ETV Bharat / state

ହାଇଦର ଏନକାଉଣ୍ଟର, ଏମିତି କହିଲେ ହାସିନା ବିବି - ହାଇଦରକୁ ଜଣାଶୁଣି ପୋଲିସ ହତ୍ୟା କରିଛି

ପୋଲିସ ଏନକାଉଣ୍ଟରରେ ହାଇଦରର ମୃତ୍ୟୁ । ପୋଲିସ ଜାଣିଶୁଣି ତାଙ୍କୁ ହତ୍ୟା କରିଛି ବୋଲି କହିଲେ ପତ୍ନୀ ହାସିନା ବିବି । ଅଧିକ ପଢନ୍ତୁ...

'ହାଇଦରକୁ ପୋଲିସ ଜାଣିଶୁଣି ହତ୍ୟା କରିଛି'
'ହାଇଦରକୁ ପୋଲିସ ଜାଣିଶୁଣି ହତ୍ୟା କରିଛି'
author img

By

Published : Jul 24, 2021, 8:12 PM IST

କେନ୍ଦ୍ରାପଡା: ପୋଲିସ ଏନକାଉଣ୍ଟରରେ ପ୍ରାଣ ହରାଇଛି କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦର । ହାଇଦର ଏନକାଉଣ୍ଟର ଘଟଣାରେ ପ୍ରତିକ୍ରିୟା ଦେଇଛନ୍ତି ପତ୍ନୀ ହାସିନା ବିବି । ହାଇଦରକୁ ପୋଲିସ ଜାଣିଶୁଣି ହତ୍ୟା କରିଛି ଓ ତା'ର ମୃତ୍ୟୁ ପାଇଁ ଓଡିଶା ପୋଲିସ ଦାୟୀ ବୋଲି ଅଭିଯୋଗ କରିଛନ୍ତି ପତ୍ନୀ ।

'ହାଇଦରକୁ ପୋଲିସ ଜାଣିଶୁଣି ହତ୍ୟା କରିଛି'

ହାସିନା ବିବି କହିଛନ୍ତି ଯେ, ହାଇଦରର ଫେରାର ହେବା ଭଳି ଅବସ୍ଥାରେ ନଥିଲା । ଏଣୁ ସେ ଫେରାର ହେବା କଥା ଠିକ ନୁହେଁ । ହାଇଦରକୁ ଚୌଦ୍ୱାର ଜେଲରୁ ବାରିପଦା ନିଆଯାଉଥିବା ଘଟଣା ସମ୍ପର୍କରେ ପରିବାରବର୍ଗଙ୍କୁ ଅବଗତ କରାଯାଇ ନଥିବା ବେଳେ ତାଙ୍କ ସ୍ଥିତି ମଧ୍ୟ ସଙ୍ଗୀନ ରହିଥିଲା । ଅପରପକ୍ଷରେ ଗତ ଏପ୍ରିଲ ୧୦ ତାରିଖରେ ହାଇଦର କଟକ ଏସସିବି ମେଡିକାଲରୁ ଚମ୍ପଟ ମାରିବା ପରେ କଟକ ପୋଲିସ ତାଙ୍କ ଘରକୁ ଆସିଥିଲେ ଏବଂ ହାଇଦରର ଛାତିକୁ ଗୁଳିକରି ହତ୍ୟା କରାଯିବ ବୋଲି ପତ୍ନୀ ହାସିନାଙ୍କୁ ଧମକ ଦେଇଥିବା କଥାକୁ ଦୋହରାଇଛନ୍ତି ହାସିନା ବିବି ।

୮୦ ଦଶକରେ କ୍ରାଇମ ଜଗତକୁ ପ୍ରବେଶ କରିଥିବା ହାଇଦର ଅଧ୍ୟାୟର ପୂର୍ଣ୍ଣଛେଦ ପଡିଥିବାବେଳେ ବର୍ତ୍ତମାନ ହାଇଦରର ମୃତଦେହ ଦେବା ସହ ଏହାର ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି ହାସିନା ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.