ETV Bharat / state

ଟ୍ରକ ଧକ୍କାରେ ଯୁବକ ମୃତ, ଗ୍ରାମବାସୀଙ୍କ ବିକ୍ଷୋଭ

author img

By

Published : Jun 15, 2021, 7:27 AM IST

Updated : Jun 15, 2021, 9:36 AM IST

ଖାଦ୍ୟ ବିକିବାକୁ ଯାଇ ସଡକ ଦୁର୍ଘଟଣାରେ ଯୁବକ ମୃତ,ଗ୍ରାମବାସୀଙ୍କ ବିକ୍ଷୋଭ । ଅଧିକ ପଢନ୍ତୁ...

ଟ୍ରକ ଧକ୍କାରେ ଯୁବକ ମୃତ, ଗ୍ରାମବାସୀଙ୍କ ବିକ୍ଷୋଭ
ଟ୍ରକ ଧକ୍କାରେ ଯୁବକ ମୃତ, ଗ୍ରାମବାସୀଙ୍କ ବିକ୍ଷୋଭ

କେନ୍ଦ୍ରାପଡା: ଟ୍ରକ ଧକ୍କାରେ ଯୁବକ ମୃତ । ଏଭଳି ଏକ ଘଟଣା ଘଟିଛି କେନ୍ଦ୍ରାପଡ଼ା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ନିକଟରେ । ମୃତକ ଜଣଙ୍କ ହେଉଛନ୍ତି ସଦର ଥାନା ଅନ୍ତର୍ଗତ ବାଲିପାଟଣା ଗାଁର କେଶବ ଦାସ । ଗତକାଲି ସନ୍ଧ୍ୟାରେ ଘରୁ ଖାଦ୍ୟ ପ୍ରସ୍ତୁତ କରି ଏକ ବାଇକ ଯୋଗେ ଆସି ରାଜପଥରେ ପାର୍କିଂ ହେଉଥିବା ଟ୍ରକ ଗୁଡିକରେ ଖାଦ୍ୟ ଯୋଗାଉଥିବା ସମୟରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ନିକଟରେ ଏକ ଟ୍ରକ ଦ୍ରୁତ ଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା।

ତେବେ କେଶବଙ୍କ ପୁତୁରା ଦେବାଶିଷ ମଧ୍ୟ ଖାଦ୍ୟ ବିକ୍ରୟ କରୁଥିବା ସମୟରେ ଟ୍ରକ ଧକ୍କାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ତେବେ ଦୁର୍ଘଟଣା ବଢୁଥିବା ବେଳେ ଏଥି ପ୍ରତି ପ୍ରଶାସନର ନିଘାନଥିବା ଦାୟୀ କରି ବାଲିପାଟଣାର ଶତାଧିକ ବ୍ୟକ୍ତି ରାଜରାସ୍ତାରେ ଦୀର୍ଘ ସମୟ ଧରି ବସିରହିଥିଲେ।

ମୃତକ ପରିବାରକୁ କ୍ଷତିପୂରଣ ସହ ଓଭରଟେକ ଓ ଦ୍ରୁତଗତି ନିଷିଦ୍ଧ ପାଇଁ ଅଡ଼ି ବସିଥିଲେ ବାଲିପାଟଣା ବାସିନ୍ଦା। ସଦର ପୋଲିସ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଦୁର୍ଘଟଣାରେ ସଂପୃକ୍ତ ତିନୋଟି ଟ୍ରକ ଓ ଦୁଇଟି ମୋଟରସାଇକେଲକୁ ଜବତ କରିଛି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

Last Updated : Jun 15, 2021, 9:36 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.