କେନ୍ଦ୍ରାପଡ଼ା: ପୁଣି ଉଦ୍ଧାର ହେଲା ଅଜଣା ମୃତଦେହ । କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ହରିଅଙ୍କ ଗ୍ରାମର ବେଲମାଳ ମଠ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି | ଏହି ମଠ ନିକଟରେ ଥିବା ଏକ ନିଛାଟିଆ ସ୍ଥାନରେ ଉକ୍ତ ବ୍ୟକ୍ତିଙ୍କ ମୃତଦେହ ପଡିରହିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ ।
ଖବର ପାଇ ସଦର ଥାନା ପୋଲିସ ସାଇଣ୍ଟିଫିକ ଟିମ ସହିତ ଘଟଣାସ୍ଥଳକୁ ପହଞ୍ଚି ମୃତଦେହକୁ ଜବତ କରିଛି | ସେପଟେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ତେବେ ପୋଲିସ କହିବା ଅନୁସାରେ ମୃତଦେହଟି ନଦୀ ପାଣିରେ ବୁଡି ରହିଥିବାରୁ ଦେହଟି ଫୁଲି ଯାଇଛି । ମୃତକର ବାମ ହାତରେ ଉମେଶ ବୋଲି ଇଂରାଜୀରେ ମଧ୍ୟ ଲେଖାହୋଇଥିବା ସ୍ପଷ୍ଟ ଜଣାପଡୁଛି । ପୋଲିସ ମୃତଦେହଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ