ETV Bharat / state

ତୁଳସୀକ୍ଷେତ୍ର ରଥଯାତ୍ରା ସପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟ ପାଇଁ ସମୂହ ଦୀପଦାନ

author img

By

Published : Jul 2, 2021, 7:13 AM IST

ତୁଳସୀ କ୍ଷେତ୍ରାଧିପତି ପ୍ରଭୁ ବଳଦେବଜୀଉଙ୍କ ରଥଯାତ୍ରା ପାଇଁ ଭକ୍ତମାନଙ୍କ ମଧ୍ୟରେ ଆବେଗ ସୃଷ୍ଟି ହୋଇଛି। ସରକାରଙ୍କ କୋଭିଡ୍ କଟକଣା ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ବଜ ରଥ ନିର୍ମାଣ ଓ ରଥଯାତ୍ରା ବନ୍ଦ ପାଇଁ ସୂଚନା ଦେଇଥିଲେ। ଅଧିକ ପଢନ୍ତୁ...

ସୁପ୍ରିମକୋର୍ଟରେ ତୁଳସୀକ୍ଷେତ୍ର ରଥଯାତ୍ରା ସପକ୍ଷରେ ରାୟ ପାଇଁ ସମୂହ ଦୀପଦାନ

କେନ୍ଦ୍ରାପଡ଼ା: ତୁଳସୀ କ୍ଷେତ୍ରାଧିପତି ପ୍ରଭୁ ବଳଦେବଜୀଉଙ୍କ ରଥଯାତ୍ରା ପାଇଁ ଭକ୍ତମାନଙ୍କ ମଧ୍ୟରେ ଆବେଗ ସୃଷ୍ଟି ହୋଇଛି। ସରକାରଙ୍କ କୋଭିଡ୍ କଟକଣା ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ବଜ ରଥ ନିର୍ମାଣ ଓ ରଥଯାତ୍ରା ବନ୍ଦ ପାଇଁ ସୂଚନା ଦେଇଥିଲେ। ଏନେଇ ଭକ୍ତ ଓ ସେବକମାନେ ମାନ୍ୟବର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ମାତ୍ର ମାନ୍ୟବର ହାଇକୋର୍ଟ ଏହାର ବିଚାର କରି ସରକାରଙ୍କ ନିଷ୍ପତ୍ତିକୁ କାଏମ୍ ରଖିବା ସହ ସରକାରଙ୍କ ନିଷ୍ପତ୍ତିରେ ହସ୍ତକ୍ଷେପ ନକରିବା ପାଇଁ ଶୁଣାଣି କରିଥିଲେ । ହେଲେ ଭକ୍ତ ଓ ସେବକମାନଙ୍କ ଏହା ବିରୋଧରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

ଧର୍ମ ରକ୍ଷା ସେନା ଓ ବିଶ୍ବ ଗୋ ସୁରକ୍ଷା ବାହିନୀ ପକ୍ଷରୁ ମାନ୍ୟବର ସୁପ୍ରିମକୋର୍ଟରେ ଏସଏଲପି (ସି) ୧୪୪୧୮/୨୦୨୧ ଦାଖଲ କରାଯାଇଥିବା ବେଳେ ଆସନ୍ତା ୭ ତାରିଖ ଦିନ ଏହାର ଶୁଣାଣି ହେବାକୁ ରହିଛି। ଆଜି(ଗୁରୁବାର) ତୁଳସୀ କ୍ଷେତ୍ରାଧିପତି ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ସମ୍ମୁଖରେ ବିଶ୍ବ ଗୋ ସୁରକ୍ଷା ବାହିନୀର ରାଜ୍ୟ ସଭାପତି ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଆଇନଜୀବୀ ସୁରେଶ କୁମାର ପଣ୍ଡାଙ୍କ ସମେତ ଧର୍ମ ରକ୍ଷା ସେନାର କର୍ମକର୍ତ୍ତା, ସାଧୁସନ୍ଥ, ଭକ୍ତ ଓ ସେବକମାନେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦୀପଦାନ କରି ଆଶା ରଖିଛନ୍ତି ଯେ, ମାନ୍ୟବର ସୁପ୍ରିମକୋର୍ଟ ମହାପ୍ରଭୁ ବଡ଼ଠାକୁର ବଳଦେବଜୀଉ ଭକ୍ତମାନଙ୍କ ଆବେଗକୁ ଗ୍ରହଣ କରି ତୁଳସୀ କ୍ଷେତ୍ରରେ ବ୍ରହ୍ମ ତାଳଧ୍ବଜ ରଥଯାତ୍ରା କରାଇବା ପାଇଁ ଆଦେଶ ଦେବେ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.