କେନ୍ଦୁଝର: ବିଜୁ ଗାଁ ଗାଡି(ବସ) ଓଲଟି ୧୪ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି । କେନ୍ଦୁଝରରୁ ତେଲକୋଇ ଯାଉଥିବାବେଳେ କାଞ୍ଜିପାଣି ଘାଟିର ପଣସନଶା ଗାଁ ନିକଟରେ ବସଟି ଓଲଟି ପଡିଥିଲା । ତେବେ ଆହତ ସମସ୍ତ ଯାତ୍ରୀଙ୍କୁ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।
ସୂଚନାନୁଯାୟୀ, ସ୍ବାଇଁ ଆଣ୍ଡ ସ୍ବାଇଁ ନାମକ ଏକ ବସ କେନ୍ଦୁଝରରୁ ତେଲକୋଇର କରଦାଙ୍ଗି ଯାଉଥିବାବେଳେ ବ୍ରେକ ଫେଲ କରିଥିଲା । ଫଳରେ କାଞ୍ଜିପାଣି ଘାଟିର ପଣସନଶା ଗାଁ ନିକଟରେ ବସଟି ଓଲଟି ପଡିଥିଲା । ବସରେ ପାଖାପାଖି 40 ଜଣ ଯାତ୍ରୀ ଯାଉଥିବାବେଳେ 14 ଜଣ ଆହତ ହୋଇଛନ୍ତି । ସେପଟେ କାଞ୍ଜିପାଣି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ