ETV Bharat / state

ଅସୁରକ୍ଷିତ RTI କର୍ମୀ, ହତ୍ୟା ଷଡଯନ୍ତ୍ର ଅଭିଯୋଗ

author img

By

Published : Jan 5, 2021, 8:02 AM IST

ଜାଲ ଜାତିଗତ ପ୍ରମାଣପତ୍ର ଖୁଲାସା କରି ଅଡୁଆରେ ସୂଚନା ଅଧିକାର କର୍ମୀ । ହତ୍ୟା ଷଡଯନ୍ତ୍ର ଅଭିଯୋଗ । ଅଧିକ ପଢନ୍ତୁ...

ଅସୁରକ୍ଷିତ RTI କର୍ମୀ
ଅସୁରକ୍ଷିତ RTI କର୍ମୀ

କେନ୍ଦ୍ରାପଡା: ଜାଲ ଜାତିଗତ ପ୍ରମାଣପତ୍ରର ଖୁଲାସା କରି ଅଡୁଆରେ ସୂଚନା ଅଧିକାର କର୍ମୀ । ମହାକାଳପଡା ବ୍ଲକ ରାମନଗରର ସୂଚନା ଅଧିକାର କର୍ମୀ ଅମିତାଭ ଚାନ୍ଦଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର ହୋଇଥିବା ଅଭିଯୋଗ । ଏସପିଙ୍କୁ ଭେଟି ନିଜର ଓ ନିଜ ପରିବାରର ସୁରକ୍ଷା ପାଇଁ କଲେ ଦାବି ।

ଅସୁରକ୍ଷିତ RTI କର୍ମୀ

ସୂଚନା ଅଧିକାର କର୍ମୀଙ୍କ ଅନୁସାରେ, ରାମନଗର ପଞ୍ଚାୟତର ସନ୍ତୋଷ ଦେବନାଥ ଅନ୍ୟାନ୍ୟ ପଛୁଆ ବର୍ଗ(OBC)ର ଅଟନ୍ତି । ଏହାସହ ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବା ବେଳେ ମହାକାଳପଡ଼ାର ତତ୍କାଳୀନ ତହସିଲଦାରଙ୍କୁ ହାତବାରିସୀ କରି ଅନୁସୂଚିତ ଜାତି(ST)ର ନକଲି ପ୍ରମାଣପତ୍ର ଯୋଗାଡ କରିଥିଲେ । ଏହା ବଳରେ ନିଜ ପୁଅ ଶୁଭ୍ରାଂଶୁ ଦେବନାଥ ଓ ଝିଅ ନୀଳିମା ଦେବନାଥଙ୍କୁ ପାଠ ପଢାଇଥିବା ବେଳେ ଏବେ ଏହି ଦୁଇଜଣ ସରକାରୀ ସହାୟତା ନେଇ ସରକାରୀ ଚାକିରି କରିଛନ୍ତି।

କେବଳ ସେତିକି ନୁହେଁ ସରକାରୀ ଅନୁଦାନରେ ସେହି ପରିବାରରୁ ଜଣେ ବ୍ୟକ୍ତି ମେଡିକାଲ ପାଠ ମଧ୍ୟ ପଢୁଛନ୍ତି। ଏହାର ତଥ୍ୟ ଆରଟିଆଇ ବଳରେ ଆଣିବା ପରେ ଅମିତାଭ କେନ୍ଦ୍ରାପଡା ଜିଲ୍ଲାପାଳ ଓ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ କରିବା ପରେ ତଦନ୍ତ ମଧ୍ୟ ହୋଇଥିଲା। ଏନେଇ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ କ୍ରୋଧାନ୍ବିତ ହୋଇ ସନ୍ତୋଷ ଦେବନାଥ, କଳାହାଣ୍ଡି ଜିଲ୍ଲାର ସୁପାରୀ କିଲରଙ୍କୁ ଲଗାଇ ଅମିତାଭଙ୍କୁ ମାରିବା ପାଇଁ ଷଡଯନ୍ତ୍ର କରିଥିବା ସେ ଅଭିଯୋଗ କରିଛନ୍ତି ।

ଫଳରେ ଅମିତାଭଙ୍କ ସହ ତାଙ୍କ ପରିବାର ଲୋକେ ଆତଙ୍କିତ ହୋଇପଡିଛନ୍ତି। ଏ ନେଇ ଅମିତାଭ ଜମ୍ବୁ ମେରାଇନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଜମ୍ବୁ ମେରାଇନ ପୋଲିସ ଏନେଇ 1/21ରେ ମାମଲା ରୁଜୁ କରି ଦୀର୍ଘ 4 ଦିନ ହେବ ଚୁପ ବସିଥିବା ବେଳେ ସୂଚନା ଅଧିକାର କର୍ମୀ ଅମିତାଭ ଚାନ୍ଦ ଓ ତାଙ୍କ ପରିବାର ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

ସେପଟେ ରାଜ୍ୟ ସୂଚନା ଅଧିକାରର ସକ୍ରିୟ ସଦସ୍ୟ ପ୍ରତାପ ମହାନ୍ତି, ସମ୍ପଦ ସ୍ବାଇଁ ଓ ଦୁଷ୍ମନ୍ତ ଆଚାର୍ଯ୍ୟ ପ୍ରମୁଖ ଅମିତାଭଙ୍କ ପରିବାରଙ୍କ ପାଖରେ ପହଞ୍ଚିବା ସହ କେନ୍ଦ୍ରାପଡା ଏସପି ମଦକର ସନ୍ଦୀପ ସମ୍ପଦଙ୍କୁ ଭେଟି ସୁରକ୍ଷା ପାଇଁ ଦାବିପତ୍ର ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଗତବର୍ଷ ଜାନୁଆରୀ ମାସରେ ମାର୍ଶାଘାଇ ଥାନା ଅଞ୍ଚଳରେ ସୂଚନା ଅଧିକାର କର୍ମୀ ରଞ୍ଜନ ଦାସଙ୍କ ମୃତ୍ୟୁ ଏପର୍ଯ୍ୟନ୍ତ ରାହସ୍ୟାବୃତ ହୋଇ ରହିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.