ETV Bharat / state

କେନ୍ଦ୍ରାପଡାରେ ବଧୂହତ୍ୟା ଅଭିଯୋଗ, ଶାଶୁଘର ଲୋକେ ଫେରାର୍

କେନ୍ଦ୍ରାପଡାରେ ବଧୂହତ୍ୟା ଅଭିଯୋଗ । ସ୍ବାମୀଙ୍କ ସମେତ ଶାଶୁ ଓ ଶ୍ବଶୁର ଫେରାର୍ । ଅଧିକ ପଢନ୍ତୁ

author img

By

Published : Aug 7, 2022, 5:24 PM IST

କେନ୍ଦ୍ରାପଡାରେ ବଧୂହତ୍ୟା ଅଭିଯୋଗ, ଶାଶୁଘର ଲୋକେ ଫେରାର୍
କେନ୍ଦ୍ରାପଡାରେ ବଧୂହତ୍ୟା ଅଭିଯୋଗ, ଶାଶୁଘର ଲୋକେ ଫେରାର୍

କେନ୍ଦ୍ରାପଡା: ପାରିବାରିକ କହଳରୁ ବୋହୂକୁ ହତ୍ୟା ଅଭିଯୋଗ । ହତ୍ୟା କରିବା ପରେ ଫେରାର ହୋଇଯାଇଛନ୍ତି ଶାଶୁଘର ଲୋକେ । ଆଜି(ରବିବାର) କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଚାନ୍ଦୋଳ ଅନନ୍ତପୁର ଗ୍ରାମରୁ ଏହି ବଧୂହତ୍ୟା ଅଭିଯୋଗ ଆସିଛି । ମୃତ ମହିଳା ହେଉଛନ୍ତି ଏହି ଗାଁର ଶଙ୍କର ମଲ୍ଲିକଙ୍କ ସ୍ତ୍ରୀ ସସ୍ମିତା ମଲ୍ଲିକ । ଶାଶୁଘରୁ ସସ୍ମିତାଙ୍କ ମୃତଦେହ ମିଳିଛି । ସେପଟେ ଏହି ଘଟଣା ପରେ ସ୍ବାମୀଙ୍କ ସମେତ ଶ୍ବଶୁର ରବୀନ୍ଦ୍ର ମଲ୍ଲିକ ଏବଂ ଶାଶୁ ଅନିତା ମଲ୍ଲିକ ଘର ଛାଡି କୁଆଡେ ଫେରାର୍ ହୋଇଯାଇଛନ୍ତି ।

ସୂଚନା ଅନୁଯାୟୀ, ସସ୍ମିତାଙ୍କ ଦେହ ଅସୁସ୍ଥ ଥିବା ତାଙ୍କ ଶ୍ବଶୁର ବାପଘର ଲୋକଙ୍କୁ ଖବର ଦେଇଥିଲେ । ଝିଅକୁ ଦେଖିବାକୁ ବାପଘର ଲୋକେ ଶାଶୁଘର ପହଞ୍ଚିବା ପରେ ସେଠାରେ ସସ୍ମିତାଙ୍କ ମୃତଦେହ ପଡିଥିବାର ଦେଖିବାକୁ ପାଇଥିଲେ । ସେପଟେ ଶାଶୁଘର ଲୋକେ ଖବର ଦେଇ କୁଆଡେ ଫେରାର ହୋଇଯାଇଥିଲେ । ଏବେ ମୃତ ମହିଳାଙ୍କ ବାପା ଅଭିଯୋଗ କରିଛନ୍ତି ଯେ, ତାଙ୍କର ଜ୍ବାଇଁ ଶଙ୍କର ମଲ୍ଲିକ ହିଁ ସସ୍ମିତାଙ୍କୁ ହତ୍ୟା କରିଛି । ଏନେଇ ସେ ଚାନ୍ଦୋଳ ଫାଣ୍ଡିରେ ଏତଲା ଦେଇଛନ୍ତି । ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ ଆରମ୍ଭ କରିଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.