ETV Bharat / state

ଦିଅର କଲା ଦୁଷ୍କର୍ମ ଭିଡିଓ କଲା ସ୍ବାମୀ

ଦିଅର କଲା ଦୁଷ୍କର୍ମ । ମୋବାଇଲରେ ସଟ୍ ନେଲା ସ୍ବାମୀ । ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

author img

By

Published : Jun 29, 2019, 11:23 PM IST

Updated : Jun 29, 2019, 11:34 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ଆନନ୍ଦପୁର: ସ୍ବାମୀ ସମ୍ମୁଖରେ ସ୍ତ୍ରୀକୁ ଦିଅର ଦୁଷ୍କର୍ମ କରିବା ଘଟଣା । ଅଭିଯୁକ୍ତ ସ୍ବାମୀ ଓ ଦିଅରକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଅନ୍ୟପଟେ ପୀଡିତାଙ୍କ ବୟାନ ରେକର୍ଡ କରାଯାଇଛି ।

ସ୍ବାମୀ ନାଁରେ କଳଙ୍କ । ପଶୁଠୁ ବି ହୀନ ପାଲଟି ଯାଇଥିଲା ମଣିଷର ଆଚରଣ । ଦୁଷ୍କର୍ମ କରୁଥିଲା ଦିଅର । ଭିଡିଓ ଉତ୍ତୋଳନ କରୁଥିଲା ସ୍ବାମୀ । ଯାହାକୁ ଜନ୍ମଜନ୍ମାନ୍ତର ପାଇଁ ସୁରକ୍ଷା ଦେବା କଥା, ତାର ଇଜ୍ଜତ ବିକ୍ରୀ କରୁଥିଲା । ଏପଟେ ମାତୃତୁଲ୍ୟ ଭାଉଜଙ୍କୁ ଦୁଷ୍କର୍ମ କରୁଥିଲା ଅଭିଯୁକ୍ତ ଦିଅର । କେନ୍ଦୁଝର ଘଷିପୁରାରେ ଘଟିଥିବା ଏ ଅଭାବନୀୟ ଘଟଣା ସମଗ୍ର ଅଞ୍ଚଳରେ ଏବେ ଚହଳ ପକାଇ ଦେଇଛି ।

ଅଭିଯୋଗ ମୁତାବକ, ମୟୂରଭଞ୍ଜ କରଞ୍ଜିଆ ଅଞ୍ଚଳରୁ ଅଭିଯୁକ୍ତ ଯୁବକ, ତାଙ୍କ ସ୍ତ୍ରୀ ଏବଂ ସାନ ଭାଇ କୌଣସି କାମ ପାଇଁ ଆସିଥିଲେ । ସାନଭାଇ ଦ୍ବାରା ସ୍ତ୍ରୀ ଦୁଷ୍କର୍ମର ଶୀକାର ହୋଇଥିଲେ । ଏପଟେ ପ୍ରତିବାଦ ନକରି ଭିଡିଓ ଉତ୍ତୋଳନରେ ଲାଗିପଡିଥିଲେ ପୀଡିତାଙ୍କ ସ୍ବାମୀ । ତେବେ ଘଟଣା ସମ୍ପର୍କରେ ଜାଣିବା ପରେ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ । ଅଭିଯୁକ୍ତ ସ୍ବାମୀ ଓ ଦିଅରକୁ ଖୁଣ୍ଟରେ ବାନ୍ଧି ପୋଲିସକୁ ଖବର ଦେଇଥିଲେ । ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

ଆନନ୍ଦପୁର
ଆଙ୍କର- ସ୍ଵାମୀ ସମ୍ମୁଖରେ ସ୍ତ୍ରୀକୁ ଦିଅର କଲା ଦୁଷ୍କର୍ମ .ସ୍ଵାମୀ ପ୍ରତିବାଦ କରିବା ବଦଳରେ ଘଟଣାର ଭିଡ଼ିଓ ଉତ୍ତୋଳନ କରିବାକୁ ନେଇ ସ୍ତ୍ରୀ କଲା ପ୍ରତିବାଦ. ଘଟଣାରେ ଅଭିଯୁକ୍ତ ସ୍ଵାମୀ ଓ ଦିଅରକୁ କୋର୍ଟ ଚାଲାଣ କରିଛି କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ପୋଲିସ . ସୂଚନା ଅନୁଯାୟୀ, ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳର ସ୍ଵାମୀ, ସ୍ତ୍ରୀ ଓ ଦିଅର ଗତକାଲି ରାତିରେ କନ୍ତୋ ଅଞ୍ଚଳକୁ କୌଣସି କାମ ପାଇଁ ଆସିଥିଲେ. ସେତିକିବେଳେ, ସ୍ଵାମୀଙ୍କ ସମ୍ମୁଖରେ ସ୍ତ୍ରୀକୁ ଦିଅର ଦୁଷ୍କର୍ମ କରିଥିଲା .ସ୍ଵାମୀ ଏହାର ଭିଡ଼ିଓ ଭତ୍ତୋଳନ କରୁଥିଲେ . ଏହାର ପ୍ରତିବାଦ କରି ଚିତ୍କାର କରିଥିଲେ ମହିଳା .ସ୍ଥାନୀୟ ଲୋକେ ଏକାଠି ହୋଇ ସ୍ଵାମୀ ଓ ଦିଅରକୁ ଖୁଣ୍ଟରେ ବାନ୍ଧି ପୋଲିସକୁ ଖବର ଦେଇଥିଲେ . ପୋଲିସ ଉଭୟଙ୍କୁ ସେଠାରୁ ଉଦ୍ଧାର କରି ମହିଳାଙ୍କ ବୟାନକୁ ଭିତ୍ତି କରି ଉଭୟଙ୍କୁ କୋର୍ଟ ଚାଲାଣ କରିଛି ।
Last Updated : Jun 29, 2019, 11:34 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.