ETV Bharat / state

ଗାଁକୁ ନାହିଁ ରାସ୍ତା, କାଦୁଅ ରାସ୍ତାରେ ତଳି ରୋଇ ପ୍ରତିବାଦ କଲେ ଶକ୍ତିମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଲୋକେ - ରାସ୍ତାରେ ତଳି ରୋଇ ପ୍ରତିବାଦ

ରାସ୍ତା ସମସ୍ୟା ନେଇ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ଗ୍ରାମବାସୀ । କାଦୁଅ ରାସ୍ତା ଉପରେ ଧାନ ତଳି ରୋଇ ରାସ୍ତା ନିର୍ମାଣ ପାଇଁ ଦାବି କରିଛନ୍ତି । ଅଧିକ ପଢ଼ନ୍ତୁ

villagers protest for road issue
ରାସ୍ତାରେ ତଳି ରୋଇ ପ୍ରତିବାଦ
author img

By ETV Bharat Odisha Team

Published : Sep 10, 2023, 7:24 PM IST

ରାସ୍ତାରେ ତଳି ରୋଇ ପ୍ରତିବାଦ

କେନ୍ଦ୍ରାପଡ଼ା: କାଦୁଅ ପଚପଚ ରାସ୍ତା । ଟିକେ ଅସାବଧାନତା ଯୋଗୁଁ ପାଦ ଖସିଲେ କଥା ସରିଲା । ଗାଁକୁ ବିକାଶର ରାସ୍ତା ପହଞ୍ଚାଇବା ପାଇଁ ସରକାରଙ୍କ ମାଳମାଳ ଯୋଜନା । ହେଲେ ସରକାରଙ୍କ ଯୋଜନା କେତେ ଫଳପ୍ରଦ ହେଉଛି ତାହା ଏହି ଦୃଶ୍ୟରୁ ସ୍ପଷ୍ଟ ବାରି ହୋଇପଡୁଛି । ଏ ଦୃଶ୍ୟ କୌଣସି ଉପାନ୍ତ ଅଞ୍ଚଳର ନୁହେଁ । ଏ ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ଉପକୂଳବର୍ତ୍ତୀ ଅଞ୍ଚଳର । ଶକ୍ତିମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏହି ଗାଁ । ଗାଁକୁ ରାସ୍ତା ଖଣ୍ଡିଏ ଯୋଗାଇ ଦେବାକୁ ବାରମ୍ବାର ଅଭିଯୋଗ ସତ୍ତ୍ବେ କେହି ନଶୁଣିବାରୁ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ଗ୍ରାମବାସୀ । କାଦୁଅ ରାସ୍ତା ଉପରେ ଧାନ ତଳି ରୋଇ ରାସ୍ତା ନିର୍ମାଣ ପାଇଁ ଦାବି କରିଛନ୍ତି ।

କେନ୍ଦ୍ରାପଡ଼ା ଜିଲ୍ଲା ଶେଷ ସୀମାରେ ଥିବା ଜୟନଗର ପଞ୍ଚାୟତ କୁଜିପୁର ଗାଁ । ଏଠାରେ ଏକ ହଜାରରୁ ଅଧିକ ଲୋକ ବସବାସ କରନ୍ତି । ବର୍ଷା ଦିନ ଆସିଲେ ଏହି ଗାଁର ଲୋକ ଭୋଗନ୍ତି ନାନାଦି ସମସ୍ୟା । ଆପଣ ଦେଖୁଥିବା ଏହି ଦୃଶ୍ୟ ଆଜିର ନୁହେଁ । ଦୀର୍ଘ ବର୍ଷ ହେଲା ଏମିତି ସମସ୍ୟାରେ ଗାଁ ଲୋକେ ଗତି କରୁଛନ୍ତି । ଗାଁ ମୁଣ୍ଡରେ ରହିଛି ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର । ଯେଉଁଠାକୁ ବର୍ଷା ଦିନେ କେମିତି ପିଲା ପାଠ ପଢିବାକୁ ଆସନ୍ତି ତାହା ଏହି ଦୃଶ୍ୟ ହିଁ ବୟାନ କରୁଛି । କେବଳ ଭୋଟ ବେଳ ଆସିଲେ ଗ୍ରାମବାସୀଙ୍କୁ ବିକାଶର ରଙ୍ଗୀନ ସ୍ବପ୍ନ ଦେଖାଇ ଆଉ ଧରାଛୁଆଁ ଦିଅନ୍ତି ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗାଁକୁ ଭଲ ରାସ୍ତା ଖଣ୍ଡିଏ ନଥିବାରୁ ଆବଶ୍ୟକ ସମୟରେ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚିପାରୁନାହିଁ । କୁଜିପୁରରୁ ଜୟନଗର ମୁଖ୍ୟ ରାସ୍ତାକୁ ଯିବାକୁ ହେଲେ ଲୋକେ ପାଞ୍ଚ କିଲୋମିଟର ବୁଲି କରି ଯାଉଛନ୍ତି । ପିଲାମାନେ ସ୍କୁଲ ଯାଇପାରୁନାହାନ୍ତି । ବାଇକ କିମ୍ବା ସାଇକେଲ ଯୋଗେ ଏହି ରାସ୍ତା ଦେଇ ଗଲେ କାଦୁଅ ଯୋଗୁଁ ଅନେକ ଦୁର୍ଘଟଣାର ଶିକାର ହେଉଛନ୍ତି । ଏହି ସମସ୍ୟା ନେଇ ରାଜନେତାଙ୍କ ଠାରୁ ଆରମ୍ଭ କରି ସରକାରୀ ବାବୁଙ୍କ ନିକଟରେ ଦାବି କରିଥିଲେ ମଧ୍ୟ ଫଳ ଶୂନ । ଏନେଇ ଗ୍ରାମବାସୀ କହିଛନ୍ତି, "ଏଥର ନେତା ମନ୍ତ୍ରୀ ଆସିଲେ ଗାଁକୁ ପୁରେଇ ଦେବୁନୁ । ବାରମ୍ବାର ଗୁହାରି କରିବା ପରେ ନା ଶୁଣିଲେ ନେତା ନା ବିଭାଗୀୟ ଅଧିକାରୀ । ଶେଷରେ ଗାଁ ଲୋକେ ଏକତ୍ରିତ ହୋଇ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ: ରାସ୍ତା ଉପରେ ଆଣ୍ଠୁଏ ପାଣି: ଯନ୍ତ୍ରୀ ଠିକାଦାରଙ୍କ ମଧୁଚନ୍ଦ୍ରିକା, ଯନ୍ତ୍ରଣା ଭୋଗୁଛନ୍ତି ଲୋକ

ତେବେ ଏନେଇ ରାଜକନିକା ବିଡ଼ିଓ କହୁଛନ୍ତି ରାସ୍ତା ସମସ୍ୟା ସମ୍ପର୍କରେ ତାଙ୍କ ପାଖକୁ କୌଣସି ଅଭିଯୋଗ ଆସିନାହିଁ । ଗଣମାଧ୍ୟମ ଠାରୁ ସେ ଏହି ଖବର ପାଇଲେ । ଯଦି ରାସ୍ତା ନଥିବ ଉକ୍ତ ଅଞ୍ଚଳରେ ରାସ୍ତା ତିଆରି କରାଯିବ । ଦୀର୍ଘ ଦିନର ସମସ୍ୟାର ସମାଧାନ ନହେଲେ ଏଥର ସ୍ଥାନୀୟ ଲୋକେ ନିର୍ବାଚନରେ ମତ ସାବ୍ୟସ୍ତ କରି ଦେଖାଇବେ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.