ETV Bharat / state

ଗାଧୁଆ ଘାଟ କରି ବେଫିକର ବନବିଭାଗ ! ଲୋକଙ୍କୁ ଘାରିଛି କୁମ୍ଭୀର ଆକ୍ରମଣ ଭୟ - bhitarakanika national park

Crocodile-Man Conflict: କୁମ୍ଭୀର-ମଣିଷ ଲଢେଇ ନେଇ ଚିନ୍ତା ବଢିଛି । ଏଥିପ୍ରତି ବନବିଭାଗର ଅବହେଳା ଅଭିଯୋଗ କରିଛନ୍ତି ସ୍ଥାନୀୟଲୋକେ । ଅଧିକ ପଢନ୍ତୁ

crocodile man conflict
କୁମ୍ଭୀର ଆକ୍ରମଣ ଚିନ୍ତା
author img

By ETV Bharat Odisha Team

Published : Dec 17, 2023, 8:53 PM IST

କୁମ୍ଭୀର ଆକ୍ରମଣ ଚିନ୍ତା

କେନ୍ଦ୍ରାପଡ଼ା: ଚଳିତବର୍ଷ ଭିତରକନିକା ଜାତୀୟ ଉଦ୍ୟାନ ଓ ରାଜନଗର ବନଖଣ୍ଡରେ ଶେଷ ହୋଇଛି କୁମ୍ଭୀର ବସା ଚିହ୍ନଟ ପ୍ରକ୍ରିୟା । କନିକା ରେଞ୍ଜରେ ସର୍ବାଧିକ ୧୦୭, ରାଜନଗର ରେଞ୍ଜରେ ୧ , ଗହିରମଥା ରେଞ୍ଜରେ ୧ ଓ ମହାକାଳପଡ଼ା ରେଞ୍ଜରେ ୨ଟି ବସା ଚିହ୍ନଟ କରାଯାଇଛି । ଯାହା ସମସ୍ତଙ୍କୁ ଆନନ୍ଦିତ କରିଛି । ଗତବର୍ଷ ମଧ୍ୟ ସମାନ ସଂଖ୍ୟକ କୁମ୍ଭୀର ବସା ଚିହ୍ନଟ କରାଯାଇଥିଲା । ଅପରପକ୍ଷେ, କୁମ୍ଭୀର-ମଣିଷ ଲଢେଇ ନେଇ ଚିନ୍ତା ବଢିଛି । ଗତ ଜୁନ ମାସରେ ପଟ୍ଟାମୁଣ୍ଡାଇ ବ୍ଲକ ନିମପୁର ଗ୍ରାମର ଆଶୁତୋଷ ଆଚାର୍ଯ୍ୟକୁ ନଦୀ ତୁଠରୁ ମା' କୋଳରୁ ଝାମ୍ପି ନେଇଥିଲା ନରହନ୍ତା କୁମ୍ଭୀର । ଏହାପରେ ରାଜନଗର ହାତିଆଗଡି ଗାଁର ୨ ଜଣ ଓ ଶେଷରେ ପଟ୍ଟାମୁଣ୍ଡାଇର ଜଣଙ୍କୁ ଝାମ୍ପି ନେଇଥିଲା ।

ମହୁଲିଆ କେନାଲ, ଭେକ୍ଟା ଗାଁର ପୋଖରୀ ଏବଂ ଆଳି ଅଞ୍ଚଳରୁ କୁମ୍ଭୀର ଉଦ୍ଧାର ହେବା ପରେ ଚାଷୀକୂଳ ଚିନ୍ତାରେ ରହିଛନ୍ତି । କିପରି ଚଳିତବର୍ଷ ଚାଷୀ ରୁଆ ବେଉଷଣ କରିବେ ସେନେଇ ଚିନ୍ତାରେ ଚାଷୀ । ଯାହାକୁ ନେଇ ବନବିଭାଗକୁ ଦାୟୀ କରିଛନ୍ତି ସାମାଜିକ କର୍ମୀ । ସେପଟେ ଏ ସମ୍ପର୍କରେ ରାଜନଗର ବନଖଣ୍ଡ ଅଧିକାରୀ କହିଛନ୍ତି, "ଗାଁ ମାନଙ୍କରେ ପଥପ୍ରାନ୍ତ ନାଟକ ସହିତ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଲୋକମାନେ ସଚେତନ ହେଲେ କୁମ୍ଭୀର ଆକ୍ରମଣରୁ ରକ୍ଷା ପାଇପାରନ୍ତେ।

ଭିତରକନିକାର ଇତିହାସ:

ବିଶ୍ବରେ ବଉଳା କୁମ୍ଭୀର ବିଲୁପ୍ତ ପ୍ରାୟ ପ୍ରାଣୀ ତାଲିକାରେ ଆସିବା ପରେ ଜାତିସଂଘ ଏବଂ ଭାରତ ସରକାର ଓ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟର ମିଳିତ ସହଯୋଗରେ ଏହା ଆରମ୍ଭ ହୋଇଥିଲା । ଅଷ୍ଟ୍ରେଲିଆର ବିଶିଷ୍ଟ ପ୍ରାଣୀ ବିଜ୍ଞାନୀ ଡଃ ଏଚ୍ ଆର୍ ବର୍ଷ୍ଟାଡ ଓ ଓଡ଼ିଶାର ବିଶିଷ୍ଟ ପ୍ରାଣୀ ବିଜ୍ଞାନୀ ଡଃ ସୁଧାକର କରଙ୍କ ନେତୃତ୍ୱରେ ୧୯୭୫ ମସିହାରେ ପ୍ରଥମ କୃତ୍ରିମ ଉପାୟରେ କୁମ୍ଭୀର ପ୍ରଜନନ ପ୍ରକଳ୍ପ ଆରମ୍ଭ ହୋଇଥିଲା । ବଙ୍ଗୋପସାଗର ତଟ୍ଟବର୍ତ୍ତୀ କେନ୍ଦ୍ରାପଡା ଜିଲ୍ଲା ଭିତରକନିକା ଡାଙ୍ଗମାଳ ଠାରେ ଏହା ଆରମ୍ଭ ହେଲା । ପ୍ରଥମେ କାଳିଭଞ୍ଜଡିଆ ଦୀପରୁ ଗୋଟିଏ କୁମ୍ଭୀର ବସାରୁ ୪୮ଟି ଅଣ୍ଡା ସଂଗ୍ରହ କରାଯାଇ କୃତ୍ରିମ ପ୍ରଜନନ କେନ୍ଦ୍ରରେ ରଖାଯାଇଥିଲା । ସେଥିରୁ ୨୪ଟି ଛୁଆ ବାହାରିଥିଲା । ସେହି ୧୯୭୫ ମସିହାରେ ଭିତରକନିକାକୁ ଅଭୟାରଣ୍ୟର ମାନ୍ୟତା ମିଳିଲା ।

ଏହା ବି ପଢନ୍ତୁ...କେନ୍ଦ୍ରାପଡାରେ ଥମୁନି କୁମ୍ଭୀର ଆତଙ୍କ, ଘର ପଛପଟୁ ୫ ଫୁଟିଆ କୁମ୍ଭୀର ଉଦ୍ଧାର

ସେବେଠାରୁ ପ୍ରତିବର୍ଷ କୁମ୍ଭୀର ବସା ଚିହ୍ନଟ କରାଯାଉଥିବାବେଳେ ଚଳିତବର୍ଷ ପର୍ଯ୍ୟନ୍ତ ସର୍ବାଧିକ ୧୨୨ଟି ବସା ଚିହ୍ନଟ କରାଯାଇଛି । ଯାହାକୁ ନେଇ ବିଭିନ୍ନ ମହଲରେ ଖୁସି ଦେଖିବା ପାଇଁ ମିଳିଛି । ମା’ କୁମ୍ଭୀର ହେନ୍ତାଳ ଓ ଖରଖରୀ ପତ୍ରରେ ନଦୀ ଜୁଆର ମାଡୁ ନଥିବା ସ୍ଥାନରେ ବସା କରି ଅଣ୍ଡାଦାନ କରିଥାଏ । ୪୦ ରୁ ୬୦ଟି ଅଣ୍ଡା ଦେଉଥିବା ମା' କୁମ୍ଭୀର ବନ୍ୟପ୍ରାଣୀ ଅଣ୍ଡା ନଷ୍ଟ କରିବା ଭୟରେ ୩ ମାସ ଧରି ଜଗି ରହେ ଏବଂ ଛୁଆ ଫୁଟିବା ପରେ ସେମାନଙ୍କୁ ନଦୀରେ ଛାଡିଥାଏ । ଯେଉଁ ବସା ଜୁଆରରେ ନଷ୍ଟ ହେବାର ସମ୍ଭାବନା ଥାଏ ବନ କର୍ମଚାରମାନେ ସେଥିରୁ ଅଣ୍ଡା ସଂଗ୍ରହ କରି କୃତ୍ରିମ ପ୍ରଜନନ କେନ୍ଦ୍ରରେ ରଖି ଛୁଆକୁ ସୁରକ୍ଷା ଦେଇଥାନ୍ତି ।

୫ ବର୍ଷର କୁମ୍ଭୀର ବସା, କୁମ୍ଭୀର ସଂଖ୍ୟା, କୁମ୍ଭୀର ଆକ୍ରମଣରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ରିପୋର୍ଟ :

କୁମ୍ଭୀର ବସା କୁମ୍ଭୀର ସଂଖ୍ୟା କୁମ୍ଭୀର ଆକ୍ରମଣରେ ମଣିଷ ମୃତ୍ୟୁ
2019 - 103 2019 - 1,742 2019 - 6
2020 - 103 2020 - 1,757 2020 - 3
2021 - 84 2021 - 1,768 2021 - 4
2022 - 122 2022 - 1,784 2022 - 4
2023 - 122 2023 - 1,793 2023 - 5

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.