ETV Bharat / state

ପ୍ରଳୟଙ୍କାରୀ ଘୂର୍ଣ୍ଣିବାତ୍ୟା @43; ଜୀବନ ହାରିଥିଲେ 178 ଲୋକ, 700 ପଶୁ - 1978 ଘୂର୍ଣ୍ଣିବାତ୍ୟା

1978 ମସିହା ଏପ୍ରିଲ ମାସ 16 ତାରିଖରେ କେନ୍ଦୁଝର ଜିଲ୍ଲାର ପୁରୁଣାବାନ୍ଧଗୋଡା ଗ୍ରାମରେ ଘଟିଥିଲା ଏକ ପ୍ରଳୟଙ୍କରୀ ଘୂର୍ଣ୍ଣବାତ୍ୟା । ଘୂର୍ଣ୍ଣିବାତ୍ୟା ନିମିଷକ ମଧ୍ୟରେ ବଦଳାଇ ଦେଇଥିଲା ଗ୍ରାମର ନକ୍ସା । ବାତ୍ୟାରେ 178 ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଗ୍ରାମଟି କ୍ଷଣିକ ମଧ୍ୟରେ ଶ୍ମଶାନ ଭୂଇଁରେ ପରିଣତ ହୋଇଯାଇଥିଲା । ତେବେ ଏହି ପ୍ରଳୟକୁ ଆଜି 43 ବର୍ଷ ପୂରିଥିବା ବେଳେ ଦେଖନ୍ତୁ ଇଟିଭି ଭାରତର ଏହି ସ୍ପେଶାଲ ରିପୋର୍ଟ...

ପ୍ରଳୟଙ୍କାରୀ ଘୂର୍ଣ୍ଣିବାତ୍ୟା @43; ଜୀବନ ହାରିଥିଲେ 178 ଲୋକ, 700 ପଶୁ

author img

By

Published : Apr 16, 2021, 7:43 AM IST

Updated : Apr 16, 2021, 12:38 PM IST

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ପୁରୁଣାବାନ୍ଧଗୋଡା ଗ୍ରାମରେ 1978 ମସିହା ଏପ୍ରିଲ ମାସର 16 ତାରିଖରେ ଘଟିଥିଲା ପ୍ରଳୟଙ୍କାରୀ ଘୂର୍ଣ୍ଣିବାତ୍ୟା । ସମୟ ଅପରାହ୍ନ 4ଟା ସମୟରେ ହଠାତ୍‌ ମୃତ୍ୟୁରୂପୀ ପବନ ଧନେଇ ପାହାଡ଼ ପଟୁ ଗ୍ରାମ ଆଡ଼କୁ ମାଡି ଆସିଥିଲା । ଏହି ସମୟରେ ବିପଦର ସଙ୍କେତ ପରି ଆକାଶରେ ନାଲି ବାଦଲ ଘୋଟିଗଲା । କ୍ରମଶଃ ଏହା ଘନୀଭୂତ ହୋଇ ଘୂର୍ଣ୍ଣିବାତ୍ୟାର ରୂପ ନେଲା । ନିମିଷକ ମଧ୍ୟରେ ଘୂର୍ଣ୍ଣିବାତ୍ୟା ପ୍ରଳୟଙ୍କରୀ ରୂପ ଧାରଣ କଲା । କେହି କିଛି ବୁଝିବା ପୂର୍ବରୁ ଗଛଲତା, ଗାଈଗୋରୁ ଓ ମଣିଷମାନଙ୍କୁ ଆକାଶକୁ ଉଡାଇନେଲା । ଗାଁର 120ଟି ଘର ମାଟିରେ ମିଶିଗଲା । କ୍ଷଣିକ ମଧ୍ୟରେ 178 ଜଣ ଲୋକଙ୍କ ସହ 7ଶହ ଗୃହପାଳିତ ପଶୁଙ୍କ ଜୀବନ ଚାଲିଗଲା । ଗାଁ ସତେ ଯେମିତି ଶ୍ମଶାନରେ ପରିଣତ ହୋଇଗଲା ।

ପ୍ରଳୟଙ୍କାରୀ ଘୂର୍ଣ୍ଣିବାତ୍ୟା @43; ଜୀବନ ହାରିଥିଲେ 178 ଲୋକ, 700 ପଶୁ

କେବଳ ପୁରୁଣାବାନ୍ଧଗୋଡା ଗ୍ରାମ ନୁହେଁ, ଏହି ଘୂର୍ଣ୍ଣିବାତ୍ୟା ନିକଟସ୍ଥ କରଡାମାଳି, ନର୍ଦ୍ଦା, ତିଗିରିଆ, ବିଲାବନ୍ଧ ଆଦି ଗାଁରେ ଅପୂରଣୀୟ କ୍ଷତି ଘଟାଇଥିଲା । କେହି ନିଜ ପରିବାରର ସମସ୍ତଙ୍କୁ ହରାଇ ଆତ୍ମହରା ହୋଇପଡିଥିଲା ତ କାହାର ପରିବାରର ଜଣେ ସଦସ୍ୟ ପ୍ରଳୟରୁ ବର୍ତ୍ତିଯାଇଥିଲା । ବାତ୍ୟା ଥମିବା ପରର ଦୃଶ୍ଯ ଥିଲା ଅବିଶ୍ବସନୀୟ ଓ ହୃଦୟ ବିଦାରକ । ଘଟଣା ପରେ ଦେଶ ବିଦେଶରୁ ଛୁଟିଥିଲା ସହାୟତାର ସୁଅ । ଅକାଳରେ ପ୍ରାଣ ହରାଇଥିବା ଲୋକଙ୍କର ଗାଁମୁଣ୍ଡରେ ସମୂହ ଅନ୍ତିମ ସଂସ୍କାର କରାଗଲା । ପରେ ଗ୍ରାମବାସୀଙ୍କ ଦୁଃଖଦ ବିୟୋଗର ସ୍ମୃତି ପାଇଁ ସ୍ଥାପନ କରାଗଲା ଏକ ସ୍ମୃତିସ୍ତମ୍ଭ । ସେହି ଅବିଶ୍ବସନୀୟ ଘୂର୍ଣ୍ଣିବାତ୍ୟାକୁ ଆଜି ପୂରିଛି 43ବର୍ଷ । ଏତେ ବଡ ଘୂର୍ଣ୍ଣିବାତ୍ୟା ଆଜି ବି ଭାବିଲା ବେଳକୁ ଦେହ ସିତେଇ ଉଠୁଛି ବୋଲି ଗ୍ରାମବାସୀମାନେ କହିଥାନ୍ତି ।

ଘୂର୍ଣ୍ଣିବାତ୍ୟାରେ ପବନର ବଳ ଏତେ ରହିଥିଲା ଯେ ଶଗଡ ସହ ଲାଗିଥିବା ବଳଦ ଆକାଶରେ ଉଡୁଥିବା ବେଳେ କାହାକୁ ପବନ ନେଇ ଗଛ ଉପରେ ବସେଇ ଦେଇଥିଲା । ଚାଷଜମିରୁ ମାଟି ଉଡେଇ ନେଲା । ପୋଖରୀରୁ ପାଣି ଉଡେଇ ନେବା ଫଳରେ ଭୂଇଁ ଉପରେ ମାଛ ପଡିଥିବା ଦେଖିବାକୁ ମିଳିଥିଲା । ଏହି ସମସ୍ତ ଘଟଣା ବାସ୍ତବରେ ଗପ ବା କାଳ୍ପନିକ ଘଟଣା ପରି ଲାଗୁଥିଲେ ମଧ୍ୟ ପ୍ରକୃତରେ ସେଦିନ ଘଟିଥିଲା ଏଭଳି କିଛି ଦୃଶ୍ୟ । ଏହାକୁ ନ ଦେଖିଲେ ସହଜରେ କେହି ବିଶ୍ବାସ କରିବେ ନାହିଁ ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କୁହନ୍ତି । ଏତେ ବଡ ଘଟଣା ପରେ ପୁରୁଣାବାନ୍ଧଗୋଡା ଗାଁରେ ଆସିଛି ଅନେକ ପରିବର୍ତ୍ତନ । ଅଣ୍ଟା ସଳଖି ପୁଣି ପୁରୁଣାବାନ୍ଧଗୋଡା ଗ୍ରାମ ଠିଆ ହୋଇଛି । ହେଲେ ଏପ୍ରିଲ ମାସ 16 ତାରିଖ ଆସିଲେ କାହିଁ କେଜାଣି ଏକ ଅଜଣା ଭୟ ପ୍ରତ୍ୟକ୍ଷଦର୍ଶୀଙ୍କ ଛାତି ଥରାଇ ଦେଉଥିବା ବେଳେ ମନେ ପକାଇଦେଇଥାଏ ସେହି ହୃଦୟ ବିଦାରକ ଦୃଶ୍ୟ ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

Last Updated : Apr 16, 2021, 12:38 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.