ETV Bharat / state

ପଟ୍ଟାମୁଣ୍ଡାଇ ପୋଲିସ ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ମହିଳା - woman lodged a complaint with the police

ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ସଂଯୁକ୍ତା ନାଥ । ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ସଂଯୁକ୍ତା ନାଥ ।

woman lodged a complaint
ପୋଲିସ ବିରୋଧରେ ଅଭିଯୋଗ ଆଣିଲେ ମହିଳା
author img

By

Published : Aug 21, 2020, 5:53 PM IST

କେନ୍ଦ୍ରାପଡା: ପୋଲିସ ନାଁରେ ଅଭିଯୋଗ ଆଣିଲେ ମହିଳା । ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ସଂଯୁକ୍ତା ନାଥ । ଏନେଇ ମହିଳା ଜଣକ ନିଜ ପରିବାର ସହ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ସୂଚନାନୁଯାୟୀ, ଗତ ୧୭ତାରିଖରେ ପଟ୍ଟାମୁଣ୍ଡାଇ ବାଲିଆ ଅଞ୍ଚଳର ଦୁଇପକ୍ଷ ମଧ୍ୟରେ କୌଣସି କାରଣ ପାଇଁ ବଚସା ଓ ମାଡପିଟ ହୋଇଥିଲା। ଏହି ଘଟଣାର ତଦନ୍ତ ପାଇଁ ପଟ୍ଟାମୁଣ୍ଡାଇ ପୋଲିସ ଗାଁକୁ ଯାଇ ଉଭୟ ପକ୍ଷଙ୍କ ଘର ଠିକଣା ପଚାରିବାରୁ ସଂଯୁକ୍ତାଙ୍କ ସ୍ବାମୀ ଆଲେଖ ଉଭୟଙ୍କ ଘର ଦେଖାଇ ଦେଇଥିଲେ।

ପୋଲିସ ବିରୋଧରେ ଅଭିଯୋଗ ଆଣିଲେ ମହିଳା

ତେବେ ପୋଲିସକୁ କାହିଁକି ସେମାନଙ୍କ ଘର ଦେଖାଇଲୁ ବୋଲି କହି ସରୋଜ ଦାସ, ଆଲେଖଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିହା ସହ ହତ୍ୟା ଉଦ୍ୟମ କରିବାରୁ ଉଭୟ ସଂଯୁକ୍ତା ଓ ଅଲେଖ ଅନ୍ୟ ଉପାୟ ନପାଇ ଭୟରେ ପଟ୍ଟାମୁଣ୍ଡାଇ ଥାନାକୁ ନିଜର ଏକ ଲୁନା ଗାଡିରେ ଏତଲା ଦେବାକୁ ଯାଉଥିଲେ।

ମାତ୍ର ଏହି ସମୟରେ ଅଲେଖଙ୍କୁ ଜୀବନରୁ ମାରିଦେବା ପାଇଁ ସରୋଜ ନିଜର ଇଣ୍ଡିଗୋ ଗାଡି ଦ୍ଵାରା ଅଲେଖଙ୍କ ଲୁନାକୁ ଧକ୍କା ଦେଇଥିଲେ। ଫଳରେ ସଂଯୁକ୍ତା ଛିଟିକି ପଡିବାରୁ ତାଙ୍କ ମୁଣ୍ଡରେ ଆଘାତ ଓ ଗୋଡ଼ ଭାଙ୍ଗି ଯାଇଥିବା ଅଭିଯୋଗ କରିଛନ୍ତି।

ଅପରପକ୍ଷରେ ଅଭିଯୁକ୍ତମାନେ ଖୁଲାମଖୁଲା ବୁଲୁଥିବାରୁ ଜୀବନ ପ୍ରତି ଭୟ ଥିବା ଦର୍ଶାଇ ସଂଯୁକ୍ତା ନିଜ ସ୍ବାମୀ ଓ ଚାରି ଝିଅଙ୍କ ସହ ପଟ୍ଟାମୁଣ୍ଡାଇ ଥାନାର ଦ୍ବାରସ୍ଥ ହେବାରୁ ଥାନାଧିକାରୀ ସେମାନଙ୍କୁ ମହିଳା ପୋଲିସ ଲଗାଇ ମାଡ଼ ମାରିଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ସଂଯୁକ୍ତା।

ଦିନକୁ ଦିନ କେନ୍ଦ୍ରାପଡ଼ା ଜିଲ୍ଲାରେ ପୋଲିସ ବିଭାଗ ନାମରେ ଅଭିଯୋଗର ଲମ୍ବା ଫର୍ଦ ବଢ଼ୁଥିବାରୁ ଏହାର ସମାଧାନ ପାଇଁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.