ETV Bharat / state

ସଙ୍କଟରେ ଗଜରାଜ: ପୁଣି 2 ହାତୀର ମୃତଦେହ ଉଦ୍ଧାର, ନୀରବଦ୍ରଷ୍ଟା ବନ ବିଭାଗ - forest dept patroling team

ଚମ୍ପୁଆ ରେଞ୍ଜ ଯୋଡ଼ା, ଗୁରୁବେଡ଼ା ଗାଁ ପାଖ ବୈତରଣୀ(ଖ) ସଂରକ୍ଷିତ ଜଙ୍ଗଲରେ ରବିବାର ୨ଟି ହାତୀର ମୃତଦେହ ଠାବ କରାଯାଇଛି । ବନ ବିଭାଗର ପାଟ୍ରୋଲିଂ ଟିମ୍ ଅପରାହ୍ନରେ ଏହି ୨ ହାତୀଙ୍କ ମୃତଦେହକୁ ଦେଖିବାକୁ ପାଇଥିଲେ । ମୃତ ହାତୀ ମଧ୍ୟରେ ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈହାତୀ ଥିବା ଜଣାପଡ଼ିଛି ।

2 elephant deadbody found by forest dept patroling team
ସଙ୍କଟରେ ଗଜରାଜ: ପୁଣି 2 ହାତୀର ମୃତଦେହ ଉଦ୍ଧାର, ନୀରବଦ୍ରଷ୍ଟା ବନ ବିଭାଗ
author img

By

Published : Jun 15, 2020, 1:31 AM IST

କେନ୍ଦୁଝର: ସଙ୍କଟରେ ଗଜରାଜ । ଚମ୍ପୁଆ ରେଞ୍ଜ ଯୋଡ଼ା, ଗୁରୁବେଡ଼ା ଗାଁ ପାଖ ବୈତରଣୀ(ଖ) ସଂରକ୍ଷିତ ଜଙ୍ଗଲରେ ରବିବାର ୨ଟି ହାତୀର ମୃତଦେହ ଠାବ କରାଯାଇଛି । ବନ ବିଭାଗର ପାଟ୍ରୋଲିଂ ଟିମ୍ ଅପରାହ୍ନରେ ଏହି ୨ ହାତୀଙ୍କ ମୃତଦେହକୁ ଦେଖିବାକୁ ପାଇଥିଲେ । ମୃତ ହାତୀ ମଧ୍ୟରେ ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈହାତୀ ଥିବା ଜଣାପଡ଼ିଛି ।

ଅଣ୍ଡିରା ହାତୀର ଦାନ୍ତ ଗାଏବ ଥିବାରୁ ହାତୀଙ୍କୁ କେହି ଦୃର୍ବୃତ୍ତ ହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଛି । ମୃତ ହାତୀଙ୍କ ବୟସ ପାଖାପାଖି ୨୦ରୁ ୨୨ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି । ଅଣ୍ଡିରା ହାତୀର ଶୁଣ୍ଢରେ ଏକ କ୍ଷତ ଚିହ୍ନ ମଧ୍ୟ ରହିଛି । ଘଟଣା ସ୍ଥଳରେ ବନ କର୍ମଚାରୀ ପହଞ୍ଚି ଜଗି ରହିଥିବା ବେଳେ ସନ୍ଧ୍ୟାରେ କେନ୍ଦୁଝର ଡିଏଫଓ ସନ୍ତୋଷ ଯୋଶୀ ଓ ଚମ୍ପୁଆ ରେଞ୍ଜର ସେଠାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି ।

ତେବେ ଏନେଇ ଡିଏଫଓଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ସୋମବାର ଉଭୟ ମୃତହାତୀଙ୍କ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ରହିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ।

ସଙ୍କଟରେ ଗଜରାଜ: ପୁଣି 2 ହାତୀର ମୃତଦେହ ଉଦ୍ଧାର, ନୀରବଦ୍ରଷ୍ଟା ବନ ବିଭାଗ

ଚମ୍ପୁଆ ରେଞ୍ଜର ବାଲିବନ୍ଧ, ଯୋଡ଼ା ଓ ବାମେବାରୀ ସେକ୍ସନରେ ଏକ ୧୯ ଟିକିଆ ହାତୀପଲ ବିଭିନ୍ନ ଅଞ୍ଚଳରେ ଘୁରି ବୁଲୁଥିଲେ । ଗତ ୨୪ ତାରିଖରେ ଚମକପୁର ଗାଁରେ ଗୋଟିଏ ହାତୀର ମୃତଦେହ ମିଳିଥିଲା । ତେବେ ଦିନକୁ ଦିନ ହାତୀ ମଣିଷ ଲଢ଼େଇ ବଢ଼ିବାରେ ଲାଗିଛି । କେତେବେଳେ ହାତୀ ଆକ୍ରମଣର ଶିକାର ହେଉଛି ମଣିଷ ତ ଆଉ କେତେବେଳେ ମଣିଷ ହାତୀଙ୍କ ପାଇଁ ଯମ ପାଲଟି ଯାଉଛି । ଶିକାରୀଙ୍କ ଲୋଲୁପ ଦୃଷ୍ଟିରୁ ବର୍ତ୍ତି ପାରୁନାହାନ୍ତି ଏହି ବିରାଟକାୟ ପ୍ରାଣୀ । ରବିବାର ଏହି ୨ ହାତୀଙ୍କ ମୃତଦେହ ମିଳିବା ପରେ ବନବିଭାଗର ପାରିବା ପଣିଆ ଉପରେ ପ୍ରଶ୍ନ ଉଠିଛି । ହାତୀଙ୍କ ଗତିବିଧି ଉପରେ ତିକ୍ଷ୍‌ଣ ନଜର ରଖାଯାଉଥିବା ବନବିଭାଗ କହୁଥିବା ବେଳେ ଅନାୟସରେ ୨ଟି ହାତୀଙ୍କୁ କିଏ ଓ କିପରି ମାରିଲା ତାହାକୁ ନେଇ ଜଙ୍ଗଲ ବିଭାଗର କାର୍ଯ୍ୟଧାରା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.