ETV Bharat / state

ମହାନୀଦ କୂଳରୁ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର - କେନ୍ଦ୍ରାପଡା ସାମୁଦ୍ରିକ ଥାନା ପୋଲିସର ତଦନ୍ତ

ବାହାକୁଦ ଗ୍ରାମ ନିକଟ ମହାନଦୀ କୂଳରୁ ଜଣେ ଅଜଣା ବ୍ଯକ୍ତିଙ୍କର ମୃତଦେହ ଉଦ୍ଧାର କଲା ସାମୁଦ୍ରିକ ଥାନା ପୋଲିସ । ଅଧିକ ପଢନ୍ତୁ

ମହାନୀଦ କୂଳରୁ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

author img

By

Published : Aug 28, 2022, 4:04 PM IST

କେନ୍ଦ୍ରାପଡା: ମହାନଦୀ କୂଳରୁ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ମହାକାଳପଡା ବ୍ଲକ ରାମନଗର ପଞ୍ଚାୟତ ଅଧିନ ବାହାକୁଦ ଗ୍ରାମ ନିକଟ ମହାନଦୀ କୂଳରେ ଥିବା ପଥର ଉପରେ ଜଣେ ଅଜଣା ବ୍ଯକ୍ତିଙ୍କର ମୃତଦେହ ପଡିଥିବା ଦେଖିବାକୁ ମିଳିଛି । ମୃତବ୍ୟକ୍ତିଙ୍କ ବୟସ ୬୦ ରୁ ୬୫ ବର୍ଷ ବୋଲି ଅନୁମାନ କରାଯାଉଥିବା ବେଳେ ପରିଚୟ ଅସ୍ପଷ୍ଟ ରହିଛି ।

ମହାନୀଦ କୂଳରୁ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଏହା ମଧ୍ୟ ପଢନ୍ତୁ-ନାବାଳିକାକୁ ଗର୍ଭବତୀ କରାଇ ସମ୍ପର୍କୀୟ ଜେଜେ ଫେରାର, ଥାନାରେ ମାମଲା

ମିଳିଥିବା ସୂଚନା ଅନୁଯାୟୀ, ମହାକାଳପଡା ବ୍ଲକ ରାମନଗର ପଞ୍ଚାୟତ ଅଧିନ ବାହାକୁଦ ଗ୍ରାମ ନିକଟ ମହାନଦୀ କୂଳରେ ପଡିଥିଲା ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ । ଅଜଣା ବ୍ୟକ୍ତିର ମୃତଦେହଟି ମହାନଦୀ କୂଳରେ ଥିବା ପଥର ଉପରେ ପଡିଥିଲା । ମୃତଦେହଟି ପଚି ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକେ ଏନେଇ ଅପରାହ୍ନରେ ଦେଖିଥିଲେ । ଏହାପରେ ସ୍ଥାନିୟ ଲୋକେ ମହାନଦୀ ନିକଟରେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ପଡିଥିବା ନେଇ ସାମୁଦ୍ରିକ ଥାନା ଜମ୍ବୁକୁ ଖବର ଦେଇଥିଲେ । ମୃତଦେହଟି କେତେବେଳ ଠାରୁ ସେଠାରେ ପଡିଛି ସଠିକ୍ ଭାବେ କେହି କହି ପାରୁନାହାନ୍ତି । ତେବେ ମୃତଦେହଟି ପଚି ଦୁର୍ଗନ୍ଧ ହେବାରୁ ଏନେଇ ଜାଣିଥିଲେ ସ୍ଥାନୀୟ ଲୋକେ । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଜମ୍ବୁ ସାମୁଦ୍ରିକ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ପାରିପାର୍ଶ୍ବିକ ଅଞ୍ଚଳକୁ ଅନୁଧ୍ୟାନ କରିବା ପରେ ପୋଲିସ ମୃତଦେହକୁ ଯାଂଚ କରିଥିଲା । ପରେ ମୃତଦେହକୁ ଜବତ କରିବା ସହିତ ବ୍ୟବଚ୍ଛେଦ ନିମନ୍ତେ ପଠାଇ ତଦନ୍ତ ଜାରି ରଖିଛି ।

ତେବେ ମୃତ ବ୍ୟକ୍ତି ଜଣଙ୍କ କିଏ ଓ ମୃତଦେହ କିପରି ଏଠାକୁ ଆସିଲେ, କେବେ ଠାରୁ ସେଠାରେ ମୃତଦେହ ପଡିଛି ନା ଆଉ କେଉଁ ସ୍ଥାନରୁ ମୃତଦେହକୁ ଏଠାକୁ ଆଣି ରଖାଯାଇଛି, ମୃତଦେହଟି ନଦୀ ସୁଅରେ କେଉଁଠାରୁ ଭାସି ଆସିଛି, ତାଙ୍କୁ କେହି ହତ୍ୟା କରିଛି ନା ଆଉ ସେ ଆତ୍ମହତ୍ୟା କରିଛନ୍ତି ସେନେଇ ଅନୁସନ୍ଧାନ କରୁଛି ପୋଲିସ । ସାଇଣ୍ଟିଫିକ ଟିମ ଓ ଅନୁସନ୍ଧାନକାରୀ କୁକୁର ସହାୟତାରେ ତଦନ୍ତ କରିବାକୁ ଦାବୀ ହୋଇଛି । ସେପଟେ ମୃତ ବ୍ଯକ୍ତିଙ୍କ ପରିଚୟ ମିଳିପାରିନାହିଁ । ଏପର୍ଯ୍ୟନ୍ତ ମୃତକଙ୍କ ବିଷୟରେ କୌଣସି ସୂଚନା ହସ୍ତଗତ ହୋଇନାହିଁ । ତେବେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ଏବଂ କେବେ କିଭଳି ମୃତ୍ୟୁ ହୋଇଛି ସେନେଇ ସ୍ପଷ୍ଟ ଜଣା ପଡ଼ିବ ।

କେନ୍ଦ୍ରାପଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.