ETV Bharat / state

ବେଆଇନ ଚାଲାଣ: 2ଟି ଗୋରୁ ବୋଝେଇ କଣ୍ଟେନର ଜବତ - ଗୋରୁ ବୋଝେଇ କଣ୍ଟେନର ଜବତ କେନ୍ଦୁଝର

ବେଆଇନ ଗୋରୁ ଚାଲାଣ ହେଉଥିବାବେଳେ 2ଟି କଣ୍ଟେନରକୁ ଜବତ କରିଛି ବଜରଙ୍ଗ ଦଳ । ଅଧିକ ପଢନ୍ତୁ...

ବେଆଇନ ଗୋରୁ ବୋଝେଇ କଣ୍ଟେନର ଜବତ
ବେଆଇନ ଗୋରୁ ବୋଝେଇ କଣ୍ଟେନର ଜବତ
author img

By

Published : Dec 18, 2020, 9:07 PM IST

କେନ୍ଦୁଝର: ସହର ମଧ୍ୟ ଦେଇ ଯାଉଥିବା ଦୁଇଟି ବେଆଇନ ଗୋରୁ ବୋଝେଇ କଣ୍ଟେନର ଜବତ । ବଜରଙ୍ଗ ଦଳ ଏହି ଗୋରୁ ବୋଝେଇ କଣ୍ଟେନରକୁ ଧରିଥିବା ଜଣାପଡିଛି । ତେବେ ବେଆଇନ ଭାବେ ଏହି ଗୋରୁଗୁଡିକୁ ପଶ୍ଚିମବଙ୍ଗ ନିଆଯାଉଥିବା ଜଣାପଡିଛି ।

ବେଆଇନ 2ଟି ଗୋରୁ ବୋଝେଇ କଣ୍ଟେନର ଜବତ

ସୂଚନା ଅନୁଯାୟୀ, ଗୋରୁଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ବଜରଙ୍ଗଦଳ । ଆଜି(ଶୁକ୍ରବାର) ସହରର ଗାନ୍ଧୀ ଛକ ଠାରେ ବଜରଙ୍ଗ ଦଳର ନେତାମାନେ ଏହି ଗାଡିଗୁଡିକୁ ଅଟକାଇ ଥିଲେ । ପରେ କଣ୍ଟେନର ଖୋଲିବାରୁ ସେଥିରେ ଏକାଧିକ ଗାଈ ଚାଲାଣ ହେଉଥିବା ଜଣାପଡିଥିଲା । ତେବେ ଘଟଣାସ୍ଥଳରେ ଜନସାଧାରଣଙ୍କ ଭିଡ ଜମିବାରୁ ଟାଉନ ଥାନା ପୋଲିସ ପହଞ୍ଚି ଦୁଇଟି କଣ୍ଟେନରକୁ ଜବତ କରି ଥାନାକୁ ନେଇଛି । ଅନ୍ୟପଟେ ଘଟଣା ପରେ ସ୍ଥାନୀୟ ଲୋକେ ଥାନାରେ ଉତ୍ତେଜନା ସୃଷ୍ଟି କରି ଥିବାବେଳେ ପୋଲିସ ସେମାନଙ୍କୁ ବୁଝାସୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି ।

ଏଥିସହ ଗାଈଙ୍କୁ ମଧ୍ୟ ଉଦ୍ଧାର କରିବା ସହ 4 ଜଣ ଡ୍ରାଇଭର ଏବଂ ହେଲପରଙ୍କୁ ପୋଲିସ ଅଟକ ରଖିଛି । ଏହି ଚଢାଉରେ 40ରୁ ଊର୍ଦ୍ଧ୍ବ ଗୋରୁ ଉଦ୍ଧାର ହୋଇଥିବା ଜଣାପଡିଛି । ଗାଈଗୁଡିକୁ ବେଆଇନ ଭାବେ ପଶ୍ଚିମବଙ୍ଗ ଚାଲାଣ କରାଯାଉଥିବା ଜଣାପଡିଛି । ଅନ୍ୟପଟେ ପ୍ରଶାସନର ଗୋଚରରେ ଗୋରୁଗୁଡିକୁ ଚାଲାଣ କରାଯାଉଥିବା ଅଭିଯୋଗ କରିଛି ବଜରଙ୍ଗ ଦଳ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.