ETV Bharat / state

ଠକିଦେଲା ଫେସବୁକ ଭାଇ: ସାଇବର ଠକେଇର ଶିକାର ହେଲେ ମହିଳା, ତଲାକ ଦେଲେ ସ୍ବାମୀ

author img

By

Published : Apr 8, 2023, 3:33 PM IST

Updated : Apr 8, 2023, 3:54 PM IST

ସାଇବର ଠକେଇର ଶିକାର ହେବା ପରେ ମହିଳାଙ୍କୁ ତଲାକ ଦେଲେ ସ୍ୱାମୀ । ଥାନାର ଦ୍ବାରସ୍ଥ ହେଲେ ମହିଳା । ଅଧିକ ପଢନ୍ତୁ

husband gave triple talaq wife
husband gave triple talaq wife
husband gave triple talaq wife

କେନ୍ଦ୍ରାପଡା: ସ୍ବାମୀର ନମ୍ବରକୁ ବ୍ଲକ କରି ଫେସବୁକ ସାଙ୍ଗ ସହ କଥା ହେଉଥିଲା ସ୍ତ୍ରୀ । ବନ୍ଧୁତା ସ୍ଥାପନ ପରେ ପରେ ଗିଫ୍ଟ ଦେବା ନାଁ ନେଇ ପ୍ରୋସେସିଂ ଫି ଜରିଆରେ ଠକେଇର ଶିକାର ହେଲେ ମହିଳା । ପ୍ରାୟ 1 ଲକ୍ଷ 70ହଜାର ଟଙ୍କା ସାଇବର ଠକେଇର ଶିକାର ହେବା ପରେ ସ୍ତ୍ରୀକୁ ତଲାକ ଦେଲା ସ୍ବାମୀ । ଏବେ ନ୍ୟାୟ ପାଇଁ ଥାନାରେ ଦ୍ବାରସ୍ଥ ହୋଇଛନ୍ତି ମହିଳା । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କୁଶିଆପାଳ ପଞ୍ଚାୟତର ମିର୍ଜାପାଟଣା ଗ୍ରାମରେ ।

ଗ୍ରାମର ଶେଖ ରାଜିଦଙ୍କ ପତ୍ନୀ ଜମରୁନ ବିବି ସ୍ୱାମୀଙ୍କ ଅଗୋଚରରେ ଫେସବୁକରେ ଜନୈକ ରବି ଶର୍ମାଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ । ରବି ଶର୍ମା ହ୍ଵାଟସଆପ ଯୋଗେ ଜମରୁନଙ୍କ ସହ ନିକଟତର ହୋଇ ତାଙ୍କୁ ଭଉଣୀ ସମ୍ବୋଧନ କରିଥିଲେ । ସେ ସୁଦୂର ଇଂଲଣ୍ଡରେ ରହୁଥିବା ଝାଡଖଣ୍ଡର ମୂଳ ନିବାସୀ ହୋଇଥିବା କହିଥିଲେ । ଭଉଣୀ ପାଇଁ ସେ ୨୫ ଲକ୍ଷ ଟଙ୍କାର ନେକଲେସ, ଆଇଫୋନ,ଫ୍ରିଜ ଭଳି ସାମଗ୍ରୀ ପଠାଇଥିବା ଓ ଏଥିରେ ନଗଦ ୪ ଲକ୍ଷ ଟଙ୍କା ରହିଥିବା କହିଥିଲେ । ପରେ ଏହି ସାମଗ୍ରୀ ଗୁଡିକ ଖୁବଶୀଘ୍ର ତାଙ୍କ ନିକଟରେ ପହଞ୍ଚିଯିବ ବୋଲି ହ୍ବାଟ୍ସପରେ କହିଥିଲେ ଲୁଟେରା ଜଣଙ୍କ ।

ଏହାର ଠିକ ତିନିଦିନ ପରେ ଏକ ଅଜଣା ନମ୍ବରରୁ ଜମରୁନଙ୍କୁ ପ୍ରୋସେସିଂ ଫି ବାବଦକୁ ୬୦ ହଜାର ଟଙ୍କା ଆକାଉଣ୍ଟରେ ଦେବାକୁ କହିଥିଲେ ଏବଂ ଟଙ୍କା ନ ପଠାଇଲେ ଏହି ସାମଗ୍ରୀ ଗୁଡିକ ଫେରିଯିବ ବୋଲି କହିଥିଲେ । ତେବେ ଗିଫ୍ଟ ଲୋଭରେ ଥିବା ଜମରୁନ ନିଜ ପିନ୍ଧା ହାର ସ୍ଥାନୀୟ ବ୍ୟାଙ୍କରେ ବନ୍ଧକ ରଖି ଏକ ଏସବିଆଇ ଆକାଉଣ୍ଟରେ ପ୍ରାଥମିକ ଭାବେ ୬୦ ହଜାର ଟଙ୍କା ଡିପୋଜିଟ କରିଥିଲେ। ପରବର୍ତ୍ତୀ ସମୟରେ ସମୟରେ ଭିନ୍ନ ଭିନ୍ନ କିସ୍ତିରେ 1 ଲକ୍ଷ 70 ହଜାର ଟଙ୍କା ପଠାଇଥିଲେ । କିନ୍ତୁ ଗିପ୍ଟ ତାଙ୍କ ପାଖରେ ପହଞ୍ଚିନଥିଲା।

ତେବେ ଏକକାଳୀନ ଏତେ ଟଙ୍କା ଅପଚୟ କରିଥିବା କାରଣରୁ ଜମରୁନ ଗୁଜୁରାଟରେ ରହୁଥିବା ତାଙ୍କ ସ୍ୱାମୀ ଶେଖ ରାଜିଦଙ୍କୁ ଜଣାଇଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସା ସମୟରେ ସ୍ୱାମୀ ରାଜିଦ ଉତ୍ୟକ୍ତ ହୋଇ ଜମରୁନଙ୍କୁ ତଲାକ ବୋଲି କହି ଦେଇଥିଲେ । ତେବେ ଇସଲାମୀୟ ଧର୍ମ ଅନୁସାରେ ଏହାକୁ ଜମରୁନ ଗ୍ରହଣ କରିଥିବା ବେଳେ ନିଜର ଦୁଇଝିଅ ଓ ଦୁଇ ପୁଅଙ୍କ ସହ ତାଙ୍କ ବାପଘର ମାହାଙ୍ଗାକୁ ଚାଲି ଯାଇଛନ୍ତି । ଲୋଭର ବଶବର୍ତ୍ତୀ ହୋଇ ସାଇବର ଲୁଟର ଶିକାର ହେବା ପରେ ସ୍ୱାମୀଙ୍କ ଦ୍ୱାରା ତଲାକ ପାଇଥିବା ମହିଳା ଏବେ ନ୍ୟାୟ ପାଇଁ ଥାନାର ସଦର ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

ଏନେଇ ଫୋନ ଯୋଗେ ସ୍ୱାମୀ ରାଜିଦଙ୍କୁ ପଚାରିବାରୁ, ଜମରୁନ ନିଜର ଅନେକ ଟଙ୍କା ଏଭଳି ସାମାଜିକ ଗଣମାଧ୍ୟମରେ ବନ୍ଧୁତା ବାନ୍ଧି ଖର୍ଚ୍ଚ କରିଛି । ବାରମ୍ବାର ଏନେଇ ସଚେତନ କରାଇଥିଲେ ମଧ୍ୟ ମୋ ଟଙ୍କା ମୁଁ ଖର୍ଚ୍ଚ କରିବି ବୋଲି କହିବାରୁ ମୁଁ ତଲାକ ଦେଇଛି ବୋଲି ସ୍ବୀକାର କରିଛନ୍ତି । କିନ୍ତୁ ତିନି ତଲାକ ଦେଇନଥିବା କହିଛନ୍ତି ।

ସଂସଦରେ ତିନି ତଲାକ ବ୍ୟାନ ନେଇ ବିଲ ପାସ ହେବା ପରେ ପୋଲିସ ସତର୍କତା ଅବଲମ୍ବନ କରୁଥିବା ବେଳେ ଏନେଇ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିନାହିଁ । ଅନ୍ୟପଟେ ସାଇବର ଠକେଇର ଶିକାର ହୋଇ ତଲାକ ପାଇଥିବା ଜମରୁନଙ୍କ ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

Last Updated : Apr 8, 2023, 3:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.