ETV Bharat / state

ବାପା ମା'ଙ୍କୁ ହରାଇ ଦୁଃଖ ଦରିଆରେ 3 ପିଲା, ସରକାରୀ ସହାୟତାକୁ ଅପେକ୍ଷା - କେନ୍ଦୁଝର ସହାୟତା

ଦୁନିଆଁ କଣ' ଜାଣିବା ଆଗରୁ ଚାଲିଗଲେ ମା' ବାପା । ତିନି କୋମଳମତି ଭାଇ ଭଉଣୀଙ୍କ ଲାଳନ ପାଳନ ସହ ସେମାନଙ୍କୁ ପାଠପଢାଇ ମଣିଷ କରିବାକୁ ଅଣ୍ଟା ଭିଡିଥିଲେ ବୁଢିମା ।ହେଲେ ଦଇବ ସାଧିଲା ଦାଉ । କିଛି ଦିନ ତଳେ ଜେଜେ ମାଙ୍କ ପରଲୋକ ପରେ ଏବେ ଅନାଥ ଏହି ତିନି ଭାଇ ଭଉଣୀ ପେଟ ପୁରୁଛି ପର ଦୟାରେ । ଅଧିକ ପଢନ୍ତୁ...

ବାପା ମା'ଙ୍କୁ ହରାଇ ଅନାଥ  3 ଶିଶୁ
ବାପା ମା'ଙ୍କୁ ହରାଇ ଅନାଥ 3 ଶିଶୁ
author img

By

Published : Jun 14, 2021, 9:44 PM IST

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଗୈଡସିଙ୍ଗା ଗାଁରେ ଦୁଃଖରେ ଦିନ କାଟୁଛନ୍ତି 3 ଭାଇ ଭଉଣୀ । ବାପା ମାଙ୍କ ମୃତ୍ୟୁ ପରେ ଏବେ ବେସାହାରା ବଢ ଭଉଣୀ କବିତାଙ୍କ ସହ ତାଙ୍କ 2 ଛୋଟ ଛୋଟ ଭାଇ । 4 ବର୍ଷ ତଳେ ବାପା ଆରପାରିକୁ ଚାଲିଯାଇଥିବା ବେଳେ 2 ବର୍ଷ ତଳେ ମା’ ଆରପାରିକୁ ଚାଲିଯାଇଛନ୍ତି । ଆଉ ଏବେ ନିଜର ବୋଲି ଥିବା ଜେଜେ ମା ମଧ୍ୟ କିଛି ଦିନ ତଳେ ଆରପାରିକୁ ଚାଲିଯାଇଛନ୍ତି । ଫଳରେ ବେସାହାରା ଓ ଅନାଥ ହୋଇ ଜୀବନ ବିତାଉଛନ୍ତି ଏହି 3 ଶିଶୁ ।

ବାପା ମା'ଙ୍କୁ ହରାଇ ଅନାଥ 3 ଶିଶୁ, ଅପେକ୍ଷା ସରକାରୀ ସହାୟତାକୁ

ପାଖରେ ନା ଅଛି ଟଙ୍କା ନା ବୟସ ହୋଇଛି ରୋଜଗାର କରିବାକୁ । ଫଳରେ ପଡିଶା ଘର ଖାଦ୍ୟ ଖାଇଲେ ପେଟ ପୁରୁଛୁ । ତାହା ପୁଣି ସବୁଦିନ ନୁହେଁ । ଯେଇଁ ଠି ପେଟକୁ ଦାନା ଗଣ୍ଡେ ଯୋଗାଇବା ସୁସକିଲ ହୋଇପଡୁଛି ସେଠାରେ ପାଠ ପଢା କଥା ପଚାରେବା କିଏ ।

ଖାଲି ଏତିକି ନହଁ ବାପା ମା ଯିବା ପରେ ଏବେ ଘରର ସମ୍ପୂର୍ଣ୍ଣ ବୋଝ ମୁଣ୍ଡାଉଛନ୍ତି କବିତା । ଯେଉଁ ହାତରେ ଆଜି ବ୍ୟାଗ , ପେନ, ପେନସିଲ ଧରି ସ୍କୁଲ ଯିବା କଥା ଆଜି ସେହି ବୟସରେ ହାତରେ ଝାଡୁ, ମୁଣ୍ଡରେ କଳସ ଧରିଛନ୍ତି । ସବୁ ଦୁଃଖକୁ ଛାତିରେ ଚାପି ଏବେ ନିଜେ ଓ ନିଜ 2 ଭାଇଙ୍କ ପାଇଁ ଯନ୍ତ୍ରଣା ସହ ଲଢେଇ କରୁଛନ୍ତି କବିତା । ବୟସ ଜମା 12 ବର୍ଷ । ହେଲେ ଏହି ବୟସରେ ସେ ପରିବାରର ବୋଝ ମୁଣ୍ଡାଉଛନ୍ତି । ଯାହା ଅତ୍ୟନ୍ତ ଦୁଃଖଦନୀୟ ଓ ହୃଦୟ ବିଦାରକ ।

ରାସନକାର୍ଡରେ ଏମାନଙ୍କ ନାମ ନଥିବାରୁ ଖାଦ୍ୟ ସୁରକ୍ଷା ଯୋଜନାରେ ସରକାରୀ ଚାଉଳ ମିକିବା ମଧ୍ୟ କଷ୍ଟକର। କାମ ଧନ୍ଧା କରି ନିଜ ପେଟ ପୋଷିବାକୁ ଅକ୍ଷମ ଏହି ତିନି ଶିଶୁଙ୍କୁ ସାହାଯ୍ୟ କରିବାକୁ ପ୍ରଶାସନିକ ନିକଟରେ ଦାବି କରିଛନ୍ତି ଗ୍ରାମବାସୀ । ସେପଟେ ଏହି ଶିଶୁ ମାନଙ୍କ ସମ୍ପର୍କରେ ଆମେ ଆନନ୍ଦପୁର ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ଜଥା ସମ୍ଭବ ସହାୟତା ପାଇଁ ପ୍ରତିଶୃତି ଦେଇଛନ୍ତି ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.