ETV Bharat / state

ଅସହ୍ୟ ହେଲା ଆକ୍ରମଣ ଜନିତ ଯନ୍ତ୍ରଣା, ଜୀବନ ହାରିଲେ ଯୁବତୀ

କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ସିଙ୍ଗିରି ଗାଁର ମିନି ବେହେରା ଆକ୍ରମଣ ଜିନିତ ଯନ୍ତ୍ରଣା ସହି ନପାରି ଆତ୍ମହତ୍ୟା କରିଛନ୍ତି ( young lady allegedly died by suicide ) । ଅଧିକ ପଢନ୍ତୁ

author img

By

Published : Dec 13, 2022, 3:55 PM IST

ଅସହ୍ୟ ହେଲା ଆକ୍ରମଣଜନିତ ଯନ୍ତ୍ରଣା, ଜୀବନ ହାରିଲେ ଯୁବତୀ

କେନ୍ଦ୍ରାପଡା: ସହିପାରିଲେ ନାହିଁ ଯନ୍ତ୍ରଣା । ଶେଷରେ ଜୀବନ ହାରିବାକୁ ବାଛି ନେଲେ । ଆଉ ମୃତ୍ୟୁ ପୂର୍ବରୁ ଲେଖି ଦେଲେ ମନକଥା । କେନ୍ଦ୍ରାପଡା ଜିଲ୍ଲାରୁ ଆସିଛି ଏପରି ଦୁଃଖଦ ଘଟଣା । ଦିନେ ଶିକ୍ଷକତା କରି ସୁନ୍ଦର ଜୀବନ ବିତାଉଥିଲେ ହେଲେ ଏକ ଦୁର୍ଘଟଣା ସବୁ କିଛି ଓଲଟପାଲଟା କରିଦେଲା । ଯନ୍ତ୍ରଣା ସହି ନପାରି ଜୀବନ ହାରି ଦେଲେ ମିନି ବେହେରା । କେନ୍ଦ୍ରାପଡା ଆଳି ଥାନା ସିଙ୍ଗିରି ଗାଁର ମିନି ବେହେରା ( young lady allegedly died by suicide) ।

ଅଭିଯୋଗ ଅନୁଯାୟୀ, ଗତ 2020 ମସିହାରେ ଆଳି ଥାନା ସିଙ୍ଗିରି ଗାଁର ସୁକାନ୍ତ ବେହେରା ଓ ଅକ୍ଷୟ ବେହେରାଙ୍କ ପରିବାର ମଧ୍ୟରେ ଆବର୍ଜନା ପକାଇବାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ ହୋଇଥିଲା । ଆକ୍ରମଣକାରୀ ଅକ୍ଷୟ ବେହେରା, ଅମର ବେହେରା ଓ ପରିବାରଙ୍କ ମରଣାନ୍ତକ ଆକ୍ରମଣରେ ଗୁରୁତର ହୋଇ ପଡ଼ିଥିଲେ ସ୍ନିଗ୍ଧା ଓରଫ ମିନି । ମୁଣ୍ଡରେ ଗୁରୁତର ଆଘାତ ଲାଗିବା ଯୋଗୁଁ ଡାକ୍ତର ତାଙ୍କୁ ଉଚ୍ଚ ଚିକିତ୍ସା ପାଇଁ ପରାମର୍ଶ ଦେଇଥିଲେ । ହେଲେ ଅଭାବୀ ପରିବାରରେ ମିନିଙ୍କ ଚିକିତ୍ସା ପାଇଁ ବାପା ସୁକାନ୍ତଙ୍କ ସମ୍ବଳ ନଥିଲା । ଘରେ ବୃଦ୍ଧ ବୁଢ଼ୀମାର ବୟସାଧିକ କାରଣରୁ ଚିକିତ୍ସା କରାଇବା ବୋଝ ଉପରେ କୋରଡ ମାଡ଼ ସଦୃଶ ହୋଇଥିଲା ।

ଦୀର୍ଘ ଦୁଇବର୍ଷ ଧରି ଯନ୍ତ୍ରଣାରେ ଛଟପଟ ହୋଇଥିଲେ ମିନି । ସ୍ଥାନୀୟ ଏକ ଘରୋଇ ବିଦ୍ୟାଳୟରେ ଶିକ୍ଷକତା କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ । ହେଲେ ହଠାତ ମୁଣ୍ଡରେ ଯନ୍ତ୍ରଣା ବଢିବା ଓ ଔଷଧ ପାଇଁ ଟଙ୍କା ଖର୍ଚ୍ଚ କରିବା ପାଇଁ ସମ୍ବଳ ନଥିବା କାରଣରୁ ବାଧ୍ୟହୋଇ ଆତ୍ମହତ୍ୟା କରିବା ଭଳି ଚରମ ନିଷ୍ପତ୍ତି ନେଇଥିଲେ ମିନି ବେହେରା । ମିନି ଆତ୍ମହତ୍ୟା କରିବା ପୂର୍ବରୁ ଦୁଇଟି ଚିଠି ଲେଖିଥିଲେ । ଗୋଟିଏ ଚିଠିରେ ତାଙ୍କ ମରିବାର କାରଣ ଏବଂ ତାଙ୍କ ମୃତ୍ୟୁ ପାଇଁ କିଏ ଦାୟୀ ସେନେଇ ଲେଖିଛନ୍ତି । ସେହିପରି ଅନ୍ୟ ଏକ ଚିଠି ନିଜ ସାନଭାଇ ଉଦ୍ଦେଶ୍ୟରେ ଲେଖିଛନ୍ତି ମିନି । ଏହି ଚିଠିରେ ସାନଭାଇକୁ 'ଧନ' ବୋଲି ସମ୍ବୋଧନ କରି ନିଜର ଯତ୍ନ ନେବା ସହ ଘରର ଦାୟିତ୍ବ ନେବାକୁ ଲେଖା ରହିଛି । ଏହି ଦୁଇଟି ଯାକ ଚିଠି ସ୍ନିଗ୍ଧା ଓରଫ ମିନି ଲେଖିଥିବା କହିଛନ୍ତି ପରିବାର ଲୋକେ ।

ସେପଟେ ଝିଅକୁ ହରାଇ ଭାଙ୍ଗି ପଡିଛନ୍ତି ପରିବାର ଲୋକ । ଝିଅର ଆତ୍ମହତ୍ୟା ପାଇଁ ପଡୋଶୀ ଅକ୍ଷୟ ବେହେରାଙ୍କ ପରିବାର ଦୋଷୀ ବୋଲି ଦୁଇଟି ଚିଠିରେ ଉଲ୍ଲେଖ କରିଛନ୍ତି ମିନି । ଆକ୍ରମଣରେ ସମ୍ପୃକ୍ତ ପରିବାରକୁ କଠୋରରୁ କଠୋର ଦଣ୍ଡ ଦେବା ପାଇଁ ଅନୁରୋଧ କରିଛନ୍ତି ମିନିଙ୍କ ପରିବାର ଲୋକେ । ମିନିଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଯାଇଛି । ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.