ETV Bharat / state

ମାକୁ ହତ୍ୟା କରି ଜେଲ ଗଲା ବାପା: 5 ଶିଶୁଙ୍କୁ ଉଦ୍ଧାର କଲା ଚାଇଲ୍ଡ ଲାଇନ

author img

By

Published : Jan 10, 2022, 4:53 PM IST

ଠାକୁରପାଟଣା ମୁଣ୍ଡା ସାହିରୁ ୫ ଜଣ ମୁଣ୍ଡା ଶିଶୁଙ୍କୁ ଉଦ୍ଧାର କରିଛି ଚାଇଲ୍ଡ ଲାଇନ । ସମସ୍ତ ଶିଶୁଙ୍କ ଡାକ୍ତରୀ ମାଇନା ପରେ ମୁକ୍ତାଶୟ ଗୃହକୁ ପଠାଇ ଦିଆଯାଇଛି । ଅଧିକ ପଢନ୍ତୁ

ମାକୁ ହତ୍ୟା କରି ଜେଲ ଗଲା ବାପା : ପାଞ୍ଚ ଶିଶୁଙ୍କୁ ଉଦ୍ଧାର କଲା ଚାଇଲ୍ଡ ଲାଇନ

କେନ୍ଦୁଝର: ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ଠାକୁରପାଟଣା ମୁଣ୍ଡା ସାହିରୁ ୫ ଜଣ ମୁଣ୍ଡା ଶିଶୁଙ୍କୁ ଉଦ୍ଧାର କରିଛି ଚାଇଲ୍ଡ ଲାଇନ । ସମସ୍ତ ଶିଶୁଙ୍କ ଡାକ୍ତରୀ ମାଇନା ପରେ ମୁକ୍ତାଶୟ ଗୃହକୁ ପଠାଇ ଦିଆଯାଇଛି । ସୂଚନା ଅନୁସାରେ, ଗତ ଡିସେମ୍ବର ମାସ ୨୭ ତାରିଖ ସେହି ଗାଁର ଡିକୁ ମୁଣ୍ଡା ନାମକ ବ୍ୟକ୍ତି ନିଜ ସ୍ତ୍ରୀକୁ ପିଟିପିଟି ହତ୍ୟା କରି ଦେଇଥିଲା । ଏହି ହତ୍ୟା ପରେ ତାକୁ ଗିରଫ କରି ଜେଲକୁ ପଠାଇ ଦିଆଯାଇଥିଲା ।

ଫଳରେ ତାଙ୍କର ପାଞ୍ଚଟି ଶିଶୁଙ୍କ ଲାଳନ ପାଳନ ଦାୟିତ୍ବ ବଡଭାଇ ବୁଝୁଥିଲେ । ହେଲେ ତାଙ୍କ ନିଜର ତିନୋଟି ଶିଶୁ ଥିବା ବେଳେ ସାନ ଭାଇର ପାଞ୍ଚଟି ଶିଶୁର ଭରଣ ପୋଷଣ ବୁଝିବା ସମ୍ଭବ ହେଉ ନଥିଲା । ଏହି ଅସହାୟ ଶିଶୁଙ୍କ ଅବସ୍ଥା ଦେଖି ସ୍ଥାନୀୟ ୱାର୍ଡମେମ୍ବର ଚାଇଲଡ଼ ଲାଇନକୁ ଜଣାଇଥିଲେ । ଏହି ଖବର ପାଇ ଆଜି ସଦର ଚାଇଲ୍ଡ ଲାଇନ ପକ୍ଷରୁ ଏହି ପାଞ୍ଚ ଅସହାୟ ଶିଶୁଙ୍କୁ ଉଦ୍ଧାର କରିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.