ETV Bharat / state

କେନ୍ଦୁଝରରେ ଆରମ୍ଭ ହେଲା ଯୁବବର୍ଗଙ୍କ ଟୀକାକରଣ - 18 to 45 years Vaccination started in kendujhar

ଆଜିର ରାଜ୍ୟରେ 18 ରୁ 45 ମଧ୍ୟର ବ୍ୟକ୍ତିଙ୍କ ଟୀକାକରଣରେ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି କେନ୍ଦୁଝରରେ ଯୁବବର୍ଗଙ୍କ ପାଇଁ ଟୀକାକରଣ ଆରମ୍ଭ କରାଯାଇଛି । ଅଧିକ ପଢନ୍ତୁ...

18 to 45 years Vaccination started in kendujhar
କେନ୍ଦୁଝରରେ ଆରମ୍ଭ ହେଲା ଯୁବ ବର୍ଗଙ୍କୁ ଟୀକାକରଣ
author img

By

Published : Jun 7, 2021, 3:24 PM IST

କେନ୍ଦୁଝର: ଆରମ୍ଭ ହେଲା ଯୁବବର୍ଗଙ୍କ ଟୀକାକରଣ । ଆଜିର ରାଜ୍ୟରେ 18 ରୁ 45 ମଧ୍ୟର ବ୍ୟକ୍ତିଙ୍କ ଟୀକାକରଣରେ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି କେନ୍ଦୁଝରରେ ଯୁବବର୍ଗଙ୍କ ପାଇଁ ଟୀକାକରଣ ଆରମ୍ଭ କରାଯାଇଛି ।

କେନ୍ଦୁଝରରେ ଆରମ୍ଭ ହେଲା ଯୁବ ବର୍ଗଙ୍କୁ ଟୀକାକରଣ

ବହୁ ଦିନର ଅପେକ୍ଷା ପରେ ଆଜି ସାରା ରାଜ୍ୟରେ ଯୁବ ବର୍ଗଙ୍କୁ ଟୀକାକରଣ ବ୍ୟବସ୍ଥା କରାଯାଇଛି । ୧୮ ରୁ ୪୪ ବର୍ଷ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଟୀକାକରଣକୁ ନେଇ ଯୁବବର୍ଗ ଉତ୍ସାହିତ ଥିବା ଦେଖା ଯାଇଥିଲା । ଆଜି କେନ୍ଦୁଝର ସହରରେ ମଧ୍ୟ ଟୀକାକରଣ କରାଯାଇଥିଲା । ସହରର ୬ଟି ସ୍ଥାନରେ ଟୀକାକରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଏହି ଯୁବ ବର୍ଗଙ୍କ ଟୀକାକରଣ ପାଇଁ ପ୍ରଥମ ଦିନରୁ ସ୍ଲଟ ପଞ୍ଜିକରଣ କରାଯାଇଥିଲା । ଆଜି ଏହି ପଞ୍ଜିକରଣ ଆଧାରରେ କୋଭିଡ଼ କଟକଣା ମଧ୍ୟରେ ପ୍ରଶାସନ ପକ୍ଷରୁ ଟୀକାକରଣ କରାଯାଇଥିଲା ।

ଏହି ଟୀକାକରଣ ନେଇ ଯୁବବର୍ଗ ବେଶ ଉତ୍ସାହିତ ଥିବା ଦେଖାଯାଇଥିଲା । ଯେଉଁମାନେ ଟିକା ନେଉଥିଲେ ସେଲ୍ଫି ଜୋନରେ ଫଟୋ ଉଠାଇ ସାମାଜିକ ଗଣମାଧ୍ୟମରେ ଛାଡୁଥିବା ପ୍ରକାଶ କରିଥିଲେ। କିଛି ଯୁବକ ଅନ୍ୟ ମାନଙ୍କୁ ଟିକା ନେବା ପାଇଁ ନିବେଦନ କରୁଥିବା ବେଳେ ସରକାରଙ୍କ ଏହି ଉଦ୍ୟମକୁ ଧନ୍ୟବାଦ ଦେଇଥିଲେ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.