ETV Bharat / state

କେନ୍ଦୁଝରରେ ଆଉ 4 ପଜିଟିଭ, ସଭିଏଁ କ୍ବାରେନଣ୍ଟାଇନ ସେଣ୍ଟରର

author img

By

Published : May 17, 2020, 6:58 PM IST

କେନ୍ଦୁଝର ଜିଲ୍ଲାରେ ଆଉ 4 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତ କ୍ବାରେନଣ୍ଟାଇନ ସେଣ୍ଟରରେ ଥିବାରୁ ଜିଲ୍ଲାବାସୀଙ୍କୁ ଭୟଭୀତ ନହେବା ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।

କେନ୍ଦୁଝରରେ ଆଉ 4 ପଜିଟିଭ, ସଭିଏଁ କ୍ବାରେନଣ୍ଟାଇନ ସେଣ୍ଟରର
କେନ୍ଦୁଝରରେ ଆଉ 4 ପଜିଟିଭ, ସଭିଏଁ କ୍ବାରେନଣ୍ଟାଇନ ସେଣ୍ଟରର

ଆନନ୍ଦପୁର: କେନ୍ଦୁଝର ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ରବିବାର ଜିଲ୍ଲାରେ ଆଉ 4ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ସମୁଦାୟ କୋରୋନା ସଂକ୍ରମିତଙ୍କ ସଂଖ୍ୟା 8କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ 2ଜଣ ସୁସ୍ଥ ହୋଇଛନ୍ତି ।

ଘସିପୁରା ବ୍ଲକରେ ଜଣେ ତାମିଲନାଡୁ ଫେରନ୍ତା 35 ବର୍ଷୀୟ ଯୁବକ, ହାଟଡିହି ବ୍ଲକରେ ଆନ୍ଧ୍ରପ୍ରଦେଶରୁ ଫେରିଥିବା 35 ବର୍ଷୀୟ ଯୁବକ, ଢୋଙ୍କା ପଞ୍ଚାୟତରେ ଜଣେ ସୁରଟ ଫେରନ୍ତା 47 ବର୍ଷୀୟ ଓ ବଡବିଲ୍ ପୌରପରିଷଦରେ ପଶ୍ଚିମବଙ୍ଗ ଫେରନ୍ତା 26ବର୍ଷୀୟ ଯୁବକ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହେବା ପରେ ସମସ୍ତଙ୍କୁ କଟକ କୋଭିଡ୍-19 ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଆକ୍ରାନ୍ତମାନେ ଥିବା କ୍ବାରେନ୍‌ଣ୍ଟାଇନ ସେଣ୍ଟରକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ସମସ୍ତ ଆକ୍ରାନ୍ତ କ୍ବାରେନଣ୍ଟାଇନ ସେଣ୍ଟରରେ ଥିବାରୁ ଜିଲ୍ଲାବାସୀଙ୍କୁ ଭୟଭୀତ ନହେବା ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି । ଘଟଣାସ୍ଥଳରେ ସ୍ବାସ୍ଥ୍ୟବିଭାଗ ଅଧିକାରୀଙ୍କ ସହ ପ୍ରଶାସନିକ ଅଧିକାରୀ ତଥା ପୋଲିସ୍ ପହଞ୍ଚି ଆକ୍ରାନ୍ତଙ୍କର ପ୍ରାଇମେରୀ ଟ୍ରେସିଂ ଆରମ୍ଭ କରିଛନ୍ତି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.