ETV Bharat / state

ଦୃଷ୍ଟିହୀନଙ୍କ ଆଶାର ଆଲୋକ ସାଜିଲେ ରାଜ୍ୟପାଳ, ଦୁନିଆ ଦେଖିଲେ ଶଙ୍କର ଓ ରାଜେଶ - ରାଜ୍ୟପାଳ ଗଣେଶୀ ଲାଲ୍

ପିଲାଟି ବେଳୁ ରାଜେଶ ଓ ଶଙ୍କର ପାଇଁ ଅନ୍ଧାର ହୋଇଯାଇଥିଲା ଏ ଦୁନିଆ । କେତେବେଳେ ଦିନ ସରି ଜହ୍ନ ଉଇଁଥିଲା, ଦୁହେଁ ଜାଣିପାରୁନଥିଲେ । ହେଲେ ଏବେ ତା'ର ଅନ୍ଧାର ଜୀବନରେ ଆଲୁଅ ପଡିଛି । ଆଉ ଏସବୁ ସମ୍ଭବ ହୋଇପାରିଛି ରାଜ୍ୟପାଳ ଗଣେଶୀ ଲାଲଙ୍କ ପାଇଁ । ଅଧିକ ପଢନ୍ତୁ

ଦୃଷ୍ଟିହୀନଙ୍କ ଆଶାର ଆଲୋକ ସାଜିଲେ ରାଜ୍ୟପାଳ: ଦୁନିଆ ଦେଖିଲେ ଶଙ୍କର ଓ ରାଜେଶ

author img

By

Published : Dec 15, 2022, 10:20 PM IST

ଦୃଷ୍ଟିହୀନଙ୍କ ଆଶାର ଆଲୋକ ସାଜିଲେ ରାଜ୍ୟପାଳ: ଦୁନିଆ ଦେଖିଲେ ଶଙ୍କର ଓ ରାଜେଶ

କେନ୍ଦ୍ରାପଡା: ଏଇ ପୃଥିବୀ କେଡେ ସୁନ୍ଦର ! ସୂର୍ଯ୍ୟୋଦୟ ଠାରୁ ଆରମ୍ଭ କରି ସୂର୍ଯ୍ୟାସ୍ତ, ଜହ୍ନ, ତାରା, ରଙ୍ଗବେରଙ୍ଗୀ ଫୁଲ, ପଶୁପକ୍ଷୀ, ସବୁଜ ପାହାଡ, ଝରଣାର ସୌନ୍ଦର୍ଯ୍ୟକୁ ମଣିଷ ଉପଭୋଗ କରେ । ହେଲେ ଜଣେ ଦୃଷ୍ଟିବାଧିତ ଏହି ଅନୁଭବରୁ ବଞ୍ଚିତ ରହିଥାଏ । ରଙ୍ଗୀନ ଦୁନିଆରେ ସେ ଅନ୍ଧାରୀ ଜୀବନ ବଞ୍ଚେ । ସେଭଳି କିଛି ଦୃଷ୍ଟିବାଧିତଙ୍କ ଜୀବନରେ ଆଶାର ଆଲୋକ ସାଜି ତାଙ୍କୁ ନୂଆ ଦୁନିଆ ଦେଖାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ରାଜ୍ୟପାଳଙ୍କ ସହଯୋଗରେ ଜନ୍ମରୁ ଦେଖିପାରୁନଥିବା ଦୁଇ ଜଣ ନାବାଳକ ନିଜ ଆଖିର ଜ୍ୟୋତି ଫେରିପାଇଛନ୍ତି । ଯାହାପାଇଁ ରାଜ୍ୟପାଳଙ୍କୁ ସେମାନେ ଭୁରି ଭୁରି ପ୍ରଶଂସା କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଥାନା ଅଞ୍ଚଳରୁ ଏହି ଘଟଣା ସାମ୍ନାକୁ ଆସିଛି ।

ଡେରାବିଶ ଥାନା ଅନ୍ତର୍ଗତ ବେଲାରପୁର ଗାଁର କୁନି ପୁଅ ଶଙ୍କର ଦାସ । ପିଲାଟି ବେଳରୁ ତା'ର ସ୍ୱଳ୍ପ ଦୃଷ୍ଟିଦୋଷ ଥିଲା । ପରେ ଆଖି ସମ୍ପୂର୍ଣ୍ଣ ଖରାପ ହୋଇଗଲା । ପୁଅର ଏହି ଅବସ୍ଥା ଦେଖି ଗରୀବ ବାପା ଜଟାଧାରୀ ମାର୍ଶାଘାଇ ସ୍ଥିତ ଆରତୀଦେବୀ ଅନ୍ଧ, ମୁକ ଓ ବଧିର ବିଦ୍ୟାଳୟରେ ତାଙ୍କୁ ଛାଡିଥିଲେ । ଶଙ୍କର ବ୍ରେଲରେ ପାଠ ପଢୁଥିଲା । ସ୍ଥାନୀୟ ଅଞ୍ଚଳର ଆଉ ଜଣେ ରାଜେଶ ଦାସ ନାମକ ଦୃଷ୍ଟିବାଧିତ ନାବାଳକ ମଧ୍ୟ ସେଠାରେ ରହୁଥିଲେ । ରାଜେଶଙ୍କ ବାପା ଲକ୍ଷ୍ମଣ ମଳିକ ଦିନ ମଜୁରିଆ ହୋଇଥିବାରୁ ପୁଅର ଆଖି ଅପରେସନ ପାଇଁ ସକ୍ଷମ ହୋଇପାରି ନଥିଲେ । ଏପଟେ ଦୃଷ୍ଟିବାଧିତ ରାଜେଶ ମନରେ ପାଠ ପଢିବା ପ୍ରତି ପ୍ରବଳ ଆଗ୍ରହ ଥିଲା । ଏତିକି ବେଳେ ଅସହାୟ ଶଙ୍କର ଓ ରାଜେଶଙ୍କ ଜୀବନରେ ନୂଆ ଆଶା ଓ ସମ୍ଭାବନା ସାଜି ଆସିଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ।

ଏହାମଧ୍ୟ ପଢନ୍ତୁ: ସମ୍ବଲପୁର କୋର୍ଟରେ ଭଙ୍ଗାରୁଜା ଘଟଣା: ୨୪କୁ ବୃଦ୍ଧି ପାଇଲା ଓକିଲଙ୍କ ଗିରଫଦାରୀ ସଂଖ୍ୟା

ଗତ ଅଗଷ୍ଟ ୧୦ ତାରିଖରେ ରାଜ୍ୟପାଳ ସ୍ଥାନୀୟ ଅଯୋଧ୍ୟା ନଗର ସ୍ଥିତ ଦୃଷ୍ଟିବାଧିତ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ଏହି ସମୟରେ ରାଜେଶ ଓ ଶଙ୍କର ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଏଠାରେ ସେ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ଭେଟି ସେମାନେ ପୁଣି ନିଜ ଆଖିରେ ଦୁନିଆ ଦେଖିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାପରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିଲା ପ୍ରକ୍ରିୟା । ୩୦ରୁ ଅଧିକ ପିଲାଙ୍କ ଆଖି ପରୀକ୍ଷା କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ରାଜ୍ୟପାଳଙ୍କ ଅନୁଦାନରେ ଶଙ୍କର ଓ ରାଜେଶଙ୍କ ଆଖିର ସଫଳ ଅସ୍ତ୍ରୋପଚାର ହୋଇଥିଲା । ଫଳରେ ସେମାନେ ନିଜର ଦୃଷ୍ଟିଶକ୍ତି ଫେରିପାଇଛନ୍ତି । ଏହାକୁ ନେଇ ଦୁଇ ପିଲଙ୍କ ପରିବାର ଲୋକେ ରାଜ୍ୟପାଳଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଅସ୍ତ୍ରୋପଚାର ହୋଇଥିବା ଶଙ୍କର କହିଛି, ''ପ୍ରଥମ କରି ଏଥର ମୁଁ ଦୁନିଆକୁ ଦେଖିବି । ସାଙ୍ଗସାଥୀଙ୍କ ସହ ଖେଳିବି, ବୁଲିବି । ଯାହାଙ୍କ ପାଇଁ ଆଜି ମୁଁ ଦୁନିଆ ଦେଖିବାକୁ ସକ୍ଷମ ହୋଇଛି ତାଙ୍କୁ ମୁଁ ନମସ୍କାର କରୁଛି ।'' ତେବେ ଜିଲ୍ଲାରେ 39 ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ଉଚ୍ଚ ଚିକିତ୍ସା କରାଇଥିବାରୁ ଜିଲ୍ଲାବାସୀ ରାଜ୍ୟପାଳଙ୍କୁ ପ୍ରଶଂସ କରିଛନ୍ତି । ଜିଲ୍ଲା ପ୍ରଶାସନ ଆଗାମୀ ଦିନରେ ଆହୁରି ଅନେକ ଛାତ୍ରଛାତ୍ରୀଙ୍କୁ ଦୃଷ୍ଟି ଶକ୍ତି ଫେରାଇବା ପାଇଁ ପ୍ରୟାସ କରିବା ଯୋଜନା ରଖିଛି ।

ଇଟିଭି ଭାରତ, କେନ୍ଦ୍ରାପଡା

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.