ETV Bharat / state

15 ଲିଟର ମହୁଲି ମଦ ଜବତ, ମାଫିଆ ଚମ୍ପଟ - excise dept

ଆନନ୍ଦପୁର କଣ୍ଟିପାଳ ଦେହୁରି ସାହି ନିକଟ ଜଙ୍ଗଲରୁ 15 ଲିଟର ମହୁଲି ମଦ ଜବତ କରିଛି ଅବକାରୀ ଟିମ୍ । ଘଟଣାସ୍ଥଳରୁ ମଦ ମାଫିଆମାନେ ଚମ୍ପଟ ମାରିଛନ୍ତି ।

15 ଲିଟର ବେଆଇନ ମହୁଲି ମଦ ଜବତ, ଘଟଣାସ୍ଥଳରୁ ମାଫିଆ ଚମ୍ପଟ

author img

By

Published : Oct 6, 2020, 3:18 PM IST

ଆନନ୍ଦପୁର: ମହୁଲି ପ୍ରସ୍ତୁତ ଉପରେ ଅବକାରୀ ଟିମର ଚଢ଼ାଉ । ଆନନ୍ଦପୁର ଥାନା କଣ୍ଟିପାଳ ଦେହୁରି ସାହି ନଳ ନିକଟ ଜଙ୍ଗଲରେ ବେଆଇନ ଭାବେ ମହୁଲି ମଦ ପ୍ରସ୍ତୁତ ହେଉଥିବା ଖବର ପାଇ ସୋମବାର ଅବକାରୀ ଟିମ୍ ଚଢ଼ାଉ କରିଥିଲା । ଘଟଣାସ୍ଥଳରୁ 15 ଲିଟର ମହୁଲି ମଦ ଜବତ କରାଯାଇଛି । ତେବେ ଘଟଣାସ୍ଥଳରୁ ମଦ ମାଫିଆମାନେ ଫେରାର ଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।

15 ଲିଟର ବେଆଇନ ମହୁଲି ମଦ ଜବତ, ଘଟଣାସ୍ଥଳରୁ ମାଫିଆ ଚମ୍ପଟ

ସୂଚନା ଅନୁଯାୟୀ, ଆନନ୍ଦପୁର ଦେହୁରୀ ସାହି ନଳ ନିକଟ ଜଙ୍ଗଲରେ ବେଆଇନ ଭାବେ ମହୁଲି ମଦ ପ୍ରସ୍ତୁତ କରାଯାଉଥିଲା । ଏହି ସଂପର୍କରେ ଖବର ପାଇ ଆନନ୍ଦପୁର ଅବକାରୀ ବିଭାଗ ସବ୍ ଇନ୍ସପେକ୍ଟର ନରେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରାଯାଇ ଘଟଣାସ୍ଥଳରେ ଚଢ଼ାଉ କରାଯାଇଛି । ଚଢାଉ ସମୟରେ 15 ଲିଟର ମହୁଲି ମଦ ଜବତ ହୋଇଛି । ଏହାସହ ମଦ ପ୍ରସ୍ତୁତି ପାଇଁ ରଖାଯାଇଥିବା ସାମଗ୍ରୀ ସହ 2 କ୍ବିଣ୍ଟାଲ ମହୁଲ ପୋଚକୁ ବିଭାଗୀୟ କର୍ମଚାରୀମାନେ ପୋଡି ଦେଇଛନ୍ତି ଏବଂ କେତେକ ଡ୍ରମରେ ଥିବା ପୋଚକୁ ନାଳରେ ଭସାଇ ଦିଆଯାଇଛି । ମାତ୍ର ଅବକାରୀ ଟିମ୍ ପହଞ୍ଚିବା ପୂର୍ବରୁ ମଦ ମାଫିଆମାନେ ସେଠାରୁ ଚମ୍ପଟ ମାରିଥିଲେ । ତେବେ ଆବକାରୀ ଟିମ୍ ସମ୍ପର୍କରେ ମାଫିଆମାନେ କିଭଳି ଖବର ପାଉଛନ୍ତି ତାହା ଏବେ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.