳ ସମ୍ପଦ ବିଭାଗର ଅତିରିକ୍ତ ସଚିବ ଅନୁ ଗର୍ଗ । ପ୍ରଥମେ ବାସୁଦେବପୁର ନିକଟରେ ଥିବା କାନପୁରର ବୃହତ ଜଳ ସେଚନ ପ୍ରକଳ୍ପ ପରିଦର୍ଶନ କରିବା ପରେ ଜଳ ସମ୍ପଦ ବିଭାଗ ଡାକ ବଙ୍ଗଳାରେ ପ୍ରକଳ୍ପର ତ୍ୱରିତ କାର୍ଯ୍ୟକାରିତାକୁ ନେଇ ସମୀକ୍ଷା କରିଛନ୍ତି ।
ଏହାପରେ ବାସୁଦେବପୁର କନ୍ୟାଶ୍ରମରେ ପହଞ୍ଚି 5T ଅଧିନରେ ହୋଇଥିବା ରୂପାନ୍ତିକରଣ କାର୍ଯ୍ୟର ତଦାରଖ କରିବା ସହିତ 5T ସଚିବ ଛାତ୍ରୀ ମାନଙ୍କ ସହିତ ଖେଳିଥିଲେ ଏବଂ ମଧ୍ୟାହ୍ନ ଭୋଜନ ମଧ୍ୟ କରିଥିଲେ । ଏଥିସହିତ କେନ୍ଦୁଝର ଜିଲ୍ଲାରେ ପ୍ରତ୍ୟେକ ଘରେ କିଭଳି ପିଇବା ପାଣି ପହଞ୍ଚି ପାରିବ ତାହାର ମଧ୍ୟ ସମୀକ୍ଷା କରିଥିଲେ । ଗସ୍ତ କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲାପାଳଙ୍କ ସମେତ ଆରକ୍ଷୀ ଅଧିକ୍ଷକ ମଧ୍ୟ ଉପସ୍ଥିତ ରହିଥିଲେ ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ