ETV Bharat / state

ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, ଚାରି ଦିନ ତଳେ ଥିଲେ ନିଖୋଜ - kendrapada

କେନ୍ଦ୍ରାପଡା ଜିଲ୍ଲା ହସୁଂଆ ନଦୀ ନିକଟ ତ୍ରୀନାଥ ବଜାର ପୋଲ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର । ଅଧିକ ପଢନ୍ତୁ...

ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର,
ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର,
author img

By

Published : Jan 7, 2021, 11:51 AM IST

କେନ୍ଦ୍ରାପଡା: ହସୁଂଆ ନଦୀ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର । ବୁଧବାର ବିଳମ୍ବିତ ରାତିରେ କେନ୍ଦ୍ରାପଡା ଜିଲ୍ଲାର ହଂସୁଆ ନଦୀର ତ୍ରୀନାଥ ବଜାର ପୋଲ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ରାଜନଗର ପୋଲିସ । ଯୁବକ ଜଣକ ମହୁଲିଆ ପଞ୍ଚାୟତ ରାଜଗଡ ଗ୍ରାମର ରାଜେଶ ବିଶ୍ବାଳ ବୋଲି ଜଣାପଡିଛି ।

ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର,

ସୂଚନାଅନୁସାରେ, ଗତ ୨ତାରିଖ ସନ୍ଧ୍ୟାରୁ ରାଜେଶ ନିଖୋଜ ଥିଲେ । ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ ବି କୌଣସି ସନ୍ଧାନ ପାଇନଥିଲେ । ତେବେ ବୁଧବାର ବିଳମ୍ବିତ ରାତିରେ ତ୍ରୀନାଥ ବଜାର ପୋଲ ନିକଟରେ ଜଣେ ଯୁବକଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକ । ଏହା ପରେ ରାଜନଗର ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଏ ନେଇ ପୋଲିସ ପରିବାର ଲୋକଙ୍କୁ ଖବର ଦେବା ପରେ ପରିବାର ଲୋକଙ୍କ ପକ୍ଷରୁ ଯୁବକ ଜଣଙ୍କ ପରିଚୟ ମିଳିଥିଲା । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହାେଇନାହିଁ । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.