କେନ୍ଦୁଝର: କେନ୍ଦୁଝରରୁ ତୀର୍ଥଯାତ୍ରାରେ ଗଲେ 175 ବରିଷ୍ଠ ନାଗରିକ । ସରକାର ବରିଷ୍ଠ ନାଗରିକଙ୍କ ପାଇଁ କରିଥିବା ତୀର୍ଥଯାତ୍ରା ଯୋଜନାରେ ଏମାନେ ତୀର୍ଥ କରି ଯାଇଛନ୍ତି । ଗୁରୁବାର ଏହି ଯାତ୍ରୀମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ 4ଟି ବସ୍ ଯୋଗେ ବାଲେଶ୍ବର ନିଆଯାଇଥିବାବେଳେ ସେଠାରୁ ଟ୍ରେନ୍ରେ ଋଷିକେଶ ଓ ହରିଦ୍ବାର ଯିବାର କାର୍ଯ୍ୟକ୍ରମ ରହିଛି ।
ଏହି ଯାତ୍ରୀମାନେ 18 ତାରିଖରେ ଫେରିବେ ବୋଲି ଜଣାପଡିଛି । ପାଟଣା ବିଧାୟକ ଜଗନ୍ନାଥ ନାଏକ ଓ ଜିଲ୍ଲାପାଳ ପତକା ଦେଖାଇ ତୀର୍ଥଯାତ୍ରା ବସକୁ ଶୁଭାରମ୍ଭ କରିଥିଲେ ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ